ମାରଣାସ୍ତ୍ର ଦେଖାଇ ହାଇଓ୍ବା ସହ ଚାଳକଙ୍କୁ ଅପହରଣ: ୫ ଗିରଫ, ଜଣେ ଫେରାର

ବଡ଼ବିଲ,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନାଞ୍ଚଳ ଏକ ପାର୍କିଂରୁ ହାଇଓ୍ବା ଟ୍ରକ ସହ ଚାଳକଙ୍କୁ ଅପହରଣ କରାଯିବା ସହ ମାଡ଼ମାରି ତାଙ୍କ ମୋବାଇଲ ଏବଂ ନଗଦ ୭ ହଜାର ଟଙ୍କା ଲୁଟ୍‌ ହୋଇଥିଲା। ତେବେ ପୋଲିସ ହାଇଓ୍ବାକୁ ଉଦ୍ଧାର କରିିବା ସହ ସୋମବାର ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ବିଲ ଦାମୁ ହଟିଂ ଅଞ୍ଚଳର ମୁନା ଓରଫ୍‌ ମହେନ୍ଦ୍ର ମହାକୁଡ, ରାଜୁ ଦାସ ଓ ରୋହିତ ସିଂହ ଏବଂ ବଡ଼ବିଲ ପ୍ରେମ ନଗରସ୍ଥିତ ନିଉ ମାର୍କେଟ କଲୋନୀ ଅଞ୍ଚଳର ରାହୁଲ ମହାନ୍ତ ଓ ଆକାଶ କାରୁଆ।
ବଡ଼ବିଲ ଥାନାରେ ରୁଜୁ ହୋଇଥିବା କେସ୍‌ ନଂ. ୭୫/୨୧ ଅନୁଯାୟୀ, ପଞ୍ଚବଟୀ ଏନକ୍ଲେଭ୍‌ରେ ରହୁଥିବା ବିଜୟ ଜୈନଙ୍କ ଓଡି ୧୪ କ୍ୟୁ ୮୨୪୪ ନମ୍ବର ବିଶିଷ୍ଟ ହାଇଓ୍ବା ଟ୍ରକ ନେଇ ଚାଳକ ଟି.କେ.ବେଡିନ ଶନିବାର ରାତିରେ ବଡ଼ବିଲ ରେଳ ସାଇଡିଂରେ ଲୁହାପଥର ଅନଲୋଡ୍‌ କରିଥିଲେ। ଏହାପରେ ବେଡିନ ହାଇଓ୍ବାଟିକୁ ପାର୍କିଂରେ ରଖି ରାତି ୧୨ଟା ବେଳେ ଏକ ହୋଟେଲକୁ ଖାଇବାକୁ ଯାଇଥିଲେ। ସେଠାରୁ ଗାଡ଼ି ପାଖରେ ପହଞ୍ଚି ଦେଖିଲା ବେଳକୁ ୩/୪ ଜଣ ଅଜଣା ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଠିଆ ହୋଇଛନ୍ତି। ତାଙ୍କୁ ଭୟଭୀତ କରି ଜଙ୍ଗଲ ଆଡ଼କୁ ନେଇଯାଇଥିଲେ। କିଛିଦୂର ଯିବା ପରେ ବେଡିନଙ୍କୁ ମାଡ଼ ମାରିବା ସହ ତାଙ୍କ ଠାରୁ ମୋବାଇଲ ଓ ନଗଦ ୭ ହଜାର ୮ଟଙ୍କା ଲୁଟି ନେଇ ତାଙ୍କୁ ଗାଡିରୁ ଓହ୍ଲାଇ ଦେଇଥିଲେ। ଏ ସମ୍ପର୍କରେ ବେଡିନ ହାଇଓ୍ବା ମାଲିକଙ୍କୁ ଜଣାଇଥିଲେ। ତେବେ ମାଲିକ ବିଜୟ ରବିବାର ପୂର୍ବାହ୍ନରେ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ଛାନଭିନ ଆରମ୍ଭ କରିଥିଲା। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଶଙ୍ଖଝର ଜଙ୍ଗଲ ରାସ୍ତାରେ ଛିଡା ହୋଇଥିବା ହାଇଓ୍ବା ଟ୍ରକଟିକୁ ଉଦ୍ଧାର କରିବା ସହ ନିକଟସ୍ଥ ଜଙ୍ଗଲରେ ଲୁଚି ରହିଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ବଡ଼ବିଲ ଥାନା ଆଇଆଇସି ସୁଶାନ୍ତ ଦାଶ କହିଛନ୍ତି, ଏହି ଘଟଣାରେ ଆହୁରି ଜଣେ ଅଭିଯୁକ୍ତ ଫେରାର ଅଛନ୍ତି ଓ ତାଙ୍କ ନିକଟରେ ଚାଳକଙ୍କ ଠାରୁ ଲୁଟ୍‌ ହୋଇଥିବା ମୋବାଇଲ ରହିଥିବା ତଦନ୍ତରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri