Posted inଜାତୀୟ

ସମୁଦ୍ରରେ ବୁଡ଼ି ୫ ଡାକ୍ତରୀ ଛାତ୍ରୀଛାତ୍ର ମୃତ

ଚେନ୍ନାଇ , ୭।୫: ତାମିଲନାଡ଼ୁର କନ୍ୟାକୁମାରୀ ଉପକୂଳ ଲେମୁର ବେଳାଭୂମିରେ ସୋମବାର ୨ ଜଣ ଡାକ୍ତରୀ ଛାତ୍ରୀ ଓ ୩ ଜଣ ଡାକ୍ତରୀ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଛନ୍ତି। ଲେମୁର ବେଳାଭୂମିରେ ସମୁଦ୍ର ଅଶାନ୍ତ ଥିବାରୁ ଏହା ଏବେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି। ଏହାସତ୍ତ୍ୱେ ମଧ୍ୟ କିପରି ଏହି ଛାତ୍ରୀଛାତ୍ର ସେଠାରେ ପହଞ୍ଚିଲେ ସେନେଇ ତଦନ୍ତ ଚାଲିଥିବା କନ୍ୟାକୁମାରୀ ଏସ୍‌ପି ଇ ସୁନ୍ଦରୂଥାନମ ସୂଚନା ଦେଇଛନ୍ତି। ସମସ୍ତ ମୃତକ ଛାତ୍ରୀଛାତ୍ର ତିରୁଚିରାପଲ୍ଲୀସ୍ଥିତ ଏସ୍‌ଆରଏମ ମେଡିକାଲ କଲେଜରେ ଶେଷ ବର୍ଷରେ ଅଧ୍ୟୟନ କରୁଥିଲେ। ଜଣେ ଛାତ୍ରଙ୍କ ସମ୍ପର୍କୀୟଙ୍କ ବିବାହରେ ଯୋଗଦେବାକୁ ସେମାନେ କନ୍ୟାକୁମାରୀ ଆସିଥିଲେ। ତେବେ ମୃତକଙ୍କ ମଧ୍ୟରୁ ୪ ଜଣ ତାମିଲନାଡ଼ୁର ହୋଇଥିବା ବେଳେ ଜଣେ ଆନ୍ଧ୍ରପ୍ରଦେଶର ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

ଅସ୍ତ୍ରଶସ୍ତ୍ର ସହ ପୋଲିସ ଆଗରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ଫୁଲବାଣୀ,୬।୨: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ମାଓବାଦୀ ସଙ୍ଗଠନ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାନେଇ କନ୍ଧମାଳ ପୋଲିସ ନିକଟରେ ଶୁକ୍ରବାର ୪ଜଣ ମାଓବାଦୀ…

Vaibhav Suryavanshi: ପୁଣି ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୧୯ ବର୍ଷରୁ କମ ଏକଦିବସୀୟ ବିଶ୍ୱକପର ଫାଇନାଲ ମ୍ୟାଚ ଚାଲିଛି। ଭାରତୀୟ ଅଧିନାୟକ ଆୟୁଷ ମହାତ୍ରେ ଟସ ଜିତି ପ୍ରଥମେ…

Love-Relationshipକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି ଦେଲେ ସୁପ୍ରିମକୋର୍ଟ: ବ୍ରେକଅପ ପରେ ବଳାତ୍କାର ଅଭିଯୋଗ…

ନୂଆଦିଲ୍ଲୀ,୬।୨: ସୁପ୍ରିମକୋର୍ଟ ଗୁରୁବାର (ଫେବୃଆରୀ ୫, ୨୦୨୬) ଦିନ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ସମ୍ପର୍କ ଖରାପ ହେବା କିମ୍ବା ଭାଙ୍ଗିବା…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ନିଶା: ଗିରଫ ଭୟରେ ଆଗୁଆ ଜାମିନ ଆବେଦନ ପରେ ଏବେ…

ବଲାଙ୍ଗୀର,୬ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ…

ବରଗଡ଼ ସିଭିଲ କୋର୍ଟକୁ ବୋମା ଧମକ, ଛାନିଆ ହୋଇ ବାହାରକୁ ଚାଲିଆସିଲେ…

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ କୋର୍ଟକୁ ଶୁକ୍ରବାର ମିଳିଥିବା ବୋମା ଧମକ ହଇଚଇ ସୃଷ୍ଟି କରିଛି। ବରଗଡ଼ ସିଭିଲ କୋର୍ଟକୁ ମଧ୍ୟ ଇ-ମେଲରେ ଏଭଳି ଧମକ ଆସିଛି।…

କେରଳରେ ଯୁବ ଚାଷୀଙ୍କ ମୃତ୍ୟୁ ଘଟଣା: ପ୍ରଶାସନ ପରେ ବଢୁଛି ସହାୟତାର ହାତ

ଲୋଇସିଂହା,୬।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସନଅଗାଁ(କ) ଗ୍ରାମର ଯୁବ ଚାଷୀ ବଳରାମ ପଧାନ ତାଙ୍କ ଖରିଫ ଧାନ ବିକ୍ରି ଟଙ୍କା କୌଣସିକାରଣବଶତଃ କେରଳରେ ଥିବା…

“ମହିଳାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ”: ନାବାଳିକାଙ୍କୁ ୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୨: ମହିଳାଙ୍କ ପ୍ରଜନନ ସ୍ଵାଧୀନତାକୁ ଗୁରୁତ୍ୱ ଦେଇ ମାନ୍ୟବର ସୁପ୍ରିମକୋର୍ଟ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଜଣେ ଯୁବତୀଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ମାତୃତ୍ୱ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri