ଲଘୁଚାପ ବର୍ଷାରେ ଭାଙ୍ଗିଲା ଘର: ୫ ପରିବାର ବାସହରା

ପାରଳାଖେମୁଣ୍ଡି,୧୧ା୯(ଡି.ଏନ୍‌.ଏ.): ଗଜପତି ଜିଲାରେ ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ୫ଟି ଘର ଭାଙ୍ଗିଯାଇଛି। ଗୁମ୍ମା ବ୍ଲକ କୁଜାସିଂ ପଞ୍ଚାୟତ ଅଧୀନ ଅଢେଇ, କୁଣ୍ଢେଇସିଂ, ଜଗନ୍ନାଥପୁର ଓ ଗିରା ଗାଁରେ ଘର ଭାଙ୍ଗି ଭୁଶୁଡ଼ି ପଡିଛି। କୁଣ୍ଢେଇସିଂ ଗ୍ରାମର ମାଲା ରଇତ ଓ ଲାକିଆ ଶବରଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଗିରା ଗାଁର ସାନିଆ ଗମାଙ୍ଗ ଓ ଜଗନ୍ନାଥପୁରର ଡୁମୁଣି କୁମ୍ଭ ଓ ଅଢେଇ ଗାଁର ସୁକି କାର୍ଯୀଙ୍କ ଘର ଭାଙ୍ଗି ନଷ୍ଟ ହୋଇଯାଇଛି। ଫଳରେ ପାଞ୍ଚଟି ପରିବାରର ୧୨ ଜଣରୁ ଊଦ୍ଧର୍‌ବ ଲୋକ ବାସହରା ହୋଇପଡିଛନ୍ତି। ଦୁଇ ଦିନ ଧରି ବର୍ଷା ଲାଗି ରହିବାରୁ କ୍ଷତିଗ୍ରସ୍ତ ପରିବାରର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ସମୟ ପରେ ଅତିରିକ୍ତ ତହସିଲଦାର, ରାଜସ୍ବ ନିରୀକ୍ଷକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିବା ସହ ସ୍ଥାନୀୟ ଚର୍ଚ୍ଚରେ କ୍ଷତିଗ୍ରସ୍ତଙ୍କ ରହିବା ନେଇ ବନ୍ଦୋବସ୍ତ କରିଥିବା ଜଣାପଡିଛି। କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।