ନିର୍ମାଣାଧୀନ କଲଭର୍ଟ ଭୁଶୁଡି ୫ ମୃତ

ରାୟଗଡା,୩୧।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲା କଲ୍ୟାଣସିଂହପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ନିର୍ମାଣାଧୀନ କଲଭର୍ଟ ଭୁଶୁଡି ୪ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କଲ୍ୟାଣସିଂହପୁର ବ୍ଲକର ତଳସାଜା ଏବଂ ଉପରସାଜା ମଧ୍ୟ ଦେଇ ଯାଇଥିବା ଏକ ନାଳରେ ୨ ମାସ ପୂର୍ବେ ଏକ କଲଭର୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ନିର୍ମାଣାଧୀନ କଲଭର୍ଟରେ ଏକ ଛାତ ଭୁଶୁଡି ପଡିବାରୁ ନାଳରେ ଗାଧୋଉଥିବା ୪ ଶିଶୁଙ୍କ ସହିତ ଜଣେ ବୟସ୍କଙ୍କ ମୃତ୍ୟୁ ହୋଇଛି। ନିମ୍ନମାନର କାର୍ଯ୍ୟ ଯୋଗୁ ଏପରି ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।