Categories: ଫୁରସତ

ଗୋଟିଏ ଫ୍ରେମ୍‌ରେ ପାଞ୍ଚ ପିଢ଼ି

ଆଜିକାଲି ସମୟରେ ଯେତେବେଳେ ଗୋଟିଏ ପରିବାରରେ ନିଜ ଜେଜେବାପା-ବାପାଙ୍କୁ ଦେଖିବା ସ୍ବପ୍ନ ହୋଇଥାଏ, ସେହି ସମୟରେ ୫ ପିଢ଼ି ଏକାଠି ରହିବା ଜାଣିଲେ ଭାଗ୍ୟର କଥା ବୋଲି କୁହାଯାଏ। ସେମାନେ ନାତି ନାତୁଣୀକୁ ନିଜ କୋଳରେ ଖେଳାଇ ଅପୂର୍ବ ଆନନ୍ଦ ପାଉଛନ୍ତି।

ସୋସିଆଲ ମିଡିଆରେ ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟିଏ ପରିବାରର ୫ ପିଢ଼ି ଏକାଠି ଦେଖିବାକୁ ମିଳିଛି। ତାହା ପୁଣି ସମସ୍ତେ ସୁସ୍ଥ ଆଉ ଜୀବିତ ଅବସ୍ଥାରେ। ପ୍ରସିଦ୍ଧ ବ୍ୟବସାୟ ଆନନ୍ଦ ମହିନ୍ଦ୍ରା ଏହି ଭିଡିଓ ଶେୟାର କରିଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି, ଯେଉଁଠି ୫ ପିଢ଼ି ଏକାଠି ରହିବା ଭାଗ୍ୟର ବିଷୟ। ଭିଡିଓଟି ଖୁବ୍‌ଶୀଘ୍ର ଭାଇରାଲ ହେଉଛି। ଗୋଟିଏ ଦିନରେ ୨ ଲକ୍ଷରୁ ଅଧିକ ଭ୍ୟୁ ସହିତ ୧୫୦୦୦ରୁ ଅଧିକ କମେଣ୍ଟ ହାସଲ କରିଛି।

 

ଆନନ୍ଦ ମହିଦ୍ରା ଶେୟାର କରିଥିବା ଭିଡିଓ ଭାରତର ନୁହେଁ। ସେଥିପାଇଁ ସେ ଭାରତରେ ଏପରି ଫଟୋ ଦେଖିବାକୁ ପ୍ରବଳ ଇଚ୍ଛା ପ୍ରକାଶ କଲେ। ଯାହା ଉପରେ ଲୋକଙ୍କ ପ୍ରତିକ୍ରିୟା ଦେଖି, ଲାଗୁଛି ବର୍ତ୍ତମାନ ତାଙ୍କର ଇଚ୍ଛା ପୂରଣ ହୋଇଛି। ବିକଶିତ ଦେଶଗୁଡ଼ିକରେ ବୃଦ୍ଧମାନଙ୍କ ସଂଖ୍ୟା ଅଧିକ ବୋଲି କୁହାଯାଏ। ବିକାଶଶୀଳ ଦେଶର ସୁବିଧା ଏବଂ ଚିକିତ୍ସା ବିକାଶ, ଯେଉଁ କାରଣରୁ ଗୁରୁତର ରୋଗ ପରେ ମଧ୍ୟ ମଣିଷକୁ ବଞ୍ଚାଇବା ସହଜ ଅଟେ। ଆର୍ଥିକ ଶକ୍ତି ଜଣକୁ ବ୍ୟୟବହୁଳ ଚିକିତ୍ସାର ଭାର ବହନ କରିବାକୁ ସକ୍ଷମ ହୋଇଥାଏ। ଆହୁରି ମଧ୍ୟ ଜନସଂଖ୍ୟା କମ୍‌ ହେତୁ ଲୋକ ଦୀଘଦିନ ବଞ୍ଚିଥାନ୍ତି। ଭାରତକୁ ଯୁବ ଦେଶ କୁହାଯାଏ। କିଛି ପ୍ରତିଶତକୁ ବାଦ୍‌ ଦେଲେ, ୧୦ ପରିବାର ମଧ୍ୟରୁ କେବଳ ଗୋଟେ କି ଦୁଇଟି ପରିବାର ଏକାଠି ରହିଥିବା ଦେଖିବାକୁ ପାଇବେ।

Share