Posted inଜାତୀୟ

ନେହେରୁ-ଗାନ୍ଧୀ ପରିବାରରୁ ୫, ବାହାରୁ ୧୩

ନୂଆଦିଲ୍ଲୀ, ୨୫ା୮: ସମ୍ପ୍ରତି କଂଗ୍ରେସରେ ନେତୃତ୍ୱ ପ୍ରସଙ୍ଗକୁ ନେଇ ସମସ୍ୟା ମୁଣ୍ଡ ଟେକିଛି। ଏହି ପୁରୁଣା ରାଜନୈତିକ ଦଳ ସମ୍ପର୍କରେ ବିଶେଷଜ୍ଞମାନେ କହିଛନ୍ତି ଯେ, ନେହେରୁ ଗାନ୍ଧୀ ପରିବାର ବାହାରୁ ଦଳର ଅଧ୍ୟକ୍ଷ ବଛାଯିବା କାଳ୍ପନିକ ଭାବେ ଠିକ୍‌। ହେଲେ ଏହା ବାସ୍ତବତା ନୁହେଁ। ଦଳର ଇତିହାସ କହୁଛି, ଦେଶ ସ୍ବାଧୀନ ହେବା ପରଠାରୁ ନେହେରୁ ଗାନ୍ଧୀ ପରିବାରରୁ ୫ ଏବଂ ବାହାରୁ ୧୩ ଜଣ କଂଗ୍ରେସର ଅଧ୍ୟକ୍ଷ ହୋଇଛନ୍ତି। କିନ୍ତୁ ପରିବାର ସଦସ୍ୟମାନେ ବାହାର ବ୍ୟକ୍ତିଙ୍କୁ ଏହି ପଦ ଦେବା ପରେ ବି ସେମାନଙ୍କ ଦ୍ୱାରା ଦଳ ସଞ୍ଚାଳନ କରାଯାଇଥାଏ। ଜବାହରଲାଲ୍‌ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ସ୍ବାଧୀନତା ପରଠାରୁ ବହୂୁଦିନ ଧରି ଦଳର ନେତୃତ୍ୱ ନେଇଆସିଛନ୍ତି। ସର୍ବାଧିକ କାଳ ଦଳର ଅଧ୍ୟକ୍ଷ ରହିଥିବା ସୋନିଆ ଗାନ୍ଧୀ ସୋମବାର ସିଡବ୍ଲ୍ୟୁସି ବୈଠକରେ ପଦ ଛାଡ଼ିବାକୁ ମନ ବଳାଇଥିଲେ। ଦଳର ପୁରୁଖା ୨୦ରୁ ଅଧିକ ନେତା ସାଙ୍ଗଠନିକ ପୁନର୍ଗଠନ ଓ ଦଳୀୟ ନେତୃତ୍ୱ ପରିବର୍ତ୍ତନ ଲାଗି ଚିଠି ଲେଖିବା ପରେ ଅସନ୍ତୁଷ୍ଟ ସୋନିଆ ହଠାତ୍‌ ନିଜ ପଦରୁ ଇସ୍ତଫା ଦେବାକୁ ଚାହିଁଥିଲେ। କିନ୍ତୁ ଦଳର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ବଛା ନ ହେବା ପର୍ଯ୍ୟନ୍ତ ପୁଣି ତାଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱରେ ରହିବା ଲାଗି ଅନୁରୋଧ କରାଯାଇଛି।
ନେହେରୁ ଗାନ୍ଧୀ ପରିବାରକୁ ଛାଡ଼ିଦେଲେ ବାହାର ନେତା ଭାବେ ଜେ. ବି. କ୍ରିପାଲାନି, ବି. ପଟ୍ଟାଭି ସୀତାରାମାୟା, ପୁରୁଷୋତ୍ତମ ଦାସ ଟଣ୍ଡନ, ୟୁ.ଏନ୍‌. ଧେବାର, ଏନ୍‌. ସଞ୍ଜୀବ ରେଡ୍ଡୀ, କେ. କାମରାଜ୍‌, ଏସ୍‌. ନିଜାଲିଙ୍ଗାପ୍ପା, ଜଗଜ୍ଜୀବନ ରାମ, ଶଙ୍କର ଦୟାଲ ଶର୍ମା, ଡି. କେ. ବରୁଆ, କେ. ବି. ରେଡ୍ଡୀ, ପି. ଭି. ନରସିଂହ ରାଓ, ସୀତାରାମ କେଶରୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦରେ ବସାଯାଇଥିଲା। ସମ୍ପ୍ରତି ଦଳର ଅନେକ ନେତା ନେତୃତ୍ୱ ନେବାର କ୍ଷମତା ରଖିଛନ୍ତି ଓ ନେହେରୁ ଗାନ୍ଧୀ ପରିବାର ବାହାରୁ ଦଳୀୟ ନେତାଙ୍କୁ ଅଧ୍ୟକ୍ଷ କରାଯିବା ଲାଗି ପ୍ରିୟଙ୍କା ଗାନ୍ଧୀ ଭଦ୍ରା କିଛିଦିନ ତଳେ କହିଥିଲେ। କଂଗ୍ରେସ ଲାଗି ଏବେ ନେତୃତ୍ୱ ପ୍ରସଙ୍ଗ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଛି ବୋଲି ଲେଖକ ତଥା ବରିଷ୍ଠ ଖବରଦାତା ରସିଦ୍‌ କିଡ୍‌ଓ୍ବାଇ କହିଛନ୍ତି। ବାହାରୁ ଦଳର ଅଧ୍ୟକ୍ଷ ହୋଇଥିବା ଯେକେହି ନେତା ନେହେରୁ ଗାନ୍ଧୀ ପରିବାର ପ୍ରତି ଆନୁଗତ୍ୟ ଦେଖାଇବା ସହ ସେମାନଙ୍କ କଥା ଅନୁଯାୟୀ କାର୍ଯ୍ୟ କରିଥାନ୍ତି। ଏବେ ନେହେରୁ ଗାନ୍ଧୀ ପରିବାର ସଦସ୍ୟ ଭୋଟରଙ୍କୁ ମନାଇବାରେ ଓ ନେତାଙ୍କ ମନ ଜିଣିବାରେ ସେଭଳି ସଫଳ ନ ଥିବା ଜଣାପଡ଼ୁଛି। ଦଳରେ ଏବେ ଭିନ୍ନ ପରିବେଶ ଓ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଜଣେ ଅଣନେହେରୁ ଗାନ୍ଧୀ ପରିବାର ସଦସ୍ୟ ନେତୃତ୍ୱ ନେଇ କାର୍ଯ୍ୟ କରିବା କଷ୍ଟକର ବ୍ୟାପାର ହେବ ବୋଲି ସେଣ୍ଟର ଫର୍‌ ଦ ଷ୍ଟଡି ଅଫ୍‌ ଡେଭେଲପ୍‌ମେଣ୍ଟ ସୋସାଇଟିର ନିର୍ଦ୍ଦେଶକ ସଞ୍ଜୟ କୁମାର ପ୍ରକାଶ କରିଛନ୍ତି। ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ରାଜନୀତି ବିଶାରଦ ସଞ୍ଜୟ କେ. ପାଣ୍ଡେ କହିଛନ୍ତି, କଂଗ୍ରେସରେ ନେହେରୁ ଗାନ୍ଧୀ ପରିବାର ସଦସ୍ୟଙ୍କ ପ୍ରଭାବ ରହିଆସିଥିବାରୁ ବାହାର ନେତା ଦଳର ମଙ୍ଗ ଧରି ଆଗକୁ ବଢ଼ିବା କଷ୍ଟକର ହେବ। ଏଭଳି ପରିସ୍ଥିତିରେ ଦଳର ଭବିଷ୍ୟତ ସେଭଳି ଉଜ୍ଜ୍ୱଳ ହୋଇପାରିବା ଆଶା କରାଯିବା ଭୁଲ୍‌ ହେବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri