Categories: ଜାତୀୟ

ତିନି ଦିନ ହେଲା ଲାଗି ରହିଛି ବର୍ଷା ,୫ ମୃତ

ଚେନ୍ନାଇ,୯।୧୧: ତାମିଲନାଡୁର ବିଭିନ୍ନ ସ୍ଥାନରେ ଲଗାତର ତିନି ଦିନ ହେଲା ବର୍ଷାଜାରି ରହିଛି । ବର୍ଷା ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ୫ଶହରୁ ଅଧିକ ଲୋକ ବାସହରା ହୋଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ସେପଟେ ଅନେକ ଘର ଏବଂ ରାସ୍ତାଘାଟ ସବୁ ଜଳମଗ୍ନ ହୋଇଯାଇଛି। ରାସ୍ତା ଉପରେ ପାଣି ଚାଲୁଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ଆଲର୍ଟ ରହିବା ପାଇଁ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି। ପାଣି ଘେରରେ ଫଶି ରହିଥିବା ଲୋକଙ୍କୁ ଏନଡିଆର୍‌ଏଫ ଟିମ ଜରିଆରେ ଉଦ୍ଧାର କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ତାମିଲନାଡୁରେ ୧୬.୮୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବିପର୍ଯ୍ୟୟ ପ୍ରଶମନ ପରିଚାଳନା ମନ୍ତ୍ରୀ କେକେଏସଆର୍‌ ରାମଚନ୍ଦ୍ରନ ସୂଚନା ଦେଇଛନ୍ତି। ଅନ୍ୟପଟେ ୯ରୁ ୧୨ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।

Share