ଗାଁରେ ପଶିଲେ ୫ ଟିକିଆ ହାତୀପଲ

ଭବାନୀପାଟଣା,୨୬।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ ଦାଦପୁରରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଏକ ୫ ଟିକିଆ ହାତୀପଲ ଗାଁ ଭିତରେ ପଶି ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ହାତୀ ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବର୍ତ୍ତମାନ ମଧ୍ୟ ହାତୀ ଗାଁ ଭିତରେ ଥିବା ବେଳେ ବନବିଭାଗ ପହଞ୍ଚି ନ ଥିବା ସୂଚନା ମିଳିଛି। ଏନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀ ପଲ ଗତ ୩ଦିନ ହେବ କେସିଙ୍ଗାର ବିଭିନ୍ନ ଅଞ୍ଚଳରେ ବୁଲୁଥିବା ବେଳେ ବୁଧବାରଠାରୁ ଭବାନୀପାଟଣା ଅଞ୍ଚଳକୁ ଆସିଥିବା ଜଣାପଡ଼ିଛି।