ଭିଡିଓ ଭାଇରାଲ ପରେ ହୋମଗାର୍ଡଙ୍କ ସମେତ ୫ ଗିରଫ

ଦାରିଙ୍ଗବାଡ଼ି,୧୩ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗଞ୍ଜେଇ ଗଛକୁ ନ କାଟିବା ପାଇଁ ଗଞ୍ଜେଇ ଚାଷୀଙ୍କ ସହ କଥାବାର୍ତ୍ତା ହେଉଥିବା ଅଡିଓ ଭାଇରାଲ ଘଟଣାରେ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ। ଦାରିଙ୍ଗବାଡ଼ି ପୋଲିସ ଜଣେ ହୋମଗାର୍ଡଙ୍କ ସହ ୫ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଦାରିଙ୍ଗବାଡ଼ି ଥାନାର ହୋମଗାର୍ଡ ସତ୍ୟଜିତ ମଲିକଙ୍କ ସମେତ ଗଞ୍ଜେଇ ଚାଷରେ ସମ୍ପୃକ୍ତି ଥିବା ମାନସ ପ୍ରଧାନ, ରାଜୁ ବେହେରା, ପ୍ରଫୁଲ କୁମାର ପ୍ରଧାନ ଏବଂ ଆଦିକନ୍ଦ ପ୍ରଧାନ ବୋଲି ଏକ ଖବରଦାତା ସମ୍ମିଳନୀରେ କନ୍ଧମାଳ ଜିଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସ୍ନେହାଶିଷ ସାହୁ ସୂଚନା ଦେଇଛନ୍ତି।

ସୂଚନା ଦେଇ କହିଛନ୍ତି, ଗୁରୁବାର ଉକ୍ତ ଥାନା ପରପାଙ୍କା ଏବଂ ପ୍ଲିହେରି ଅଞ୍ଚଳରେ ୭୦ ଏକର ଜମିରେ ଗଞ୍ଜେଇ ଗଛ କଟାଯାଇଛି। ବେଆଇନ ଗଞ୍ଜେଇ ଗଛ ବିରୋଧରେ କନ୍ଧମାଳ ଏସ୍‌ପି ହରିଶ ବିଶିଙ୍କ ନିର୍ଦ୍ଦେଶ ପ୍ରକାରେ ସାରା ଜିଲାରେ ଚାଲିଥିବା ବେଆଇନ ଗଞ୍ଜେଇ ଚାଷକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। ତେବେ ଉକ୍ତ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଚାଲିଥିବା ଖବର ପାଇବା ପରେ ଆଇଆଇସି ଅଶୋକ କୁମାର ହାଁସଦାଙ୍କ ନେତୃତ୍ୱରେ ପୋଲିସ ଗଞ୍ଜେଇ ଗଛ କାଟି ଥିଲା। ତେବେ ପୂର୍ବରୁ ଏହି ଚାଷକୁ କାର୍ଯ୍ୟରତ ହୋମଗାର୍ଡ ସତ୍ୟଜିତ୍‌ ଗଛ କଟାଯିବ ନାହିଁ ବୋଲି ଚାଷୀଙ୍କୁ ଉତ୍କୋଚ ଦାବି କରିଥିଲେ। ତୁରନ୍ତ ସନ୍ଧ୍ୟା ଭିତରେ ପହଞ୍ଚି ବଡ଼ ସାର୍‌ଙ୍କୁ ଭେଟିବାକୁ ସେ ପରାମର୍ଶ ଦେଇଥିଲେ। ଯାହାକି ଅଡିଓ ଭାଇରାଲର ପ୍ରାଥମିକ ତଦନ୍ତରେ କାର୍ଯ୍ୟାନୁଷ୍ଠାନ କରାଯାଇଥିବା ବେଳେ ଏହାର ଅଧିକ ତଦନ୍ତ ଚାଲିଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଆଡିଶନାଲ ଏସ୍‌ପି ) ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡ଼ା ଏସ୍‌ଡିପିଓ କମଳ କୁମାର ପଣ୍ଡା, ଆଇଆଇସି ଅଶୋକ କୁମାର ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri