ସୁବର୍ଣ୍ଣପୁର ଏନ୍‌ଏଚ୍‌ଏମ୍‌ ଆକାଉଣ୍ଟରୁ ୫ କୋଟି ଗାଏବ: ରାଉରକେଲାର ଏକ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି

ସୋନପୁର,୧।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସ୍ବାସ୍ଥ୍ୟ ବିଭାଗର ଏନ୍‌ଏଚଏମ୍‌(ଜାତୀୟ ସ୍ବାସ୍ଥ୍ୟ ମିଶନ) ଆକାଉଣ୍ଟରୁ ୫କୋଟି ୧ଲକ୍ଷ ୫୦ହଜାର ଟଙ୍କା ଗାଏବ ହୋଇଛି। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ (ସିଡିଏମ୍‌ପିଏଚଓ)ଙ୍କ ଅଜାଣତରେ ଏହି ଟଙ୍କା ରାଉରକେଲା ସେଣ୍ଟ୍ରାଲ ବ୍ୟାଙ୍କର ଏକ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ଜଣାପଡିଛି। ସୋନପୁରସ୍ଥିତ ଏସ୍‌ବିଆଇର ମୁଖ୍ୟ ଶାଖାରୁ ମାସିକିଆ ଆକାଉଣ୍ଟ ଷ୍ଟେଟ୍‌ମେଣ୍ଟ ଅଣାଯିବା ପରେ ଏହି ଘଟଣା ସ୍ବାସ୍ଥ୍ୟ ବିଭାଗର ଦୃଷ୍ଟିକୁ ଆସିଛି। ସିଡିଏମ୍‌ପିଏଚଓ ଡା. ଦିଲୀପ କୁମାର ପଣ୍ଡା କଟକ କ୍ରାଇମ୍‌ବ୍ରାଞ୍ଚ ଓ ସୁବର୍ଣ୍ଣପୁର ଏସ୍‌ପିଙ୍କୁ ଶୁକ୍ରବାର ଘଟଣା ସମ୍ପର୍କରେ ଲିଖିତ ଭାବେ ଜଣାଇବା ସହିତ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି। ଏ ନେଇ କ୍ରାଇମ୍‌ବ୍ରାଞ୍ଚରେ ଏକ ମାମଲା ରୁଜୁ ହୋଇଛି। ତେବେ ଏତେଗୁଡିଏ ଟଙ୍କା କିଭଳି କର୍ତ୍ତୃପକ୍ଷଙ୍କ ଅଜାଣତରେ ଅନ୍ୟ ଏକ ଆକାଉଣ୍ଟକୁ ଡିବିଟି ଜରିଆରେ ଟ୍ରାନ୍ସଫର ହେଲା ତାହା ଆଶ୍ଚର୍ଯ୍ୟାନ୍ବିତ କରିଛି। ଅନ୍ୟପକ୍ଷେ ରହସ୍ୟ ଉନ୍ମୋଚନ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ତନାଘନା ଜାରି ରଖିଛି।
ସୂଚନା ଅନୁଯାୟୀ, ୨୦୧୨ରେ ସୋନପୁର ଏସ୍‌ବିଆଇର ମୁଖ୍ୟ ଶାଖାରେ ସୁବର୍ଣ୍ଣପୁର ଜିଲା ସ୍ବାସ୍ଥ୍ୟ ସମିତିର ଜାତୀୟ ସ୍ବାସ୍ଥ୍ୟ ମିଶନ ଆକାଉଣ୍ଟ ଖୋଲାଯାଇଥିଲା। ନିୟମ ଅନୁଯାୟୀ ଜିଲାପାଳ ଓ ସିଡିଏମ୍‌ପିଏଚଓଙ୍କ ମିଳିତ ସ୍ବାକ୍ଷରରେ ଏହି ଆକାଉଣ୍ଟରୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଥାଏ। କିନ୍ତୁ ଗତ ଏପ୍ରିଲ ୭ ତାରିଖରେ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜିଲାପାଳ ଓ ସିଡିଏମ୍‌ପିଏଚଓଙ୍କ ବିନା ଦସ୍ତଖତରେ ଟ୍ରାନ୍ସଫର ହୋଇଛି। ପିଏଫ୍‌ଏମ୍‌ଏସ (ପବ୍ଲିକ୍‌ ଫଣ୍ଡ୍‌ ମ୍ୟାନେଜମେଣ୍ଟ ସିଷ୍ଟମ) ଜରିଆରେ ଏନ୍‌ଏଚଏମ୍‌ର ଏସ୍‌ବିଆଇ ଆକାଉଣ୍ଟ ନଂ. ୩୨୩୩୩୧୪୬୩୨୧ରୁ ୫କୋଟି ୧ଲକ୍ଷ ୫୦ହଜାର ଟଙ୍କା ରାଉରକେଲାର ଏକ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଆଇଡି ପାସ୍‌ଓ୍ବାର୍ଡ ସୁବର୍ଣ୍ଣପୁର ସ୍ବାସ୍ଥ୍ୟ ବିଭାଗ ନିକଟରେ ଅଛି। ଟଙ୍କା ଟ୍ରାନ୍ସଫର ସମୟରେ ଓଟିପି ମେସେଜ୍‌ ଯାଇଥିବ। ତେଣୁ ଅଜାଣତରେ ଏତେଗୁଡିଏ ଟଙ୍କା ଟ୍ରାନ୍ସଫର ହେବା ଓ ୨୨ ଦିନ ପରେ କର୍ତ୍ତୃପକ୍ଷ ଜାଣିବା ରହସ୍ୟ ଘେରରେ ରହିଛି। ଏ ସମ୍ପର୍କରେ ସୁବର୍ଣ୍ଣପୁର ଏସ୍‌ପି ସୀତାରାମ ଶତପଥୀ କୁହନ୍ତି କ୍ରାଇମ୍‌ବ୍ରାଞ୍ଚ ମାମଲାର ତଦନ୍ତ କରୁଛି। ଆମେ ସହଯୋଗ କରୁଛୁ। ଖୁବ୍‌ଶୀଘ୍ର ରହସ୍ୟ ଉନ୍ମୋଚିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri