Categories: ଜାତୀୟ

ଅଂଶୁଘାତରେ ଗଲା ୫ ଭକ୍ତଙ୍କ ଜୀବନ, ସମବେଦନା ଜଣାଇଲେ ମମତା

କୋଲକାତା,୧୨ା୬: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲା ପାଣିହାଟିଠାରେ ଦଣ୍ଡ ମହୋତ୍ସବ ଚାଲିଥିବା ବେଳେ ରବିବାର ଅଂଶୁଘାତରେ ୫ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି। କିଛି ଅସୁସ୍ଥ ହୋଇ ଚିକିତ୍ସାଧୀନ ଅଛନ୍ତି। ପାଣିହାଟିର ଇସ୍କନ ମନ୍ଦିରରେ ପ୍ରାୟ ୫ଶହ ବର୍ଷ ପୁରୁଣା ଦଣ୍ଡ ମହୋତ୍ସବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଅସହ୍ୟ ଗରମ ଯୋଗୁ ପ୍ରାୟ ୫୦ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ମହୋତ୍ସବକୁ ବାତିଲ କରିଦିଆଯାଇଛି। ମୃତକଙ୍କ ପରବାରକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମବେଦନା ଜଣାଇଛନ୍ତି।

Share