Posted inଖେଳ

୫ ମାସର ଗର୍ଭବତୀ ଅଙ୍କିତା ୬୨ ମିନିଟ୍‌ରେ ଦୌଡ଼ିଲେ ୧୦ କିମି

ବେଙ୍ଗାଲୁରୁ,୨୪।୧୨(ପି.ଟି.): ଅଙ୍କିତା ଗୌଡ଼ ଏବେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ୫ ମାସର ଗର୍ଭବତୀ ହୋଇଥିଲେ ମଧ୍ୟ ସେ ୧୦ କିଲୋମିଟର ବିଶିଷ୍ଟ ରେସ୍‌କୁ ମାତ୍ର ଏକଘଣ୍ଟା ୨ ମିନିଟ୍‌ରେ ପୂରା କରିଛନ୍ତି। ରବିବାର ବେଙ୍ଗାଲୁରୁରେ ଅନୁଷ୍ଠିତ ଟିସିଏସ୍‌ ଓ୍ବାଲର୍‌ଡ ୧୦କେ ୨୦୨୦ ରେସ୍‌କୁ ଅଙ୍କିତା ମାତ୍ର ୬୨ ମିନିଟ୍‌ରେ ଅତିକ୍ରମ କରିଛନ୍ତି। ଏହି ସମୟରେ ସେ ୬ ମିନିଟ୍‌ ପାଣି ପିଇବା, ଟଏଲେଟ୍‌ ଯିବା ବାବଦରେ ବ୍ୟୟ କରିଥିଲେ। ଏଥିପାଇଁ ତାଙ୍କୁ ୧୨ ତାଲା ଉପରକୁ ଯିବା ସହିତ ଓହ୍ଲାଇବାକୁ ମଧ୍ୟ ପଡିଥିଲା।
ଗତ ୯ବର୍ଷ ହେବ ଅଙ୍କିତା ନିୟମିତ ଭାବେ ଦୌଡ଼ି ଆସୁଛନ୍ତି। ଏପରିକି ପ୍ରତିଦିନ ଦୌଡିଥାଏ ବୋଲି ସେ କୁହନ୍ତି। ଗର୍ଭବତୀ ଥିବା ଅବସ୍ଥାରେ ମଧ୍ୟ ଦୌଡ଼ିବା ଏକ ଭଲ ବ୍ୟାୟାମ। ପେସାରେ ଜଣେ ଇଞ୍ଜିନିୟର ହୋଇଥିଲେ ମଧ୍ୟ ସେ ୨୦୧୩ରୁ ଟିସିଏସ୍‌ ଓ୍ବାଲର୍‌ଡ ୧୦କେ ରେସ୍‌ରେ ଭାଗ ନେଇଆସୁଛନ୍ତି। ସେ ମଧ୍ୟ ୫-୬ଟି ଅନ୍ତର୍ଜାତୀୟ ମାରାଥନରେ ଅଂଶଗ୍ରହଣ କରିଆସୁଛନ୍ତି। ସେ ବର୍ଲିନ ମାରାଥନ ୩ ଥର, ବୋଷ୍ଟନ ଓ ନ୍ୟୁୟର୍କ ମାରାଥନରେ ଅଂଶଗ୍ରହଣ କରିଛନ୍ତି। ପୂର୍ବରୁ ଟିସିଏସ୍‌ ୧୦କେ ରେସ୍‌ରେ ପଦକ ହାସଲ କରିଛି। କିନ୍ତୁ ଏଥର ବ୍ରେକ୍‌ ଓ ଚାଲିବା କାରଣରୁ ପଦକ ଜିତିପାରି ନାହିଁ ବୋଲି ସେ କହିଛନ୍ତି। ଅବଶ୍ୟ ଇଞ୍ଜୁରି ଓ ସ୍ବାସ୍ଥ୍ୟଗତ କାରଣରୁ ବେଳେ ବେଳେ ଦୌଡ଼ି ପାରି ନ ଥାଏ। ନ ହେଲେ ନିୟମିତ ଦୌଡ଼ାବାରେ କୌଣସି ସମସ୍ୟା ନ ଥାଏ। ଗର୍ଭବତୀ ଥିବା ଅବସ୍ଥାରେ ଦୌଡ଼ିବା ଭଲ କଥା। ନିୟମିତ ଦୌଡ଼ୁଥିଲେ ଏଥିରେ କୌଣସି ଅସୁବିଧା ନାହିଁ। ଚଳିତ ବର୍ଷ ଇଭେଣ୍ଟ ପାଇଁ ମୋତେ ବିଶେଷ ଭାବେ ପ୍ରସ୍ତୁତି କରିବାକୁ ପଡିଥିଲା। ମନ୍ଥର ଗତିରେ ଦୈନିକ ୫-୮ କି.ମି. ନିୟମିତ ଦୌଡୁଥିଲି।
ଦୌଡ଼ବା ନେଇ ମୋ ପରିବାର ସବୁବେଳେ ସମର୍ଥନ କରିଆସିଛନ୍ତି। ସ୍ବାମୀ ମୋତେ ଏଥିରେ ପୂର୍ଣ୍ଣ ସମର୍ଥନ ଜଣାଇ ଆସିଛନ୍ତି ବୋଲି ସେ କୁହନ୍ତି। ତେବେ ପ୍ରଥମେ ମା’ ଦୌଡ଼ିବାକୁ ବାରଣ କରୁଥିଲେ। ୫ ମାସର ଗର୍ଭବତୀ ହୋଇଥିଲେ ମଧ୍ୟ ଡାକ୍ତର ଦୌଡ଼ିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ଜୋରରେ ଦୌଡ଼ିବାକୁ ବାରଣ କରିଥିଲେ ବୋଲି ଅଙ୍କିତା କହିଛନ୍ତି। ବାପା ଜଣେ କ୍ରୀଡ଼ାବିତ୍‌ ହୋଇଥିବାରୁ ଦୌଡ଼ିବା ପାଇଁ ସବୁବେଳେ ସମର୍ଥନ କରିଆସିଛନ୍ତି। ଆଗକୁ ମଧ୍ୟ ଦୌଡ଼ିବା ଜାରି ରଖିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri