Categories: ଜାତୀୟ

କାର୍‌ ମାଡ଼ିଯିବାରୁ ୫ ମହିଳା ମୃତ

ପୁଣେ,୧୫।୨: ମହାରାଷ୍ଟ୍ର ପୁଣେ ଜିଲାରେ ୧୭ ଜଣ ମହିଳାଙ୍କ ଏକ ଗ୍ରୁପ୍‌ ନାଶିକ-ପୁଣେ ଜାତୀୟ ରାଜପଥ ପାର୍‌ ହେଉଥିବାବେଳେ ଦ୍ରୁତବେଗରେ ଆସୁଥିବା ଏସ୍‌ୟୁଭି ସେମାନଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୫ ମହିଳା ପ୍ରାଣ ହରାଇଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ସୋମବାର ରାତି ୧୦ଟା ୪୫ରେ ଶିରୋଲି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ମହିଳାମାନେ ଏକ ବିବାହ ଉତ୍ସବ କ୍ୟାଟରିଂ କାର୍ଯ୍ୟରେ ଯୋଗଦେବା ଲାଗି ରାସ୍ତା ପାର୍‌ ହେଉଥିବାବେଳେ ଦୁର୍ଘଟଣା ଘଟିଥିଲା।

Share