୮୨ ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ, ୫ ଗିରଫ

ନୟାଗଡ଼ ଅଫିସ,୧୯ା୯: ଟାଉନଥାନା ପୋଲିସ ନୟାଗଡ଼ ହାଉସିଂବୋର୍ଡ ନିକଟରୁ ୫ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୮୨ ଗ୍ରାମ ୪୬୦ ମିଲିଗ୍ରାମ ବ୍ରାଉନସୁଗାର ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଭାଟସାହିର ବୈକୁଣ୍ଠ ଦାଶ ଓ ବିଶ୍ୱ ଜେନା, ସୁବର୍ଣ୍ଣଦେଇପୁର ଗାଁର ସୁରେଶ ପ୍ରଧାନ, ମୁକ୍ତାପୁର ଗ୍ରାମର ପବିତ୍ର ରାଉତ ଏବଂ ଖୋର୍ଦ୍ଧାର ମୁନା ଦାଶ। ରବିବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଟାଉନଥାନା ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି।