Categories: ଜାତୀୟ

ରାଜୀବ ଗାନ୍ଧୀଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀଙ୍କ ସମେତ ୫ ଖଲାସ…

ଚେନ୍ନାଇ,୧୨।୧୧ : ଶନିବାର ସନ୍ଧ୍ୟାରେ ତାମିଲନାଡୁର ଜେଲରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀ ଶ୍ରୀହରନ ଏବଂ ଅନ୍ୟ ଚାରିଜଣ ଦୋଷୀଙ୍କୁ ମୁକ୍ତ କରାଯାଇଛି। ଭେଲୋରର ମହିଳା ସ୍ବତନ୍ତ୍ର ଜେଲରୁ ମୁକ୍ତ ହେବାର କିଛି ସମୟ ପରେ ସେ ଭେଲୋରର ସେଣ୍ଟ୍ରାଲ ଜେଲକୁ ଯାଇଥିଲେ ଯେଉଁଠାରୁ ତାଙ୍କ ସ୍ବାମୀ ଭି ଶ୍ରୀହରନ ଓରଫ ମୁରୁଗାନ ମୁକ୍ତ ହୋଇଥିଲେ। ମୁରୁଗାନଙ୍କ ବ୍ୟତୀତ ଏହି ଘଟଣାର ଅନ୍ୟ ଦୋଷୀ ସନ୍ଥନ ମୁକ୍ତ ହେବା ପରେ ପୋଲିସ ଗାଡିରେ ରାଜ୍ୟର ତିରୁଚିରାପଲ୍ଲୀର ଏକ ସ୍ବତନ୍ତ୍ର ଶରଣାର୍ଥୀ ଶିବିରକୁ ନିଆଯାଇଥିଲା। ଉଭୟ ଶ୍ରୀଲଙ୍କାର ନାଗରିକ। ପୁଝାଲ ଜେଲରୁ ମୁକୁଳିବା ପରେ ରୋବର୍ଟ ପାୟାସ ଏବଂ ଜୟକୁମାରଙ୍କୁ ଏକ ସ୍ବତନ୍ତ୍ର ଶରଣାର୍ଥୀ ଶିବିରକୁ ନିଆଯାଇଥିଲା।

Share