ଜୁଆଆଡ୍ଡା ଉପରେ ଚଢ଼ାଉ: ୫ଗିରଫ

ରାୟଗଡ଼ା,୪।୨(ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଆଇଆଇସି ପ୍ରସନ୍ନ ବେହେରାଙ୍କ ନେତୃତ୍ୱରେ ଶନିବାର ବିଳମ୍ବିତ ରାତିରେ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରାଯାଇଛି। ଚଢ଼ାଉରେ ୮୦ହଜାର ୨୭୦ଟଙ୍କା, ୨୮ଟି ବାଇକ୍‌ ଜବତ  ହେବା ସହିତ ୫ ଜଣଙ୍କୁ ଗିରଫ କରାଯରାଇଛି।
ଖବରପାଇ ପୋଲିସ ମାଲିଗାଁ ପଞ୍ଚାୟତ କାଶିଲି ଗ୍ରାମରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଜୁଆ ଖେଳାଳିମାନେ ସେଠାରୁ ଚମ୍ପଟ ମାରିଥିଲେ । ତେବେ ପୋଲିସ ସେମାନଙ୍କ ପଛରେ ଗୋଡ଼ାଇ ୫ଜଣଙ୍କୁ ଗିରଫ କରିଥିଲା । ପୋଲିସ ଅନ୍ୟମାନଙ୍କୁ ଖୋଜୁଛି।