୫ ମିନିଟ୍‌ ବ୍ୟବଧାନ, ଗୋଟିଏ ଗାଡ଼ିରେ ୨ ମିଲକୁ ଯାଇଛି ଧାନ: ପଦାରେ ପଡ଼ିଲା ଧାନ କିଣାବିକା ଫଲ୍ସଏଣ୍ଟ୍ରି

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ କିଣାବିକା ସମସ୍ୟା ନୂଆ ନୁହେଁ। ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ଏହି ଜିଲାରେ ଏହା ସାଧାରଣରେ ପରିଣତ ହୋଇଛି। ମିଲର୍ସଙ୍କ ଇଚ୍ଛାରେ ଧାନକିଣା କଟନୀଛଟନୀଠାରୁ ଆରମ୍ଭ କରି ଅଭାବୀବିକ୍ରି, ବିଭାଗୀୟ କର୍ମଚାରୀଙ୍କୁ ବେପାରୀମାନେ ହାତଗୁଞ୍ଜା ଦେଇ ସ୍ଲିପ୍‌ କାଟି ଧାନ ସଂଗ୍ରହ ପ୍ରକ୍ରିୟାରେ ଫଲ୍ସ ଏଣ୍ଟ୍ରି କରୁଥିବା ଅଭିଯୋଗ ଦୀର୍ଘଦିନରୁ ହୋଇ ଆସୁଛି। ତେବେ ଧାନ କିଣାବିକାରେ ଚାଲିଥିବା ଏଭଳି ଫଲ୍ସଏଣ୍ଟ୍ରିର ଏକ ପ୍ରମାଣ ତଥା ଏଥିପାଇଁ ହୋଇଥିବା ସମ୍ପୃକ୍ତ କର୍ମଚାରୀଙ୍କ ନୂଆ କୌଶଳ ମଙ୍ଗଳବାର ପଦାକୁ ଆସିଛି। ମଣ୍ଡି(ଧାନକ୍ରୟ କେନ୍ଦ୍ର)ରୁ ଧାନ କିଣାଯିବା ପରେ କଷ୍ଟମ ମିଲିଂ ଭିତ୍ତିରେ ସମ୍ପୃକ୍ତ ଧାନକ୍ରୟ ସଂସ୍ଥା ସେହିଧାନ ଆଲଟମେଣ୍ଟ ପାଇଥିବା ସମ୍ପୃକ୍ତ ରାଇସ୍‌ ମିଲ୍‌କୁ ପଠାଇଥାଏ ଏବଂ ମଣ୍ଡିରୁ ଧାନ ଉଠାଣ ସମୟରେ ଧାନକ୍ରୟ ସଂସ୍ଥା ଧାନ ନିର୍ଦ୍ଦିଷ୍ଟ ରାଇସ୍‌ ମିଲ୍‌କୁ ଧାନ ପରିବହନ କରୁଥିବା ଗାଡ଼ି ଡ୍ରାଇଭରଙ୍କୁ ଧାନ ପରିବହନ ଓ ଗ୍ରହଣ ନେଇ ଏକ ସ୍ବୀକୃତି ପତ୍ର(ଟ୍ରାନଜିଟ୍‌ ପାସ୍‌ କମ ଏକସେପଟେନ୍ସ ନୋଟ୍‌) ପ୍ରଦାନ କରିଥାନ୍ତି। ଗତବର୍ଷ ଡିସେମ୍ବର ୨୭ତାରିଖ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ବଡ଼ ବାଉଁସେନ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଅଧିନ ଖରମୁଣ୍ଡା ଧାନକ୍ରୟ କେନ୍ଦ୍ର(ଏମୱାଇ୦୩୭୧୨)ରେ ୫ମିନିଟ୍‌ ବ୍ୟବଧାନରେ ଏଭଳି ୨ଟି ଟ୍ରାନଜିଟ୍‌ ପାସ୍‌ ଇସ୍ୟୁ କରାଯାଇଛି, ତାହା ସମସ୍ତକୁ ଚକିତ କରିଥିବାବେଳେ ଉକ୍ତ ଧାନକ୍ରୟ କେନ୍ଦ୍ରରେ ଧାନ କିଣାବିକାରେ ଚାଲିଥିବା ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏଠାରେ ରହିଥିବା ବିଭାଗୀୟ କର୍ମଚାରୀଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଛି।
ସୂଚନା ଅନୁଯାୟୀ, ଗତବର୍ଷ ନଭେମ୍ବର ୧୮ତାରିଖରୁ ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତବର୍ଷ ଡିସେମ୍ବର ୨୭ତାରିଖ ସନ୍ଧ୍ୟା ୫ଟାରେ ବିଜେପୁର ବ୍ଲକ ଅନ୍ତର୍ଗତ ବଡ଼ ବାଉଁସେନ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଅଧିନ ଖରମୁଣ୍ଡା ଧାନକ୍ରୟ କେନ୍ଦ୍ର(ଏମୱାଇ୦୩୭୧୨)ରେ ଏକ ଟ୍ରାନଜିଟ୍‌ ପାସ୍‌(ନଂ-୪୩) ଇସ୍ୟୁ ହୋଇଛି। ଉକ୍ତ ଟ୍ରାନଜିଟ୍‌ ପାସ୍‌ରେ ଦର୍ଶାଯାଇଥିବା ସୂଚନାକ୍ରମେ ସେହିଦିନ ସନ୍ଧ୍ୟା ୫ଟାରେ ଖରମୁଣ୍ଡା ମଣ୍ଡିରୁ ଗାଡ଼ି (ନଂ-ଓଡ଼ି୧୭କେ ୪୪୯୭)ରେ ୧୮୫ ପ୍ୟାକେଟ୍‌(୮୩.୭୨ କୁଇଣ୍ଟାଲ) ଧାନ ଏକ ରାଇସ୍‌ ମିଲ୍‌ ସୀତାରାମ ଫୁଡ୍ସ(ଏମ୦୩୦୭୦୩)କୁ ଯାଇଛି। ଧାନ ପରିବହନ କରିଥିବା ଗାଡ଼ିର ଡ୍ରାଇଭର ଜୟନ୍ତ ସାହୁ ଥିଲେ ଏବଂ ତାଙ୍କ ନାମରେ ସେହି ଟ୍ରାନଜିଟ୍‌ ପାସ୍‌ରେ ଦସ୍ତଖତ(ସ୍ବାକ୍ଷର) ମଧ୍ୟ ରହିଛି।
ଅନ୍ୟପଟେ ଉପରୋକ୍ତ ଟ୍ରାନଜିଟ୍‌ ପାସ୍‌ ଇସ୍ୟୁ ହେବାର ମାତ୍ର ୫ମିନିଟ୍‌ ପରେ ଅର୍ଥାତ୍‌ ୫ଟା ୫ମିନିଟ୍‌ ପରେ ଉକ୍ତ ମଣ୍ଡିରେ ଆଉ ଏକ ଟ୍ରାନଜିଟ୍‌ ପାସ୍‌ ଇସ୍ୟୁ ହୋଇଛି। ତେବେ ସେହି ଟ୍ରାନଜିଟ୍‌ ପାସ୍‌ ଅନ୍ୟ କୌଣସି ଗାଡ଼ିକୁ ନୁହେଁ, ଉପରୋକ୍ତ ଗାଡ଼ି(ନଂ-ଓଡ଼ି୧୭କେ ୪୪୯୭)କୁ ଇସ୍ୟୁ କରାଯାଇଛି। ଗାଡ଼ି ନମ୍ବର ତ ସମାନ ରହିଛି, ମାତ୍ର ଚତୁରତାର ସହିତ ସେଥିରେ ଟ୍ରାନଜିଟ୍‌ ପାସ୍‌ ନମ୍ବର, ଗାଡ଼ି ଡ୍ରାଇଭରଙ୍କ ନାମ, ରାଇସ୍‌ ମିଲ୍‌ର ନାମକୁ ବଦଳାଇ ଦିଆଯାଇ ଥିବାବେଳେ ବିକ୍ରିଧାନର ପରିମାଣ ମଧ୍ୟ ଅଲଗା ରହିଛି। ଗାଡ଼ି ନମ୍ବର ସମାନ ରହିଥିବାବେଳେ ଟ୍ରାନଜିଟ୍‌ ପାସ୍‌(ନଂ-୪୪) ରହିଛି। ସେହିପରି ଗାଡ଼ି ଡ୍ରାଇଭରଙ୍କ ନାମ ସୁମନ୍ତ ରଣା ଉଲ୍ଲେଖ କରାଯାଇ ଥିବାବେଳେ ସେହି ଗାଡ଼ିରେ ୧୬୦ପକେଟ୍‌(୬୫.୩୧ କୁଇଣ୍ଟାଲ) ଧାନ ଶ୍ରୀ ଜୀ ପେଡ୍ଡି ପ୍ରୋସେସର୍ସ(ଏମ୦୩୦୪୧୧)କୁ ଯାଇଥିବା ଉକ୍ତ ଟ୍ରାନଜିଟ୍‌ ପାସ୍‌ରେ ଦର୍ଶାଯାଇଛି। ତେବେ ଉପରେକ୍ତ ତଥ୍ୟରୁ ଧାନ କିଣାବିକାରେ ଚାଲିଥିବା ଅନିମିୟତତାର ଅସଲି ଚିତ୍ର ପଦାକୁ ଆସି ଯାଇଛି। ସନ୍ଧ୍ୟା ୫ଟାରେ ସମ୍ପୃକ୍ତ ଗାଡ଼ି ମଣ୍ଡିରୁ ଧାନ ଉଠାଇଛି ଏବଂ ୧୮୫ ପ୍ୟାକେଟ୍‌ ଧାନ ପରିବହନ କରି ସୀତାରାମ ଫୁଡ୍‌ ରାଇସ୍‌ ମିଲକୁ ଯାଇଛି। ତେବେ ମଣ୍ଡିରୁ ସମ୍ପୃକ୍ତ ରାଇସ୍‌ ମିଲ୍‌ର ଦୂରତା ତ ଦୂରର କଥା, ୫ମିନିଟ୍‌ରେ ୧୮୫ ପ୍ୟାକେଟ୍‌ ଧାନ କୌଣସି ଗାଡ଼ିରେ ଲୋଡ୍‌ କରିବା ଏବଂ ସେହି ଧାନକୁ ନିର୍ଦ୍ଦିିଷ୍ଟ ରାଇସ୍‌ ମିଲ୍‌ରେ ଅନଲୋଡ୍‌ କରିବା ସମ୍ଭବ ନୁହେଁ। ଏହାସତ୍ତ୍ୱେ ଏଭଳି ସ୍ଥିତିରେ ସମାନ ରେଜିଷ୍ଟ୍ରେଶନ ନମ୍ବର ରହିଥିବା ସମ୍ପୃକ୍ତ ଗାଡ଼ିରେ ପୁଣି ୧୬୦ପକେଟ୍‌ ଧାନ ଲୋଡ୍‌ କରି କିଭଳି ଅନ୍ୟ ଏକ ରାଇସ୍‌ ମିଲ୍‌କୁ ପଠାଗଲା ଏବଂ ୫ମିନିଟ୍‌ ମଧ୍ୟରେ ଗାଡ଼ି ଡ୍ରାଇଭର ମଧ୍ୟ ବଦଳି ଗଲେ, ତାହା ତଦନ୍ତ ସାପେକ୍ଷ ବୋଲି ବିଭିନ୍ନ ମହଲରେ ଦାବି ହେଉଛି। କେବଳ ଏହା ଏକ ଦୃଷ୍ଟାନ୍ତ ମାତ୍ର, ଧାନ କିଣାବିକାରେ ଫଲ୍ସ ଏଣ୍ଟ୍ରି କରାଯାଇ ଅନୁରୂପ ଅନେକ ଅନିୟମିତତା ହେଉଥିବା ସ୍ଥଳେ ଯୋଗାଣ ବିଭାଗ ହାତ ବାନ୍ଧି ବସିଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣାର ତଦନ୍ତ ହେଲେ ଏଭଳି ଅନିୟମିତତାର ରହସ୍ୟ ପଦାକୁ ଆସିବ ଏବଂ ଏଥିର ସମ୍ପୃକ୍ତ ସମସ୍ତ ବିଭାଗୀୟ କର୍ମଚାରୀ, ଅଧିକାରୀଙ୍କ ମୁଖା ଖୋଲିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri