Categories: ଜାତୀୟ

ନିଷିଦ୍ଧ ସଙ୍ଗଠନରେ ଯୋଗଦେବାକୁ ଯାଉଛନ୍ତି ନିଖୋଜ ୫ ମହିଳା

ଗୁଆହାଟୀ, ୧୩ା୧୧: ଗତ ସପ୍ତାହଠାରୁ ଘରୁ ନିଖୋଜ ଥିବା ଆସାମର ତିନସୁକିଆ, ଧେମାଜି ଏବଂ ଲଖିମପୁର ଜିଲାର ୫ ମହିଳା ନିଷିଦ୍ଧ ସଙ୍ଗଠନ ୟୁନାଇଟେଡ ଲିବରେଶନ ଫ୍ରଣ୍ଟ ଅଫ୍‌ ଆସୋମ୍‌-ଇଣ୍ଡିପେଣ୍ଡେଣ୍ଟ(ୟୁଏଲ୍‌ଏଫ୍‌ଏ-୧)ରେ ଯୋଗ ଦେବାକୁ ଯାଉଥିବା ରିପୋର୍ଟ ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ପୁର୍ବରୁ ଜାତୀୟ କିକ୍‌ବକ୍ସିଂ ବୈଠକରେ ଯୋଗ ଦେଇଥିଲେ। ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲେ ହେଁ ପୋଲିସ ଏ ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ପାଇପାରିନାହିଁ। ତେବେ ଶୁକ୍ରବାର ୫ ମହିଳାଙ୍କ ଏକ ଭିଡିଓ ସୋସିଆଲ ମିଡିଆରୁ ମିଳିଛି। ସେମାନେ ଏକ ଜଙ୍ଗଲ ମଧ୍ୟରେ ଅତିକ୍ରମ କରୁଥିବା ଏଥିରେ ଦେଖାଯାଇଛି। ସେମାନେ ମ୍ୟାନ୍‌ମାର ଅଭିମୁଖେ ଯାଇ ୟୁଏଲ୍‌ଏଫ୍‌ଏ-୧ କ୍ୟାମ୍ପ୍‌ ଯୋଗଦେବାର ଆଶଙ୍କା କରାଯାଇଛି। ସମ୍ପୃକ୍ତ ମହିଳାମାନେ ଉକ୍ତ ସଙ୍ଗଠନରେ ଯୋଗଦେଇଛନ୍ତି କି ନାହିଁ କିଛି ସ୍ପଷ୍ଟ ସୂଚନା ନ ଥିବା ଏଡିଜିପି ହିରେନ୍‌ ନାଥ କହିଛନ୍ତି।

Share