Categories: ଖେଳ

ଯାହା ସ୍ବପ୍ନ ଦେଖିଥିଲି, ଆଜି ପୂରଣ କରିଦେଲି: ପନ୍ତ

ନୂଆଦିଲ୍ଲୀ,୧୯।୧: ବ୍ରିସବେନ ଟେଷ୍ଟରେ ଟିମ ଇଣ୍ଡିଆ ନିଷ୍ଠା ଏବଂ ସାହସ କରି ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଭାରତୀୟ ଦଳ ଗାବା ଭଳି ଏକ କଠିନ ପିଚରେ ପ୍ରଥମ ବିଜୟ ହାସଲ କରିଛି।ଏହି ମ୍ୟାଚ ଜିତିବା ପରେ ଭାରତ ମଧ୍ୟ ସିରିଜ ୨-୧ରେ କବଜା କରିଛି। ଏହି ମହାବିଜୟର ଅନେକ ହିରୋ ଥିଲେ ଅଜିଙ୍କେ ରାହାନେ, ଚେତେଶ୍ୱର ପୂଜାରା, ମହମ୍ମଦ ସିରାଜ, ଶୁବମନ ଗିଲ। କିନ୍ତୁ ଜଣେ ଖେଳାଳି ଯିଏ ତାଙ୍କ ବ୍ୟାଟିଂରେ ସମସ୍ତଙ୍କ ହୃଦୟ ଜିତିଥିଲେ ସେ ହେଉଛନ୍ତି ୨୩ ବର୍ଷୀୟ ରିଷଭ ପନ୍ତ। ବ୍ରିସବେନ ଟେଷ୍ଟର ଦ୍ୱିତୀୟ ଇନିଂସରେ ଅପରାଜିତ ୮୯ ସ୍କୋର କରି ରିଷଭ ପନ୍ତ ଭାରତକୁ ମ୍ୟାଚ୍‌ ଜିତାଇଥିଲେ। ପନ୍ତ ମଧ୍ୟ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହେବା ପରେ ଏହି ବିଜୟକୁ ତାଙ୍କ କ୍ୟାରିୟରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଥିଲେ। ସାଥୀ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ ମୋ ଉପରେ ଭରସା କରିଥିବାରୁ ମୁଁ ବହୁତ ଖୁସି। ଭାରତ ପାଇଁ ମ୍ୟାଚ୍‌ ଜିତାଇବାକୁ ଚାହୁଁଥିଲି, ଆଜି ତାହା କରିବାର ସୁଯୋଗ ମିଳିଲା ବୋଲି ସେ କହିଛନ୍ତି। ପନ୍ତଙ୍କ ଉଇକେଟ କିପିଂ ଏବଂ ବ୍ୟାଟିଂ ଅନେକ ସମୟରେ ସମାଲୋଚକ ପ୍ରଶ୍ନ ଉଠାଇଥାନ୍ତି, କିନ୍ତୁ ଏହି ବାମହାତୀ ଖେଳାଳି ବ୍ରିସବେନ ଟେଷ୍ଟରେ ଦର୍ଶାଇଥିଲେ ଯେ ସେ କାହିଁକି ଏତେ ସ୍ବତନ୍ତ୍ର? ।

Share