Posted inଜାତୀୟ

୫ ଆଞ୍ଚଳିକ ଭାଷାରେ ଉଚ୍ଚଶିକ୍ଷା

ନୂଆଦିଲ୍ଲୀ, ୩୦।୭(ପି.ଟି.):ରାଷ୍ଟ୍ର ନିର୍ମାଣ ମହାଯଜ୍ଞରେ ନୂତନ ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ଏକ ବଡ଼ ଫ୍ୟାକ୍ଟର। ଭାରତର ସ୍ବର୍ଣ୍ଣିମ ଭବିଷ୍ୟତ ଗଠନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଏନ୍‌ଇପିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉଦ୍‌ବୋଧନ ଦେଇ କହିଛନ୍ତି। ନୂଆ ଜାତୀୟ ଶିକ୍ଷାନୀତି ମାତୃଭାଷା ଓ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେଇଛି। ୮ ରାଜ୍ୟର ୧୪ଟି ଇଞ୍ଜିନିୟରିଂ କଲେଜ ୫ ଭାରତୀୟ ଭାଷା ହିନ୍ଦୀ, ତାମିଲ, ତେଲୁଗୁ, ମରାଠୀ ଏବଂ ବଙ୍ଗଳାରେ ଶିକ୍ଷାଦାନ ଆରମ୍ଭ କରିଥିବା ମୋଦି କହିଥିଲେ। ଏହାବ୍ୟତୀତ ଇଞ୍ଜିନିୟରିଂ ଶିକ୍ଷାକୁ ୧୧ଟି ଆଞ୍ଚଳିକ ଭାଷାରେ ଭାଷାନ୍ତର କରିବା ଲାଗି ଏକ ଉପକରଣର ବିକାଶ କରାଯାଇଛି। ଏହା ଅବହେଳିତ ଓ ପଛୁଆ ବର୍ଗ ଛାତ୍ରୀଛାତ୍ରଙ୍କ ପାଇଁ ସହାୟକ ହୋଇପାରିବ। ନୂଆ ଶିକ୍ଷାନୀତିରେ ‘ଠାର’କୁ ଭାଷାର ମାନ୍ୟତା ପ୍ରଦାନ କରାଯାଇଛି। ଛାତ୍ରୀଛାତ୍ର ଅନ୍ୟ ଭାଷା ଭଳି ଏହାକୁ ପଢ଼ିପାରିବେ। ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କ ପାଇଁ ଏହା ସହାୟକ ହେବ।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କାର୍ଯ୍ୟକ୍ରମ ଯୁବବର୍ଗଙ୍କୁ ଭବିଷ୍ୟନ୍ମୁଖୀ କରାଇବା ସହ ଏଆଇ-ଭିତ୍ତିକ ଅର୍ଥନୀତି ପାଇଁ ବାଟ ଖୋଲିଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକାଡେମିକ୍‌ ବ୍ୟାଙ୍କ୍‌ ଅଫ୍‌ କ୍ରେଡିଟ୍‌ ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଜଣେ ଉଚ୍ଚଶିକ୍ଷାରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ସ୍ବାଧୀନତା ପାଇବ। ଜଣେ ନିଜର ପାଠ୍ୟକ୍ରମ ଚୟନ କରିପାରିବ ଏବଂ ଯଦି ସେଥିରେ ଆଗ୍ରହ ନ ଆସେ ତେବେ ଯେକୌଣସି ସମୟରେ ଛାଡ଼ିପାରିବ। ଏହି ଅବସରରେ ଗ୍ରେଡ୍‌-୧ ପିଲାଙ୍କ ପାଇଁ ‘ବିଦ୍ୟା ପ୍ରବେଶ’ ନାମରେ ଏକ ୩ ମାସିଆ ଖେଳ ଭିତ୍ତିକ ସ୍କୁଲ ପ୍ରସ୍ତୁତି ମଡ୍ୟୁଲ୍‌ ଏବଂ ଶିକ୍ଷକମାନଙ୍କ ପାଇଁ ସମନ୍ବିତ ପ୍ରଶିକ୍ଷଣ ନିଷ୍ଠା ୨.୦ର ଶୁଭାରମ୍ଭ କରାଯାଇଛି। ସିବିଏସ୍‌ଇ ସ୍କୁଲ୍‌ରେ ତୃତୀୟ, ପଞ୍ଚମ ଏବଂ ଅଷ୍ଟମ ଗ୍ରେଡର ପିଲାଙ୍କ ପାଇଁ ପ୍ରତିଯୋଗିତାମୂଳକ ମୂଲ୍ୟାୟନ ଢାଞ୍ଚା ‘ସଫଲ’ ତଥା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ସ୍ବତନ୍ତ୍ର ଓ୍ବେବ୍‌ସାଇଟ୍‌ ଲଞ୍ଚ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ବର୍ଷା ସହ କୁଆପଥର ମାଡ଼

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଲଡୁଗାଁ, ବରାଡଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଛି। ରାସ୍ତାରେ…

ଇରାନକୁ ସାହାଯ୍ୟର ହାତ ବଢାଇଲା ଭାରତ, ଯୁଦ୍ଧ ପାଇଁ ପଠାଇଲା…ଚମକି ପଡିଲା ଆମେରିକା!

ନୂଆଦିଲ୍‌ଲୀ,୧୮।୩: ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି। ଭାରତରୁ ଚିକିତ୍ସା ସହାୟତାର ପ୍ରଥମ ପଠାଣ…

ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କଲେ: ସଂସଦରେ କାହାକୁ ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅବସରପ୍ରାପ୍ତ ରାଜ୍ୟ ସଭା ଏମ୍‌ପିମାନଙ୍କୁ ବିଦାୟ ଦେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରାଜନୀତି ଏବଂ ସାର୍ବଜନୀନ ଜୀବନରେ…

ଆତ୍ମବିଶ୍ୱାସ ରହିଲେ ସଫଳତା ମିଳିବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ଭଞ୍ଜନଗର,୧୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା…

ହରମୁଜରେ ଫସିଗଲା ଭାରତର ୨୩୦୦ କୋଟି ଟଙ୍କାର LPG, ଆସିବାକୁ ଲାଗିବ…

ନୂଆଦିଲ୍ଲୀ,୧୮।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଭାରତର ଏଲପିଜି ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି। କଳାବଜାରୀ ଏବଂ ଗଚ୍ଛିତ ରଖିବା ପାଇଁ…

ଖାର୍ଗେଙ୍କୁ ପ୍ରଶଂସା କଲେ ମୋଦି: ସଂସଦରେ ଖେଲିଗଲା…

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାରେ ବିଦାୟୀ ସଂସଦ ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ…

ପୁଣି SCB ମେଡିକାଲରେ ଅଘଟଣ: ଜଳିଲା ଇଲେକ୍ଟ୍ରି ବୋର୍ଡ

କଟକ,୧୮।୩: ପୁଣି SCB ମେଡିକାଲରେ ଅଘଟଣ। ଶର୍ଟସର୍କିଟରୁ ନନ ଟ୍ରମା କେୟାରରେ ଏକ ଇଲେକ୍ଟ୍ରି ବୋର୍ଡ ଜଳିଯାଇଛି। କିଛି ଅଘଟଣ ପୂର୍ବରୁ ଅଗ୍ନିଶମ କର୍ମଚାରୀ ଆୟତ୍ତ କରିଛନ୍ତି।…

ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ପ୍ରଶିକ୍ଷଣ ଆରମ୍ଭ: ନୀତି ନିୟମ ଉପରେ ଗୁରୁତ୍ୱ ଦେଇ…

କର୍ଲାମୁଣ୍ଡା,୧୮ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ କର୍ଲାମୁଣ୍ଡା ତହସିଲ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଜନଗଣନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri