Posted inଜାତୀୟ

ଖାର୍ଗେଙ୍କ ଆଗରେ ୫ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୦ା୧୦: କଂଗ୍ରେସର ନୂଆ ମଙ୍ଗୁଆଳ ମଲ୍ଲିକାର୍ଜୁନ ଖାର୍ଗେ ୨୦୧୯କୁ ବାଦ୍‌ ଦେଲେ କୌଣସି ନିର୍ବାଚନରେ ପରାଜିତ ହୋଇନାହାନ୍ତି। ଲଗାତର ଭାବେ ବିଜୟ ହାସଲ କରିଆସୁଥିବାରୁ କନ୍ନଡରେ ତାଙ୍କୁ ‘ସୋଲିଲ୍ଲାଦା ସରଦାର (ଅପରାଜିତ ନେତା) ଆଖ୍ୟା ଦିଆଯାଇଛି। ଖାର୍ଗେ ଅକ୍ଟୋବର ୨୬ରେ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବା ପରେ ତାଙ୍କୁ ଏପରି କୌଶଳପୂର୍ଣ୍ଣ ପଦକ୍ଷେପ ନେବାକୁ ପଡ଼ିବ, ଯଦ୍ଦ୍ବାରା ସେ ଗାନ୍ଧୀ ପରିବାର ଦ୍ୱାରା ପରିଚାଳିତ ନୁହନ୍ତି ବୋଲି ବିବେଚିତ ହେବେ। ୮୦ ବର୍ଷୀୟ ଭେଟେରାନ୍‌ ଖାର୍ଗେଙ୍କ ଆଗରେ ଥିବା ଏଭଳି ୫ ବଡ଼ ଚ୍ୟାଲେଞ୍ଜ ସମ୍ପର୍କରେ…

କଂଗ୍ରେସର ଛବି ବଦଳାଇବା

ଏକଥା ସୁସ୍ପଷ୍ଟ ଯେ, ସର୍ବପୁରାତନ ଦଳ କଂଗ୍ରେସ ପୁରୁଣା ଶୈଳୀରେ ଆଉ ପରିଚାଳିତ ହୋଇପାରିବ ନାହିଁ। ଦଳର ହୃତ ଗୌରବ ଓ ପୂର୍ବ ଲୋକପ୍ରିୟତା ଫେରାଇ ଆଣିବାକୁ ହେଲେ ଅନୁଭବୀ ଖାର୍ଗେଙ୍କୁ ନୂଆ ପିଢ଼ି ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଅନେକ ପ୍ରସଙ୍ଗକୁ ନେଇ ଦଳରେ ସ୍ପଷ୍ଟ ବିଚାରାଧାରା ଓ ନୀତି ନ ଥିବା ଅନେକ କଂଗ୍ରେସ ନେତା ମନେକରନ୍ତି। ହିନ୍ଦୁତ୍ୱ, ଆର୍ଥିକ ସଂସ୍କାର ଓ ଜାତୀୟତାବାଦ ଭଳି ପ୍ରସଙ୍ଗରେ ଦଳରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିବାରୁ ପୁରୁଣାକାଳିଆ ବିଚାରଧାରାକୁ ପରିତ୍ୟାଗ କରି ନୂଆ ଧାରାରେ ଏହାକୁ କିପରି ଆଗକୁ ବଢ଼ାଇବେ ତାହା ଖାର୍ଗେଙ୍କ ଆଗରେ ଏକ ବଡ଼ ଆହ୍ବାନ ହେବ। ଖାର୍ଗେଙ୍କୁ ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ଏବଂ ଏନ୍‌ଡିଏ ସରକାରକୁ ଟକ୍କର ଦେଇ କଂଗ୍ରେସର ସାଙ୍ଗଠନିକ ସ୍ଥିତି ସୁଦୃଢ଼ କରିବା ତଥା ଭାବମୂର୍ତ୍ତି ବଦଳାଇବାକୁ ପଡ଼ିବ। ଖାର୍ଗେଙ୍କ ଘର କର୍ନାଟକରେ ହୋଇଥିବାରୁ ଦକ୍ଷିଣ ଭାରତରେ ସେ ସଙ୍ଗଠନକୁ ମଜଭୁତ କରିବାରେ ସଫଳ ହୋଇପାରନ୍ତି। କିନ୍ତୁ ହିନ୍ଦୀଭାଷୀ ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ତାଙ୍କ ଯାଦୁ କାମ କରି ନ ପାରେ ବୋଲି କୁହାଯାଉଛି। ଆସନ୍ତା ବର୍ଷ ମେ’ ପୂର୍ବରୁ କର୍ନାଟକ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ଗୁଜରାଟ ଓ ହିମାଚଳ ପ୍ରଦେଶରେ ଭୋଟ ହେବାକୁ ଯାଉଛି। ସମୟ ଅଭାବରୁ ଖାର୍ଗେ ଏହି ନିର୍ବାଚନଗୁଡ଼ିକରେ କଂଗ୍ରେସକୁ ବିଜୟୀ କରାଇ ନ ପାରନ୍ତି। ୨୦୨୪ ପୂର୍ବରୁ ୧୧ ରାଜ୍ୟରେ ବିଧାନସଭା ନିର୍ବାଚନର ପରିଣାମ ଖାର୍ଗେଙ୍କ ଲୋକପ୍ରିୟତା ଓ ବୁଦ୍ଧିମତ୍ତାର ପରିଚୟ ଦେବ।

ସ୍ବାଧୀନ ନା ଗାନ୍ଧୀଙ୍କ ରବରଷ୍ଟାମ୍ପ୍‌

ଖାର୍ଗେଙ୍କ ସମ୍ମୁଖରେ ଥିବା ସବୁଠୁ ବଡ଼ ଓ ତତ୍କାଳ ଆହ୍ବାନ ହେଉଛି, ସେ ନେହେରୁ-ଗାନ୍ଧୀ ପରିବାର ଦ୍ୱାରା ପରିଚାଳିତ ନୁହନ୍ତି ବୋଲି ସ୍ପଷ୍ଟ ସନ୍ଦେଶ ପ୍ରେରଣ କରିବା। ଗାନ୍ଧୀ ପରିବାର ସଦସ୍ୟମାନେ ପଛ ସିଟ୍‌ରେ ବସି ଡ୍ରାଇଭିଂ କଲେ ସେମାନଙ୍କ ହାତରେ ପୂର୍ବବତ୍‌ କଂଗ୍ରେସର ମଙ୍ଗ ରହିବ। ଏପରି ହେଲେ ଖାର୍ଗେ ଏହି ପରିବାରର ଛାୟା ବା ରବରଷ୍ଟାମ୍ପ୍‌ ଅଧ୍ୟକ୍ଷ ହୋଇ ରହିଯିବେ। ତେଣୁ ଖାର୍ଗେ ନିଜକୁ ଜଣେ ସ୍ବାଧୀନ ଅଧ୍ୟକ୍ଷ ଭାବେ କିପରି ପ୍ରତିପାଦିତ କରିବେ ତାହା ଏକ ବଡ଼ ପ୍ରଶ୍ନ। କାରଣ ଦଳ ମଧ୍ୟ ଖାର୍ଗେ ଓ ଗାନ୍ଧୀଙ୍କ ମଧ୍ୟରେ କୌଣସି ଫାଟ ଦେଖିବାକୁ ଚାହୁଁନାହିଁ। ସମସ୍ତଙ୍କୁ ସାଙ୍ଗରେ ନେଇ କଂଗ୍ରେସକୁ ଆଗକୁ ବଢ଼ାଇବା ଏହି ଦଳିତ ନେତାଙ୍କ ଦକ୍ଷତା ଉପରେ ନିର୍ଭର କରେ। ଜଗଜ୍ଜୀବନ ରାମଙ୍କ ପରେ ଖାର୍ଗେ କଂଗ୍ରେସ ଅଧ୍ୟକ୍ଷ ହେବାରେ ଦ୍ୱିତୀୟ ନେତା।

ବିରୋଧୀ ଏକତା

ଦଳର ଅନ୍ୟ ନେତାମାନଙ୍କ ଭଳି ଖାର୍ଗେ ମଧ୍ୟ ବିଶ୍ୱାସ କରନ୍ତି ଯେ, କଂଗ୍ରେସକୁ ବାଦ୍‌ ଦେଇ ବିରୋଧୀ ଏକତା ଅସମ୍ଭବ। କିନ୍ତୁ ଏହି ଡାଇନାମିକ୍ସ ବା ଗତିବିଜ୍ଞାନ ବଦଳିଗଲାଣି। ସମ୍ପ୍ରତି ଏକାଧିକ ଆଞ୍ଚଳିକ ଦଳର ଜାତୀୟ ମହତ୍ତ୍ୱାକାଂକ୍ଷା ଦେଖିବାକୁ ମିଳିଥିବାବେଳେ ଆଗାମୀ ନିର୍ବାଚନଗୁଡ଼ିକରେ ବିଜୟୀ ହେବା ପାଇଁ ଆଞ୍ଚଳିକ ଓ ଅନ୍ୟ ଛୋଟ ଦଳଗୁଡ଼ିକୁ ସାଙ୍ଗରେ ନେଇ ଯିବାକୁ ପଡ଼ିବ। ମତଭେଦ ଦୂର କରି ‘ପ୍ରୋଜେକ୍ଟ ୟୁନିଟି’ ପାଇଁ କାମ କରିବା ଖାର୍ଗେଙ୍କ ଆଗରେ ତୃତୀୟ ବଡ଼ ଆହ୍ବାନ। ସେହିପରି ମମତା ବାନାର୍ଜୀ, ନୀତୀଶ କୁମାର ଓ ଉଦ୍ଧବ ଠାକ୍‌ରେଙ୍କ ଭଳି ନେତାଙ୍କୁ ବିରୋଧୀ ମଞ୍ଚରେ ସାମିଲ କରି ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା)କୁ ଅଧିକ ସକ୍ରିୟ ଓ ତତ୍ପର କରିବା ଖାର୍ଗେଙ୍କ ପାଇଁ ଆଉ ଏକ ପରୀକ୍ଷା। ସୋନିଆ ଉପା ଅଧ୍ୟକ୍ଷା ରହିଥିବାବେଳେ ବିରୋଧୀଙ୍କୁ ଏଥିରେ ସାମିଲ କରାଗଲେ ସେମାନଙ୍କ ମଧ୍ୟରୁ କେହି ଅଧ୍ୟକ୍ଷ ପଦ ଦାବି କରିପାରନ୍ତି।

ସାଙ୍ଗଠନିକ ସଂସ୍କାର

କଂଗ୍ରେସର ଦଳୀୟ ସାଙ୍ଗଠନିକ ସ୍ଥିତିକୁ ମଜଭୁତ କରିବା ଖାର୍ଗେଙ୍କ ପାଇଁ ଆଉ ଏକ ବଡ଼ ପରୀକ୍ଷା ହୋଇପାରେ। ପ୍ରଶ୍ନ ହେଉଛି, କଂଗ୍ରେସ ଓ୍ବାର୍କିଂ କମିଟି (ସିଡବ୍ଲ୍ୟୁସି)ରେ ନିର୍ବାଚନ ପାଇଁ ସେ ଜୋର୍‌ ଦେବେ କି। କଂଗ୍ରେସ ଦଳର ସମ୍ବିଧାନ ଅନୁସାରେ ସିଡବ୍ଲ୍ୟୁସିରେ ଦଳର ଅଧ୍ୟକ୍ଷ, ପାର୍ଲମେଣ୍ଟରେ କଂଗ୍ରେସ ନେତା ଏବଂ ଅନ୍ୟ ୨୩ ସଦସ୍ୟ ରହିବେ। ଏହି ୨୩ ଜଣଙ୍କ ମଧ୍ୟରୁ ୧୨ ସଦସ୍ୟଙ୍କୁ ଏଆଇସିସି ନିର୍ବାଚିତ କରିବ। ସିଡବ୍ଲ୍ୟୁସି ନିର୍ବାଚନ, ସଂସଦୀୟ ବୋର୍ଡ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଏବଂ ଏକ ବାସ୍ତବଧର୍ମୀ କେନ୍ଦ୍ରୀୟ ନିର୍ବାଚନ କମିଟି ଗଠନ କରିବା ପାଇଁ ଅସନ୍ତୁଷ୍ଟ ଗୋଷ୍ଠୀ ଜି-୨୩ ଦାବି କରିଆସୁଛନ୍ତି। ଏହି ଗୋଷ୍ଠୀର ନେତାମାନେ ଖାର୍ଗେଙ୍କୁ ସମର୍ଥନ କରିବା ସହ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ୨୦୨୦ରେ ସୋନିଆଙ୍କ ନିକଟକୁ ପଠାଯାଇଥିବା ପତ୍ରର ଅନ୍ୟତମ ସ୍ବାକ୍ଷରକାରୀ ଶଶୀ ଥରୁରଙ୍କୁ ଏକପ୍ରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଶେଷ ଥର ପାଇଁ ସିଡବ୍ଲ୍ୟୁସି ନିର୍ବାଚନ ୧୯୯୭ରେ ହୋଇଥିଲା। ଏହା ପୂର୍ବରୁ ୧୯୯୨ରେ ହୋଇଥିଲା। ଉଭୟ ଥର ଜଣେ ଲେଖାଏ ଅଣଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ଥିଲେ।

ପିଢ଼ିଗତ ବ୍ୟବଧାନ
ଦୂର କରିବା

କଂଗ୍ରେସରେ ପୁରୁଣା ଓ ନୂଆଙ୍କୁ ନେଇ ଆଗକୁ ବଢ଼ିବା ଖାର୍ଗେଙ୍କ ଆଗରେ ଏକ ବଡ଼ ଚ୍ୟାଲେଞ୍ଜ। ଖାର୍ଗେଙ୍କୁ ଏଆଇସିସି ନେତୃତ୍ୱ ବା ହାଇକମାଣ୍ଡଙ୍କ ପ୍ରାର୍ଥୀ ରୂପେ ବିବେଚନା କରାଯାଉଥିଲା। ତେଣୁ ତାଙ୍କୁ ସବୁ ବୟସର ନେତାମାନେ ସମର୍ଥନ କରିଛନ୍ତି। କିନ୍ତୁ ଯୁବ ନେତା ଓ ବର୍ଷୀୟାନ ନେତାମାନଙ୍କ ମଧ୍ୟରେ ଥିବା ମତଭେଦ ଅନେକ ରାଜ୍ୟରେ ସ୍ପଷ୍ଟ ଦୃଶ୍ୟମାନ ହୋଇଛି। ଖାର୍ଗେଙ୍କୁ ବିଶେଷକରି ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ମଧ୍ୟରେ ଚାଲିଥିବା କ୍ଷମତାଯୁଦ୍ଧକୁ ସନ୍ତୁଳିତ ଭାବେ ସମାଧାନ କରିବାକୁ ପଡ଼ିବ। କେବଳ ରାଜସ୍ଥାନ ନୁହେଁ, କେରଳ, ତେଲଙ୍ଗାନା, ଗୋଆ, ଦିଲ୍ଲୀ ଓ ପଞ୍ଜାବରେ ମଧ୍ୟ ଏଭଳି ସ୍ଥିତି ଲାଗି ରହିଛି। ସୋନିଆଙ୍କୁ ଦଳ ଭିତରେ ଆଭ୍ୟନ୍ତରୀଣ କନ୍ଦଳର ସମାଧାନ ଦିଗରେ ଜଣେ ନିରପେକ୍ଷ ବିଚାରକ ରୂପେ ଦେଖାଯାଉଥିବାବେଳେ ଖାର୍ଗେ ସେହି ଷ୍ଟାଟସ୍‌ ପାଇପାରିବେ କି ନାହିଁ ତାହା ମଧ୍ୟ ଏକ ପ୍ରଶ୍ନବାଚୀ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri