Categories: ଜାତୀୟ

୭ ରାଜ୍ୟରେ ୫ ଦିନିଆ ଅସହ୍ୟ ତାତି, ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ, ୫।୪ : ଭାରତ ଚଳିତ ବର୍ଷ ଦେଶରେ ମାର୍ଚ୍ଚ ମାସରେ ପ୍ରବଳ ତାତି ଅନୁଭୁତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଦେଶର ୭ଟି ରାଜ୍ୟରେ ଆସନ୍ତା ୫ ଦିନ ପାଇଁ ଅସହ୍ୟ ତାତି ସହିତ ଲୁ ଚେତାବନୀ ଜାରି କରାଯାଇଛି।
ଜମ୍ମୁ ଡିଭିଜନ, ହିମାଚଳ ପ୍ରଦେଶ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ପ୍ରବଳ ଗରମ ହେବା ସହିତ ଝାଞ୍ଜି ପବନ ବହିବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଏପ୍ରିଲ୍‌ ୫ରୁ ୮ ମଧ୍ୟରେ ପଶ୍ଚିମବଙ୍ଗ ଏବଂ ସିକିମ୍‌ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପରେ ତାପମାତ୍ରାରେ କିଛିଟା ପରିବର୍ତ୍ତନ ହେବାର ଆଶା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ବୁଧବାର ମେଘାଳୟ ଏବଂ ଅରୁଣାଚଳପ୍ରଦେଶରେ ବର୍ଷା ହେବାର ସମ୍ଭାବନା ରହିଛି।

ଏପ୍ରିଲ୍‌ ୯ ବେଳକୁ ବଙ୍ଗୋପ ସାଗରର ଉପକୂଳବର୍ତ୍ତୀ ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ପବନର ବେଗ ତୀବ୍ର ହେବାର ପୂର୍ବାନୁମାନ କରାଯାଇଛି। ଏହା ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ କହିଛି। ଏହି ସମୟରେ ମାଛ ଧରିବା ପାଇଁ ସମୁଦ୍ରକୁ ଯିବାକୁ ଧୀବରଙ୍କୁ ବାରଣ କରାଯାଇଛି।

Share