Categories: ମେଟ୍ରୋ

ଶିଖରଚଣ୍ଡୀରେ ଜଳିଗଲା ୫ ଏକର ଜଙ୍ଗଲ

ଭୁବନେଶ୍ୱର,୮। ୩(ବ୍ୟୁରୋ): ଶିଖରଚଣ୍ଡୀ ପାହାଡ଼ରେ ଥିବା ଜଙ୍ଗଲରେ ରବିବାର ନିଆଁ ଲାଗି ୫ ଏକରରୁ ଊର୍ଦ୍ଧ୍ୱ ଅଞ୍ଚଳ ଜଳିଯାଇଛି। ଚନ୍ଦ୍ରଶେଖରପୁର ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ପହଞ୍ଚତ୍ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ପ୍ରାୟ ୫ ଘଣ୍ଟାର ଊର୍ଦ୍ଧ୍ୱ ସମୟ ପରେ ସନ୍ଧ୍ୟା ସାଢ଼େ ୬ଟାରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ପ୍ରବଳ ଖରାତାତି ସହ ନିଆଁ ଲାଗିଯିବା ପରେ ଜଙ୍ଗଲରେ ଥିବା ବିଲୁଆ ଓ ଅନ୍ୟ ଜୀବଜନ୍ତୁ ଜୀବନ ରକ୍ଷା କରିବା ପାଇଁ ନିକଟରେଥିବା ବସ୍ତି ଓ କଲୋନୀକୁ ପଶିଯାଇଥିଲେ। ଏହାନେଇ ସ୍ଥାନୀୟ ବସ୍ତି ବାସିନ୍ଦା ମଧ୍ୟ ଆତଙ୍କିତ ହୋଇଯାଇଥିଲେ। ହେଲେସେମାନଙ୍କୁ ଘଉଡାଇବା ପରେ ସେମାନେ ଜଙ୍ଗଲର ଭିନ୍ନ ପାର୍ଶ୍ୱକୁ ଚାଲିଯାଇଥିଲେ। ଖରା ଯୋଗୁ ପାହାଡ଼ରେ ଥିବା ଗଛଲତା ଶୁଷ୍କ ଅବସ୍ଥାରେ ରହିଛି। ସେହିଭଳି ତଳେ ଶୁଖିଲା ପତ୍ର ପଡ଼ି ରହିଥିବାବେଳେ ସେଥିରେ କେହି ନିଆଁ ଲଗାଇ ଦେବାରୁ ତାହା ଚାରିଆଡକୁ ବ୍ୟାପିଯାଇଥିବା ଅଗ୍ନିଶମ କର୍ମଚାରୀମାନେ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ରବିବାର ଅପରାହ୍ନ ୨ଟାରେ ପାହାଡ଼ ଶୀର୍ଷରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ସେଠାକୁ ଯାଇ ନିଆଁ ଲାଗି ଚାରିଆଡ଼କୁ ମାଡ଼ି ଚାଲିଥିବା ଦେଖି ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଅଧଘଣ୍ଟା ପରେ ଚନ୍ଦ୍ରଶେଖରପୁର ଅଗ୍ନିଶମ ବିଭାଗର ୧୦ ଜଣିଆ ଟିମ୍‌ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ।