ଚାଇନାରେ ହୁ ହୁ ହୋଇ ବଢ଼ୁଛି କରୋନା

ବେଜିଂ,୧୫।୩: କରୋନା ମହାମାରୀର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣି ଥରେ କରୋନା ପ୍ରକୋପ ଦେଖିବାକୁ ମିଳିଛି। ଚାଇନାରେ ଏବେ କରୋନା ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ଘଣ୍ଟାରେ ଉକ୍ତ ଦେଶରେ ୫ହଜାରରୁ ଊର୍ଦ୍ଧ୍ୱ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି। ମହାମାରୀ ଆରମ୍ଭ ହେବା ଦିନରୁ ଚାଇନାରେ ଏତେ ସଂଖ୍ୟାରେ ନୂଆ କରୋନା ମାମଲା ଚିହ୍ନଟ ହୋଇ ନ ଥିଲା। ଇତିମଧ୍ୟରେ ଏବେ ମିଛ କହିବାର ନୁହେଁ ବରଂ କରୋନା ବିରୋଧରେ ରଣନୀତି ପ୍ରସ୍ତୁତ କରିବାର ସମୟ ବୋଲି ସଂଘାଇର ଭାଇରୋଲୋଜିଷ୍ଟ କହିଛନ୍ତି। ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ଚାଇନାରେ ୫,୨୮୦ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏହାର ଗୋଟିଏ ଦିନ ପୂର୍ବରୁ ଦେଶରେ ୧,୩୩୭ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ କରୋନାର ଏହି ଲହରରେ ଚାଇନାର ଜିଲିନ୍‌ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। କରୋନା ପ୍ରକୋପକୁ ଦେଖି ଚାଇନାରେ ଲକ୍‌ଡାଉନ ଲାଗୁ କରାଯାଇଛି। ପ୍ରାୟ ୫କୋଟିରୁ ଊର୍ଦ୍ଧ୍ୱ ଲୋକ ଏବେ ଘରେ ବନ୍ଦ ରହିଛନ୍ତି।

Share