Categories: ଜାତୀୟ

୧୫ ଦିନରେ ୫ ଜଣଙ୍କୁ ଭାରତ ରତ୍ନ

ନୂଆଦିଲ୍ଲୀ,୯।୨: ନିର୍ବାଚନ ବର୍ଷରେ ଭାରତ ରତ୍ନ ପୁରସ୍କାର ଦେବାରେ ସମସ୍ତ ରେକର୍ଡ ଭାଙ୍ଗିଛନ୍ତି ମୋଦି ସରକାର। ଗତ ୧୫ ଦିନ ମଧ୍ୟରେ ୫ଜଣ ବଡ ବ୍ୟକ୍ତିତ୍ୱଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ, ଜଣେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ, ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରଖ୍ୟାତ କୃଷି ବିଶେଷଜ୍ଞ ଅଛନ୍ତି। ଚାରିଜଣଙ୍କୁ ମରଣୋତ୍ତର ସମ୍ମାନ ଦିଆଯିବ। ଏହି ୫ ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଘୋଷଣା କରିଛନ୍ତି।

କେନ୍ଦ୍ର ସରକାର ଆଜି ପିଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂ ଏବଂ ଏମଏସ ସ୍ବାମୀନାଥନଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଏହାପୂର୍ବରୁ କେନ୍ଦ୍ର ସରକାର ଲାଲକୃଷ୍ଣ ଆଡଭାନୀ ଏବଂ କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ୧୯୯୯ରେ ଅଟଳ ବିହାରୀ ବାଜପେୟୀ ସରକାରରେ ୪ଟି ବଡ ବ୍ୟକ୍ତିତ୍ୱଙ୍କୁ ଭାରତ ରତ୍ନ ସମ୍ମାନ ଦିଆଯାଇଥିଲା।

Share