ଅନାଥ ପିଲାଙ୍କ ପାଇଁ ୫ ଲକ୍ଷର ସ୍ବାସ୍ଥ୍ୟ ବୀମା…

ନୂଆଦିଲ୍ଲୀ,୫।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ନିଜର ମାତାପିତାଙ୍କୁ ହରାଇ ଥିବା ଅନାଥ ପିଲାଙ୍କ ପାଇଁ ପ୍ରଧାନମନ୍ତଦ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ ବୀମା ଘୋଷଣା କରାଯାଇଛି। କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର ଏସମ୍ପର୍କରେ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, କରୋନା ମହାମାରୀ ଯୋଗୁ ଅନାଥ ହୋଇଯାଇଥିବା ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯିବ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତି ରିଲିଫ ପାଣ୍ଠି (ପିଏମ୍‌-କେୟାର୍ସ)ରୁ ବୀମାର ପ୍ରିମିୟମ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଅନୁରାଗ ଠାକୁର ଏହି ଯୋଜନାର ସବିଶେଷ ତଥ୍ୟ ଟୁଇଟରରେ ପୋଷ୍ଟ କରିଛନ୍ତି।

Share