ଏନ୍‌ଏଚ୍‌ଏମ୍‌ ପୋର୍ଟାଲ ହ୍ୟାକ୍‌ କରି ୫.୧ କୋଟି ଠକେଇ ମାମଲା: ରାଉରକେଲାରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୭।୧(ବ୍ୟୁରୋ): ସୋନପୁର ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) ପୋର୍ଟାଲ ହ୍ୟାକ୍‌ କରି ଇ-ଚେକ୍‌ ଜରିଆରେ ୫.୧ କୋଟି ଠକେଇ ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା( ଇଓଡବ୍ଲ୍ୟୁ) ଗିରଫ କରିଛି। ସେ ହେଲେ ରାଉରକେଲାର ବିକାଶ କୁମାର ମାନସିଂ। ତାଙ୍କୁ ମଙ୍ଗଳବାର ସୋନପୁର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ରାଜକିଶୋର ନାୟକ, ଅନନ୍ତ ଚରଣ ପ୍ରଧାନ, ଅବିନାଶ ପ୍ରଧାନ ଓ ସମୀର କୁମାର ପତିଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। ଏଯାବତ୍‌ ଅଭିଯୁକ୍ତଙ୍କଠାରୁ ୩ କୋଟି ୩୦ ଲକ୍ଷ ଟଙ୍କା ଜବତ ହୋଇଛି। ଏଥିରେ ଆଉ କେତେଜଣଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରି ଇଓଡବ୍ଲ୍ୟୁ ଅଧିକ ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ବିକାଶ ଜଣେ ବ୍ୟବସାୟୀ ହୋଇଥିବା ବେଳେ ଏମ୍‌/ଏସ୍‌ ନାଚୁରାଲ୍ସ ନାମକ ସଂସ୍ଥାର ସେ ମାଲିକ। ଅନ୍ୟତମ ଅଭିଯୁକ୍ତ ସମୀର ଉକ୍ତ ସଂସ୍ଥାର କର୍ମଚାରୀ ଥିଲେ। ଅନ୍ୟପକ୍ଷରେ ଅଭିଯୁକ୍ତ ରାଜକିଶୋର ୨୦୧୬ରୁ ୨୦୨୦ ମସିହା ପର୍ଯ୍ୟନ୍ତ ସୋନପୁର ଏନ୍‌ଏଚ୍‌ଏମ୍‌ରେ ଅସ୍ଥାୟୀ ଭିତ୍ତିରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରିଥିଲେ। ପରେ ସେ ୨୦୨୧ ଡିସେମ୍ବରରୁ କଟକ ଓଲଟପୁରର ସ୍ବାମୀ ବିବେକାନନ୍ଦ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ରିହାବିଲିଟେଶନ ଟ୍ରେନିଂ ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟରରେ ଚାକିରି କରିଥିଲେ। ଅନ୍ୟ ଦୁଇ ଅଭିଯୁକ୍ତ ଅନନ୍ତ ଓ ଅବିନାଶ ହେଉଛନ୍ତି ରାଜକିଶୋରଙ୍କ ସମ୍ପର୍କୀୟ। ୨୦୨୧ ମାର୍ଚ୍ଚରେ ବିକାଶଙ୍କ ବୁଦ୍ଧିରେ ଅଭିଯୁକ୍ତମାନେ ନୂଆ କୌଶଳରେ ଟଙ୍କା ହଡ଼ପ ପାଇଁ ଯୋଜନା କରିଥିଲେ। ରାଜକିଶୋର ଏନ୍‌ଏଚ୍‌ଏମ୍‌ ପୋର୍ଟାଲ ଓ ଅଫିସ୍‌ର କିଛି ଗୁପ୍ତ ତଥ୍ୟ ଜାଣିଥିଲେ। ଏହାଦ୍ୱାରା ସେମାନେ ଏନ୍‌ଏଚ୍‌ଏମ୍‌ ପୋର୍ଟାଲକୁ ହ୍ୟାକ୍‌ କରି ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କାର ଏକ ଇ-ଚେକ୍‌ କରିଥିଲେ। ଏହାପରେ ଅଭିଯୁକ୍ତମାନେ ସୋନପୁର ସିଡିଏମ୍‌ଓ ଏବଂ ଏଡିଏମ୍‌ଓଙ୍କ ନକଲି ଷ୍ଟାମ୍ପ ତିଆରି କରି ତାହାକୁ ସୋନ୍‌ପୁର ଏସ୍‌ବିଆଇ ଶାଖାରେ କ୍ଲିୟରାନ୍ସ କରିଥିଲେ। ଏପ୍ରିଲ ୭ରେ ଏମ୍‌/ଏସ୍‌ ନାଚୁରାଲ୍ସ ନାମରେ ଥିବା ଆକାଉଣ୍ଟକୁ ଉକ୍ତ ଟଙ୍କା ଟ୍ରାନ୍ସଫର ହୋଇଥିଲା। ଏମ୍‌/ଏସ୍‌ ନାଚୁରାଲ୍ସ ଆକାଉଣ୍ଟରୁ ଅଭିଯୁକ୍ତମାନେ ପର୍ଯ୍ୟାୟକ୍ରମେ ଟଙ୍କା ଉଠାଇ ନେଇଥିଲେ। ତେବେ ଠକେଇ ବିଷୟରେ ଜଣାପଡିବା ପରେ ସୋନପୁର ସିଡିଏମ୍‌ଓ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ ମେ ୧ରେ ଏକ ମାମଲା (ନଂ-୮/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri