କଡା ଆଇନ ପ୍ରସ୍ତୁତ କଲେ ସରକାର; ଡଷ୍ଟବିନରେ ପକାନ୍ତୁନି ଘରର ଏହି ୫ଟି ଜିନିଷ, ହୋଇପାରେ ଜେଲ

ଓ୍ବାଶିଂଟନ୍‌,୩।୧୦: ପୁନଚକ୍ରଣ ଯୋଗ୍ୟ ବର୍ଜ୍ୟବସ୍ତୁକୁ କିପରି ରିସାଇକେଲିଂ କରାଯାଇ ପାରିବ ଏନେଇ ସଚେତନ କରାଯାଇଥାଏ। ତେବେ କିଛି ଜଣ ଏହାକୁ ନମାନି ଡଷ୍ଟିବନରେ ଏହି ଅଳିଆଗୁଡିକୁ ପକାଇ ଦିଅନ୍ତି। କିନ୍ତୁ ଏହା ଠିକ ନୁହେଁ। କାରଣ ଆମ ଘରେ ଏପରି ଅନେକ ବର୍ଜ୍ୟବସ୍ତୁ ଅଛି ଯାହାର ରିସାଇକେଲିଂ କରିବାର ବିଭିନ୍ନ ପଦ୍ଧତି ଅଛି ଏବଂ ସେମାନଙ୍କୁ ସେପରି ଫିଙ୍ଗିବା ଉଚିତ ନୁହେଁ। ତେବେ ଆମେରକିାର କାଲିଫର୍ଣ୍ଣିଆ ପରି ସ୍ଥାନରେ ଅଳିଆ ଆବର୍ଜନା ପାଇଁ କଡା ଆଇନ ପ୍ରସ୍ତୁତ କରାଯାଇଛି। ଯଦି କେହି ଏହି ନିୟମ ନ ମାନେ ତେବେ ସେହି ନାଗରିକଙ୍କୁ ଜରିମାନା କିମ୍ବା ଜେଲ ମଧ୍ୟ ଯିବାକୁ ପଡିବ। ପ୍ରତିଟି ଘରେ ସହଜରେ ମିଳିଯାଉଥିବା ଏହି ୫ଟି ଜିନିଷ ଯଦି ଅଳିଆ ଭାବି ଆପଣ ପକାଇ ଦିଅନ୍ତି ତେବେ ଆପଣଙ୍କୁ ଜେଲ ହେବାର ନିୟମ ହୋଇଛି।

ବ୍ୟାଟେରୀ: ରିମୋଟ, ଘଣ୍ଟା, ଖେଳନା ଇତ୍ୟାଦିରେ ବ୍ୟବହୃତ ବ୍ୟାଟେରୀକୁ କେବେବି ଅଳିଆଗଦାରେ ପକାନ୍ତୁ ନାହିଁ। କାରଣ ଏହିପରି ଅନେକ ଜିନିଷ ଇ-ଆବର୍ଜନାର ଅଂଶ ଯାହା ପରିବେଶ ପାଇଁ ବହୁତ କ୍ଷତି କରିଥାଏ। ଏଗୁଡିକର ରାସାୟନିକ ପଦାର୍ଥ ବାହାରକୁ ଆସି ମାଟି ଏବଂ ଜଳକୁ ପ୍ରଦୂଷିତ କରିଥାଏ।

ଟିଭି କିମ୍ବା କମ୍ପ୍ୟୁଟର: ପ୍ଲାଷ୍ଟିକ, ସର୍କିଟ, ସର୍କିଟ ବୋର୍ଡ, ଗ୍ଲାସ, ଧାତୁ ଭଳି ଅନେକ ଜିନିଷ ଆପଣଙ୍କ ପୁରୁଣା ଟିଭି କିମ୍ବା କମ୍ପ୍ୟୁଟରରେ ଉପସ୍ଥିତ ଅଛି ଯେଉଁଥିପାଇଁ ପରିବେଶ ନଷ୍ଟ ହୋଇପାରେ। ତେବେ ଏହି ଦୁଇଟି ଜିନିଷକୁ ଅଳିଆଗଦାରେ ପକାଇବା ନିଷେଧ। ଭୁଲ କରୁଥିବା ବ୍ୟକ୍ତିଙ୍କୁ ୧୦୦ଡଲାର ଅର୍ଥାତ ୮ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ।

ସ୍ମାର୍ଟଫୋନ କିମ୍ବା ଟାବଲେଟ: ପୁରୁଣା ସ୍ମାର୍ଟଫୋନ କିମ୍ବା ଟାବଲେଟରେ ଥିବା ବିଷାକ୍ତ କିମ୍ବା ଜ୍ୱଳନ୍ତ ପଦାର୍ଥ ପରିବେଶକୁ ଦୂଷିତ କରିଇାଏ ଏବଂ ଏହାଦ୍ୱାରା କେତେକ ସ୍ଥାନରେ ନିଆଁ ଲାଗିଯାଏ। ତେବେ ଏହାକୁ ଅଳିଆଗଦାରେ ପକାଇଲେ ୧୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ।

ମୋଟର ତେଲ: ଯାନରେ ପଡୁଥିବା ତେଲ ତଥା ମୋଟର ତେଲ ମଧ୍ୟ ପରିବେଶ ପାଇଁ ବିପଦଜ୍ଜନକ ଅଟେ। ପଶୁମାନଙ୍କ ସହ ଏହା ଗଛ ଏବଂ ଉଦ୍ଭିଦକୁ କ୍ଷତି ପହଞ୍ଚାଇ ଥାଏ। ଆମେରିକାର ନିୟମ ଅନୁଯାୟୀ, ଯଦି କେହି ଏହି ତେଲକୁ ଅଳିଆଗଦାରେ ପକାନ୍ତି, ତେବେ ତାଙ୍କୁ ୫୦ ହଜାର ଡଲାର (୪୧ ଲକ୍ଷ ଟଙ୍କା) ଜରିମାନା କିମ୍ବା ୨ ବର୍ଷ କାରାଦଣ୍ଡ ହୋଇପାରେ।

ମାଇକ୍ରୋୱେଭ: ଖାଦ୍ୟ ଗରମ କରିବା ପାଇଁ ବ୍ୟବହୃତ ମାଇକ୍ରୋୱେଭ ଅତ୍ୟନ୍ତ ଉପଯୋଗୀ, କିନ୍ତୁ ଅନେକ ସ୍ଥାନରେ ଏହାକୁ ଇ-ଆବର୍ଜନା ଭାବରେ ବିବେଚନା କରାଯାଏ। ଏହାକୁ ଆମେରିକାରେ ଅଳିଆଗଦାରେ ପକାଇଲେ ଜରିମାନା ଦେବାକୁ ପଡିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?