Categories: ଜାତୀୟ

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଯୋଧପୁର,୯।୧୨: ରାଜସ୍ଥାନର ଯୋଧପୁରର ଏକ ଗ୍ରାମରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଏହି ଘଟଣାରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜିଲା କଲେକ୍ଟର ହିମାଂଶୁ ଗୁପ୍ତାଙ୍କ ଅନୁଯାୟୀ, ଭୁଙ୍ଗରା ଗ୍ରାମରେ ଏକ ବିବାହ ସମୟରେ ଘରେ ନିଆଁ ଲାଗିଯିବା ପରେ ପ୍ରାୟ ୬୦ ଜଣ ଆହତ ହୋଇଥିଲେ। ୬୦ ଆହତଙ୍କ ମଧ୍ୟରୁ ୪୨ ଜଣଙ୍କୁ ଏମ୍‌ଜିଏଚ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆହତଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଥିବା ନେଇ ରାଷ୍ଟ୍ରିୟ ଲୋକତାନ୍ତ୍ରିକ ପାର୍ଟିର ନାଗୌରର ଏମ୍‌ପି ହନିମାନ ବେନିୱାଲ ଏମ୍‌ଜିଏଚ୍‌ ହସ୍ପିଟାଲରେ ଆହତମାନଙ୍କୁ ଭେଟି କହିଛନ୍ତି। ଆହୁରି କହିଛନ୍ତି, ଆହତ ସଂଖ୍ୟା ଆଗକୁ ବଢିପାରେ ଏବଂ ମୃତକଙ୍କ ସମ୍ପର୍କୀୟଙ୍କୁ ୨୫-୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଉ। ଯେଉଁମାନେ ପ୍ରାୟ ୪୦% ପୋଡି ଯାଇଛନ୍ତି ସେମାନଙ୍କ ଚିକିତ୍ସା ପାଇଁ ମଧ୍ୟ ଉପଯୁକ୍ତ ବ୍ୟବସ୍ଥା କରାଯିବା ଉଚିତ୍‌। ଦୁର୍ଘଟଣା ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବା ଉଚିତ ବୋଲି ଏମ୍‌ପି କହିଛନ୍ତି।

Share