କେସିଙ୍ଗା ପୋଲିସକୁ ବଡ଼ ସଫଳତା, ୧୦ କେଜି ଗଞ୍ଜେଇ ସହ ୫ ଆନ୍ତଃରାଜ୍ୟ ଚୋରା ଚାଲାଣକାରୀ ଗିରଫ

କେସିଙ୍ଗା,୧୧/୧(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲାର କେସିଙ୍ଗା ପୋଲିସକୁ ବଡ଼ ସଫଳତା ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସ ସ୍ଥାନୀୟ ରେଳ ଷ୍ଟେସନରୁ ରବିବାର ସନ୍ଧ୍ୟାରେ ୫ ଜଣ ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ପ୍ରାୟ ୧୦ କେଜି ଗଞ୍ଜେଇ ଜବତ କରିଛି ।ଅଭିଯୁକ୍ତମାନେ ସମସ୍ତେ ମହାରାଷ୍ଟ୍ର ରାଜ୍ୟର ନାଗପୁର ଜିଲାର ବାସିନ୍ଦା ବୋଲି ଜଣାପଡ଼ିଛି ।

ଅଭିଯୁକ୍ତମାନେ ହେଲେ ରାହୁଲ ସୁରେଶ ରାଉତ(୨୭), ଅଙ୍କେଶ ରାମସିଂ ପାଲ(୨୩), ବିକାଶ ଦିଲୀପ ନନ୍ଦଗୌରୀ(୧୯), ଦୀପସିଂ ଟାକ(୨୧), ଗୁରପ୍ରିତ୍ ସିଂ ଟାକ (୩୧) । ଅଭିଯୁକ୍ତମାନେ ରାୟପୁର ହୋଇ ନାଗପୁର ଯିବା ପାଇ କେସିଙ୍ଗା ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରି ରହିଥିବା ସମୟରେ ପୋଲିସ ହାବୁଡରେ ପଡିଯାଇଥିଲେ ।

ତେବେ ଏତେ ପରିମାଣର ଗଞ୍ଜେଇ କେଉଁଠାରୁ ଆସିଲା ଓ କିପରି ଆସିଲା ତାହାର ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ବାଳ କହିଛନ୍ତି । ଆଇଆଇସି ଜୀତେନ୍ଦ୍ର ବିଶ୍ଵାଳଙ୍କ ସମେତ ଏସ ଆଇ ଅରକ୍ଷିତ ମାଝୀ, ଏସ ଆଇ ରେଣୁକା ଖେସ ଏବଂ ଏ ଏସ ଆଇ ନୀତିନ ଚତୁର୍ବେଦିଙ୍କ ସମେତ ଅନେକ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ମାଜିଷ୍ଟ୍ରେଟ ଦାୟିତ୍ବ ରେ ଅତିରିକ୍ତ ତହସିଲଦାର ବିବେକାନନ୍ଦ ସାମଲ ଉପସ୍ଥିତରେ ଗଞ୍ଜେଇ ଜବତ କରାଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ ଓ ଲଭ୍ ଜିହାଦ

ଆକାର ପଟେଲ ଆମ ଗଣମାଧ୍ଯମ ଏବଂ ହ୍ଵାଟ୍ସଆପ୍ ଗ୍ରୁପଗୁଡ଼ିକରେ ଆମେ ଯେଉଁ ସବୁ ବିଷୟରେ ଆଲୋଚନା ବା ପ୍ରଚାର କରୁଛୁ, ତାହା ମଧ୍ୟରୁ ଗୋଟିଏ। ହେଉ ହେଉଛି…

ମାର୍ଚ୍ଚରୁ ମେ’ ପ୍ରବଳ ଗରମ

ଭୁବନେଶ୍ୱର,୧।୩(ବନ୍ଦନା ସେଠୀ): ମାର୍ଚ୍ଚ ଆରମ୍ଭ ନ ହେଉଣୁ ରାଜ୍ୟରେ ତାପମାତ୍ରା ୩୬ ଡିଗ୍ରୀ ଟପିଛି। ଆଗକୁ ପ୍ରବଳ ଖରାତାତି ଓ ଗରମରେ ଶିଝିବ ସାରା ଓଡ଼ିଶା। ବିଶେଷକରି…

LPG Price Hike: ହୋଲି ପୂର୍ବରୁ ବଡ଼ ଝଟକା! ଆଜିଠୁ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ନୂଆ ମୂଲ୍ୟ…

ନୂଆଦିଲ୍ଲୀ, ୧।୩: ସାଧାରଣ ଲୋକଙ୍କ ପାଇଁ ବଡ଼ ଝଟକା। ହୋଲି ପୂର୍ବରୁ ୧ ମାର୍ଚ୍ଚରେ ୨୦୨୬ରେ ଏଲପିଜି ଦର ଅପଡେଟ୍ କରାଯାଇଛି। ହୋଲି ପୂର୍ବରୁ ମଧ୍ୟ ଗ୍ରାହକମାନେ…

ରାଜ୍ୟ ସଭା: କମନ୍‌ ପ୍ରାର୍ଥୀ ଦ୍ୱନ୍ଦ୍ୱ

ଭୁବନେଶ୍ୱର, ୧।୩(ସୁନିତ୍‌ ମିଶ୍ର): ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ହେବାକୁ ଥିବା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ବିଜେଡି ପକ୍ଷରୁ ଶନିବାର ରାଜ୍ୟ…

ଖାମନେଇଙ୍କ ହତ୍ୟାକୁ ନେଇ ଟ୍ରମ୍ପ କଲେ ବଡ଼ ଘୋଷଣା, ବିଶ୍ୱରେ ଚହଳ

ତେହରାନ,୧।୩: ଇସ୍ରାଏଲ ଇରାନର ସର୍ୱୋଚ୍ଚ ନେତା ଅଲି ଖାମନେଇଙ୍କ ମୃତ୍ୟୁ ଦାବି କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିଜେ ଖାମନେଇଙ୍କ ମୃତ୍ୟୁ ଦାବି କରିଛନ୍ତି। ଆମେରିକାର…

ହତ୍ୟା ଦାବି ମଧ୍ୟରେ ଖାମନେଇଙ୍କ ପୋଷ୍ଟ, ଖଣ୍ଡା ନେଇ…

ତେହରାନ,୧।୩: ଆୟାତୋଲ୍ଲା ଅଲି ଖାମନେଇଙ୍କ ହତ୍ୟା ଦାବି ମଧ୍ୟରେ, ଇରାନର ସର୍ୱୋଚ୍ଚ ନେତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ ପୋଷ୍ଟ କରାଯାଇଛି। ପୋଷ୍ଟରେ ପୟଗମ୍ୱର ଅଲିଙ୍କୁ ଉଦ୍ଧୃତ…

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଇରାନ ଉପରେ ମହାଶକ୍ତିର ପ୍ରହାର: ଖାମେନେଇଙ୍କ ବାସଭବନ ଧ୍ୱଂସ, ଟ୍ରମ୍ପ କହିଲେ‘ ଇରାନବାସୀଙ୍କ ମୁକ୍ତି ସମୟ ଆସିଛି’ 

ଓ୍ବାଶିଂଟନ,୨୮।୨: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri