୫ ମାସର ପିଡିଏସ୍‌ ଚାଉଳ ହଡ଼ପ

ସିନାପାଲି,୧୩।୨(ଡି.ଏନ.ଏ.):ନୂଆପଡା ଜିଲା ଅନ୍ତର୍ଗତ ସିନାପାଲି ବ୍ଲକ ଖଇରପଦର ପଞ୍ଚାୟତରେ ପିଡିଏସ ଚାଉଳ ହଡପ ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକ ମିଶି ଚଞ୍ଚକତା କରିଥିବା ସୂଚନା ମିଳିଛି। ଏ ନେଇ ହିତାଧିକାରୀମାନେ ଉଭୟଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଘେରି ଅଟକ ରଖିଥିବା ଜଣାପଡ଼ିଛି। ୫ ମାସର ଚାଉଳ ହିତାଧିକାରୀଙ୍କୁ ତୁରନ୍ତ ପ୍ରଦାନ କରା ନ ଗଲେ ବ୍ଲକ ଅଫିସ ସମ୍ମୁଖରେ ଧାରଣାରେ ବସି ଆନ୍ଦୋଳନ କରିବୁ ବୋଲି ହିତାଧିକାରୀମାନେ ଚେତାବନୀ ଦେଇଛନ୍ତି। ପ୍ରାପ୍ତ ଖବର ଅନୁସାରେ ଖଇରପଦର ପଞ୍ଚାୟତ ଅନ୍ତର୍ଗତ ଫୁଲଚି ଓ ଥିପାଖୋଲ ଗ୍ରାମର ପ୍ରାୟ ୧ ଶହ ୨୦ କାର୍ଡଧାରୀ ପରିବାରକୁ ଗତ ଅଗଷ୍ଟରୁ ପିଡିଏସ ଚାଉଳ ଓ ମାଣ୍ଡିଆ ପ୍ରଦାନ କରାଯାଇ ନାହିଁ। ବାରମ୍ବାର ସରପଞ୍ଚ ତଥା ବିଭାଗୀୟ ଅଧିକାରୀ ଯୋଗାଣ ନିରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ହିତାଧିକାରୀମାନେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଚାଉଳ ହଡପ ଘଟଣା ନେଇ ଯୋଗାଣ ନିରୀକ୍ଷକଙ୍କୁ ମଧ୍ୟ ପୂର୍ବରୁ ଅବଗତ କରାଯାଇଥିବା ନେଇ ହିତାଧିକାରୀ ପ୍ରକାଶ କରିଛନ୍ତି। ଫୁଲଚି ଓ ଥିପାଖୋଲ ଗ୍ରାମର ଶତାଧିକ ରାଶନ କାର୍ଡଧାରୀ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଚାଉଳ ପାଇଁ ହୋହାଲ୍ଲା କରିଥିଲେ। ଦୀର୍ଘ ସମୟ ଧରି ରାଶନରୁ ବଞ୍ଚତ୍ତ ହିତାଧିକାରୀଙ୍କ ସହ ଆଲୋଚନା ପରେ ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକ ଆଗାମୀ ୧୪ ତାରିଖରେ ଚାଉଳ ପ୍ରଦାନ କରିବୁ ବୋଲି ଏକ ଚୁକ୍ତିନାମା ମାଧ୍ୟମରେ ଘୋଷଣା ପରେ ଉତ୍ତ୍ୟକ୍ତ ହିତାଧିକାରୀ ଶାନ୍ତ ହୋଇପଡ଼ିଥିଲେ। ହେଲେ ନିର୍ଦ୍ଦାରିତ ଦିନ ବକେୟା ଚାଉଳ ନ ପାଇଲେ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ କରି ଧାରଣାରେ ବସିବୁ ବୋଲି ସ୍ଥାନୀୟ ହିତାଧିକାରୀ ରାମେଶ୍ୱର ମାଝି, ରାଇସିଙ୍ଗ ମାଝି, ବଳରାମ ମାଝି, ବନ ମାଝି, ଜୟରାମ ମାଝି, ଟିକେମଣି ମାଝି, ରେମଣି ମାଝି, ତୁଲେଶ୍ୱରୀ ମାଝି, ଅଞ୍ଜୁଲ ମାଝି, ନୁର ମାଝି, ପଦ୍ମନୀ ମାଝି, ନୂଆଦି ମାଝି, ଗୋମତି ମାଝି, ବିଳାସ ମାଝି, ଜାନକୀ ମାଝି, ତୁଳସେ ମାଝି, ଶୋଭନୀ ମାଝି, ଦେବକୀ ରାଉତ, କନ ଘିଭେଲା, ବିଶଦେ ମାଝି ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri