Posted inଜାତୀୟ

୪ର୍ଥ ଥର ବାଚସ୍ପତି ନିର୍ବାଚନ

ନୂଆଦିଲ୍ଲୀ,୨୬ା୬: ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ପୂର୍ବତନ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଅଷ୍ଟାଦଶ ଲୋକ ସଭାର ବାଚସ୍ପତି ପ୍ରାର୍ଥୀ ଚୟନ କରିଛି। ତେବେ ବିରୋଧୀ ଦଳଗୁଡ଼ିକୁ ଏନେଇ ସହମତିରେ ଆଣିବାରେ ଶାସକ ଦଳ ବିଫଳ ହୋଇଛି। ବିରୋଧୀ ମେଣ୍ଟ ପକ୍ଷରୁ ବରିଷ୍ଠ କଂଗ୍ରେସ ଏମ୍‌ପି କୋଡିକୁନିଲ ସୁରେଶଙ୍କୁ ପ୍ରାର୍ଥୀ ମନୋନୀତ କରାଯାଇଥିବାରୁ ବାଚସ୍ପତି ପଦ ପାଇଁ ବୁଧବାର ନିର୍ବାଚନ ହେବାକୁ ଯାଉଛି। ବିରୋଧୀଙ୍କୁ ଉପବାଚସ୍ପତି ପଦ ପ୍ରଦାନ କରାଗଲେ ସେମାନେ ବାଚସ୍ପତି ଭାବେ ଓମ୍‌ ବିର୍ଲାଙ୍କୁ ସମର୍ଥନ ଦେବେ ବୋଲି ସର୍ତ୍ତ ରଖିଥିଲେ। ତେବେ ଭାଜପାର ବରିଷ୍ଠ ନେତାମାନେ ଏଥିରେ ରାଜି ହୋଇ ନ ଥିଲେ।
ବାଚସ୍ପତି ପଦକୁ ନେଇ ବିରୋଧୀଙ୍କ ସହମତି ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପାର୍ଲାମେଣ୍ଟସ୍ଥିତ କାର୍ଯ୍ୟାଳୟରେ ବୈଠକ ବସିଥିଲା। ଏଥିରେ ଭାଜପାରୁ ରାଜନାଥ, ଅମିତ ଶାହା ଏବଂ ଜେ.ପି. ନଡ୍ଡା ଉପସ୍ଥିତ ଥିବାବେଳେ ବିରୋଧୀ ପକ୍ଷରୁ କଂଗ୍ରେସ ନେତା କେ.ସି. ବେଣୁଗୋପାଳ ଏବଂ ଡିଏମ୍‌କେ ନେତା ଟି.ଆର୍‌. ବାଲୁ ଆଲୋଚନାରେ ଭାଗ ନେଇଥିଲେ। ତେବେ ଉଭୟ ପକ୍ଷ ସେମାନଙ୍କ ଜିଦ୍‌ରେ ଅଟଳ ରହିବାରୁ ସହମତି ହୋଇପାରି ନ ଥିଲା। ବିରୋଧୀ ପ୍ରାର୍ଥୀଙ୍କୁ ଉପବାଚସ୍ପତି ପଦ ଦିଆଯିବା ପରମ୍ପରାକୁ ସରକାର ଅନୁପାଳନ କରୁ ନ ଥିବା ବେଣୁଗୋପାଳ କହିବା ସହ ବିର୍ଲାଙ୍କ ବିରୋଧରେ ପ୍ରାର୍ଥୀ ଦେବା ନିମନ୍ତେ ନିଷ୍ପତ୍ତି ନିଆଗଲା ବୋଲି ଘୋଷଣା କରିଥିଲେ। ତେବେ ବିରୋଧୀ ଚାପ ରାଜନୀତି କରିବା ସହ ବରିଷ୍ଠ ମନ୍ତ୍ରୀମାନଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ପ୍ରାକ୍‌ ସର୍ତ୍ତରେ ଅଟଳ ରହିଲେ ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ଜେଡିୟୁ ନେତା ଲଲନ ସିଂ କହିଛନ୍ତି।
ଲୋକ ସଭାର ୫୪୩ ଆସନ ମଧ୍ୟରୁ ଓ୍ବାୟନାଡ୍‌ ଆସନରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିବାରୁ ବର୍ତ୍ତମାନ ସଦସ୍ୟ ସଂଖ୍ୟା ୫୪୨ ରହିଛି। ଏନ୍‌ଡିଏ ପାଖରେ ୨୯୩ ଏମ୍‌ପି ଥିବାବେଳେ ବିରୋଧୀ ଇଣ୍ଡିଆ ବ୍ଲକ୍‌ର ୨୩୩ ସଦସ୍ୟ ରହିଛନ୍ତି। ଅନୂ୍ୟନ ୩ ବିରୋଧୀ ସଦସ୍ୟ ବିରୋଧୀ ମେଣ୍ଟକୁ ସମର୍ଥନ କରିପାରନ୍ତି। ତେବେ ଏନ୍‌ଡିଏ ପ୍ରାର୍ଥୀ ଓମ୍‌ ବିର୍ଲାଙ୍କ ସପକ୍ଷରେ ସଂଖ୍ୟା ରହିଛି। କୋଟାରୁ ଭାଜପା ଏମ୍‌ପି ଥିବା ବିର୍ଲା ଯଦି ନିର୍ବାଚିତ ହୁଅନ୍ତି, ତେବେ ଗୋଟିଏ ପାଳିରୁ ଅଧିକ ଦିନ ବାଚସ୍ପତି ରହିବାରେ ଏହା ୫ମ ଘଟଣା ହେବ। କଂଗ୍ରେସ ନେତା ବଳରାମ ଜାଖର ସପ୍ତମ ଓ ଅଷ୍ଟମ ଲୋକ ସଭାରେ ବାଚସ୍ପତି ଭାବେ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଥିଲେ। ବିର୍ଲା ୩ୟ ଥର ପାଇଁ ଲୋକ ସଭାକୁ ନିର୍ବାଚିତ ହୋଇଥିବାବେଳେ ଏହା ପୂର୍ବରୁ ୩ ଥର ରାଜସ୍ଥାନ ବିଧାୟକ ଥିଲେ। ଅନ୍ୟପକ୍ଷରେ ବିରୋଧୀଙ୍କ ବାଚସ୍ପତି ପ୍ରାର୍ଥୀ ସୁରେଶ ଦଳିତ ସମ୍ପ୍ରଦାୟର ଏବଂ ସେ କେରଳର ମାଭେଲିକାରାରୁ ୮ ଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି। ସୁରେଶ କହିଛନ୍ତି, ଏହା ଜିତିବା ହାରିବା କଥା ନୁହେଁ, କିନ୍ତୁ ପରମ୍ପରା ଅନୁଯାୟୀ ବାଚସ୍ପତି ଶାସକ ଦଳରୁ ହେବାବେଳେ ଉପବାଚସ୍ପତି ପଦ ବିରୋଧୀଙ୍କୁ ମିଳିବା କଥା। ପୂର୍ବ ୨ଟି ଲୋକ ସଭାରେ କୌଣସି ଦଳ ବିରୋଧୀ ଦଳ ମାନ୍ୟତା ପାଇ ନ ଥିବା ଦର୍ଶାଇ ଉପବାଚସ୍ପତି ପଦ ଦିଆଯାଇ ନ ଥିଲା। ଏବେ ଆମେ ବିରୋଧୀ ଦଳ ଭାବେ ସ୍ବୀକୃତି ପାଇଥିବାରୁ ଉପବାଚସ୍ପତି ପଦ ପାଇଁ ହକ୍‌ଦାର ବୋଲି ସୁରେଶ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଏମ୍‌ପି କେ. ସୁରେଶଙ୍କୁ ବାଚସ୍ପତି ପଦ ପାଇଁ ଇଣ୍ଡିଆ ବ୍ଲକ୍‌ର ମିଳିତ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସହ ପରାମର୍ଶ କରାଯାଇ ନ ଥିବା ମମତା ବାନାର୍ଜୀଙ୍କ ଦଳ ପକ୍ଷରୁ କୁହାଯାଇଛି। ସୁରେଶଙ୍କ ନାମାଙ୍କନପତ୍ରରେ ଇଣ୍ଡିଆ ବ୍ଲକ୍‌ର ସବୁ ଦଳର ନେତା ସ୍ବାକ୍ଷର କରିଥିବାବେଳେ ଟିଏମ୍‌ସିିକୁ ବାଦ୍‌ ଦିଆଯାଇଛି। ସେମାନେ ଆମକୁ ନ ପଚାରି ଏକତରଫା ନିଷ୍ପତ୍ତି ନେଇଥିବା ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀ କହିଛନ୍ତି। ଯଦି ବୁଧବାର ଲୋକ ସଭାରେ ଭୋଟ ହୁଏ, ତେବେ ପେପର ସ୍ଲିପ୍‌ ବ୍ୟବହାର କରାଯିବ। କାରଣ ନୂଆ ଲୋକ ସଭାରେ ଇଲେକ୍ଟ୍ରୋନିକ୍‌ ସିଷ୍ଟମ୍‌ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ।
ପ୍ରକାଶ ଯେ, ଏହାପୂର୍ବରୁ ୧୯୫୨, ୧୯୬୭ ଏବଂ ୧୯୭୬ରେ ଲୋକ ସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୯୫୨ରେ କଂଗ୍ରେସ ସଦସ୍ୟ ଜି.ଭି. ମାଭାଲଙ୍କର ୩୯୪ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ତାଙ୍କ ବିରୋଧରେ ଶାନ୍ତାରାମ ମୋରେ ପ୍ରାର୍ଥୀ ହୋଇଥିଲେ। ୧୯୬୭ରେ କଂଗ୍ରେସ ପ୍ରାର୍ଥୀ ନିଲମ ସଞ୍ଜୀବା ରେଡ୍ଡୀ ୨୭୮ ଭୋଟ ପାଇ ଲୋକ ସଭା ବାଚସ୍ପତି ନିର୍ବାଚିତ ହୋଇଥିବାବେଳେ ଟେନେଟି ବିଶ୍ୱନାଥମ୍‌ ୨୦୭ ଖଣ୍ଡ ଭୋଟ ପାଇ ହାରିଯାଇଥିଲେ। ଏମର୍ଜେନ୍ସି ପରେ ୧୯୭୬ ଜାନୁଆରୀ ୫ରେ ବଲିରାମ ଭଗତ ଲୋକ ସଭା ବାଚସ୍ପତି ନିର୍ବାଚିତ ହୋଇଥିଲେ। ତାଙ୍କୁ ୩୪୪ ଭୋଟ ମିଳିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜନସଂଘ ନେତା ଜଗନ୍ନାଥରାଓ ଜୋଷୀ ୫୮ ଖଣ୍ଡ ଭୋଟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri