୫ କୋଟିର ବ୍ୟାଙ୍କ ଠକେଇ

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ରାଜଧାନୀରେ ବଡ଼ ଧରଣର ବ୍ୟାଙ୍କ୍‌ ଠକେଇ ହୋଇଛି। ସୁଧମୂଳ ମିଶି ୫ କୋଟି ଟଙ୍କାକୁ ଆଦାୟ କରିବାକୁ ଯାଇ ବ୍ୟାଙ୍କ କର୍ତ୍ତୃପକ୍ଷ ହରଡ଼ଘଣାରେ ପଡିଛନ୍ତି। ଅଭିଯୁକ୍ତ ବନ୍ଧକ ରଖିଥିବା ପ୍ଲଟ୍‌ଗୁଡ଼ିକୁ ଜବତ ପାଇଁ ଯିବାବେଳେ ଅଧିକାରୀମାନେ ଖୋଜିଖୋଜି ନୟାନ୍ତ ହୋଇଛନ୍ତି। ୪ଟି ପ୍ଲଟ୍‌ରେ ଚନ୍ଦକାସ୍ଥିତ ଝୁମୁକା କେନାଲ ଯାଇଥିବାବେଳେ ବାକି ୨ଟି ପ୍ଲଟକୁ ବିକ୍ରି କରିଦିଆଯାଇଛି। ଶେଷରେ ଟଙ୍କା ଫେରି ପାଇବା ପାଇଁ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଇଓଡବ୍ଲ୍ୟୁର ଦ୍ୱାରସ୍ଥ ହୋଇଛନ୍ତି। ବ୍ୟାଙ୍କ୍‌ ମ୍ୟାନେଜର ଅସୀତ କୁମାର ପାଢୀଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁରେ ମାମଲା (ନଂ.୫/୨୦) ରୁଜୁ ହୋଇଛି। ଅଭିଯୁକ୍ତ ଓ ତାଙ୍କ ପରିବାର ସଦସ୍ୟ ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ଇଓଡବ୍ଲ୍ୟୁ ଅଧିକାରୀମାନେ ଚଢ଼ାଉ ଆରମ୍ଭ କରିଥିବା ସୂଚନା ମିଳିଛି।
ଅଭିଯୋଗ ଅନୁସାରେ, ନରେନ୍ଦ୍ର କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କର ଡମଣା ଛକ ନିକଟରେ ଆର.କେ. ଟିମ୍ବର ଡିପୋ ରହିଛି। ଏଥିପାଇଁ ବିଭିନ୍ନ ମେଶିନ କିଣିବାକୁ ନରେନ୍ଦ୍ର ୨୦୦୯ ମେ’ ୧୧ରେ ଜନପଥରେ ଥିବା ଏକ ବ୍ୟାଙ୍କ୍‌ରେ ୮୦ଲକ୍ଷ ଟଙ୍କା ଲୋନ୍‌ ଆବେଦନ କରିଥିଲେ। ଲୋନ୍‌ ପାଇଁ ସ୍ତ୍ରୀ ଜୟନ୍ତୀ ସାହୁଙ୍କ ନାମରେ ଚନ୍ଦକାରେ ଥିବା ୬ଟି ପ୍ଲଟ୍‌କୁ ବନ୍ଧକ ରଖିବା ସହ ତାଙ୍କୁ ମଧ୍ୟ ଗ୍ୟାରେଣ୍ଟର୍‌ ରଖିଥିଲେ। ବ୍ୟାଙ୍କ୍‌ କର୍ତ୍ତୃପକ୍ଷ କାଗପତ୍ର ଯାଞ୍ଚ କରିବା ପରେ ମେ ୧୫ରେ ଲୋନ୍‌ ମଞ୍ଜୁର କରିଥିଲେ। ମେ ୨୦ରୁ ଜୁନ୍‌ ୨୩ ମଧ୍ୟରେ ବ୍ୟାଙ୍କ୍‌ ନରେନ୍ଦ୍ରଙ୍କୁ ସମସ୍ତ ଲୋନ୍‌ ଟଙ୍କା ପ୍ରଦାନ କରିଥିଲେ। ଟଙ୍କା ନେବାର ବର୍ଷକ ପରେ ମଧ୍ୟ ଚୁକ୍ତି ଅନୁଯାୟୀ ନରେନ୍ଦ୍ର ବ୍ୟାଙ୍କ୍‌କୁ କିସ୍ତି ଟଙ୍କା ଦେଇ ନ ଥିଲେ। ବ୍ୟାଙ୍କ୍‌ ତାଙ୍କୁ ନୋଟିସ କରିଥିଲେ ମଧ୍ୟ ସେ ଏହାର ଉତ୍ତର ଦେଇ ନ ଥିଲେ। ଶେଷରେ ବ୍ୟାଙ୍କ୍‌ ଉକ୍ତ ଲୋନ୍‌କୁ ଏମ୍‌ପିଏ ଘୋଷଣା କରିବା ସହ ୨୦୧୨ରେ ଟ୍ରିବ୍ୟୁନାଲକୁ ଯାଇଥିଲା। ଉକ୍ତ ଲୋନ୍‌ ଏଗ୍ରିମେଣ୍ଟକୁ ପରଖିବା ପରେ ଟ୍ରିବ୍ୟୁନାଲ ନରେନ୍ଦ୍ର ବନ୍ଧକ ରଖିଥିବା ଜମିକୁ ନିଜ ହେପାଜତକୁ ଆଣି ନିଲାମ କରି ଟଙ୍କା ପରିଶୋଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ସେସବୁ ଜମିକୁ ନିଜ ହେପାଜତକୁ ନେବା ପାଇଁ ଜଣେ ବରିଷ୍ଠ ଆଇନଜୀବୀଙ୍କୁ ନିଯୁକ୍ତ କରିଥିଲେ। ଆଇନଜୀବୀ ଜଣକ ଜମି ଜବତ ପାଇଁ ଚନ୍ଦକା ଯାଇ ଯାହା ଦେଖିଲେ ତାହା ତାଙ୍କୁ ଚକିତ କରିଦେଇଥିଲା। ବନ୍ଧକ ଜମିର ୪ଟି ପ୍ଲଟରେ ଝୁମୁକା କେନାଲ ଯାଇଥିଲା। ସେସବୁ ଜମିର କାଗଜପତ୍ର ଯାଞ୍ଚବେଳେ ଜଣାପଡିଛି ଯେ, ନରେନ୍ଦ୍ର ଉକ୍ତ ୪ ପ୍ଲଟ୍‌କୁ ଝୁମୁକା କେନାଲ ପାଇଁ ସରକାରଙ୍କୁ ଦେଇ ଟଙ୍କା ପାଇଛନ୍ତି। ବାକି ୨ଟି ପ୍ଲଟକୁ ନରେନ୍ଦ୍ର ୨୦୧୧ ଅକ୍ଟୋବରରେ ବିକ୍ରି କରିଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri