ଶରୀରର ଏହି ୫ ସ୍ଥାନରେ କଳାଜାଇ ଅଛି କି? ଜାଣନ୍ତୁ କ’ଣ ତାର ଅର୍ଥ, କିଭଳି ହେବ ଭବିଷ୍ୟତ

ଜ୍ୟୋତିଷଶାସ୍ତ୍ରରେ ଶରୀରରେ ଥିବା କଳାଜାଇର ବିଶେଷ ମହତ୍ୱ ରହିଛି। ଏହାକୁ ଦେଖି କୌଣସି ମନୁଷ୍ୟର ଭବିଷ୍ୟତ ଏବଂ ବ୍ୟକ୍ତିତ୍ୱ ବିଷୟରେ ଅନୁମାନ କରାଯାଇପାରେ। ଶରୀରରେ ଥିବା କଳାଜାଇ ଶୁଭ ଓ ଅଶୁଭ ପରିଣାମ ଦେଇଥାଏ। ଆସନ୍ତୁ ଜାଣିବା ଶରୀରର କେଉଁ ସ୍ଥାନରେ କଳାଜାଇ ରହିବା ଶୁଭ ଆଉ କେଉଁଠି ରହିବା ଅଶୁଭ।

-କାନରେ କଳାଜାଇ: ଯଦି କୌଣସି ବ୍ୟକ୍ତିର କାନରେ କଳାଜାଇ ଥାଏ ତେବେ ଏହା ଶୁଭ। ଏଭଳି ଲୋକ ଜୀବନରେ ଭୌତିକ ସୁଖ ଭୋଗ କରିଥାନ୍ତି। ତାଙ୍କୁ ଜୀବନରେ ପ୍ରତିଟି ବଡ଼ ଖୁସି ମିଳିଥାଏ।

-କାନ୍ଧରେ କଳାଜାଇ: ଯେଉଁ ବ୍ୟକ୍ତିଙ୍କ କାନ୍ଧରେ କଳାଜାଇ ଥାଏ, ସେ ଦୃଢ଼ ସଙ୍କଳ୍ପ ନେଉଥିବା ଲୋକ ହୋଇଥାନ୍ତି। ଏହି ଲୋକ ଯେକୌଣସି କାମକୁ ପୂରଣ କରିବାର ଜିଦ୍‌ ଧରିନେଲେ ତାକୁ ପୂରଣ କରନ୍ତି। ଏମାନେ ଆଗକୁ ଯାଇ ବଡ଼ ସଫଳତା ହାସଲ କରନ୍ତି।

-ଅଣ୍ଟାର ବାମପାର୍ଶ୍ୱରେ କଳାଜାଇ: ଯେଉଁ ଲୋକଙ୍କ ଅଣ୍ଟାର ବାମପାର୍ଶ୍ୱରେ କଳାଜାଇ ଥାଏ, ସେ ବହୁତ ଖର୍ଚ୍ଚି ହୋଇଥାନ୍ତି। ହେଲେ ସେମାନଙ୍କ ଜୀବନରେ କେବେହେଲେ ଟଙ୍କାପଇସାର ଅଭାବ ରହି ନ ଥାଏ। ତାଙ୍କ ପାଖରେ ଆୟର ପର୍ଯ୍ୟାପ୍ତ ଉତ୍ସ ଥାଏ।

-ଡାହାଣ ଗାଲରେ କଳାଜାଇ: ଯେଉଁ ଲୋକଙ୍କ ଡାହାଣ ଗାଲରେ କଳାଜାଇ ଥାଏ ତାଙ୍କର ଦାମ୍ପତ୍ୟ ଜୀବନ ସର୍ବଦା ସୁଖଦାୟକ ଥାଏ। ପାର୍ଟନରଙ୍କ ସହ ତାଙ୍କର ସମ୍ପର୍କ ଭଲ ଥାଏ। ଏପରିକି ଏହି ବ୍ୟକ୍ତିମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି।

-ଓଠରେ କଳାଜାଇ: ଯେଉଁ ଲୋକଙ୍କ ଓଠରେ କଳାଜାଇ ଥାଏ ସେ ସର୍ବଦା କିଛି ନା କିଛି ଚିନ୍ତାରେ ଫସି ରହିଥାନ୍ତି। ଏମାନେ କଥା କଥାରେ ଭାଗ୍ୟକୁ ନିନ୍ଦିଥାନ୍ତି। ଏମାନେ ଜୀବନରେ ବେଶ କମ୍‌ ଥର ନିଜର ଉପଲବ୍ଧିରେ ସନ୍ତୁଷ୍ଟ ଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri