Categories: ଜାତୀୟ

ଆସାମରେ ୪ର୍ଥ ମଦ୍ରାସା ଭଙ୍ଗାଗଲା

ଗୁଆହାଟୀ,୭।୯: ଆତଙ୍କବାଦୀ କାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା ଅଭିଯୋଗରେ ଆସାମ ଗୋଆଲପରା ଜିଲାର ଏକ ମଦ୍ରାସାକୁ ସ୍ଥାନୀୟ ଲୋକେ ଭାଙ୍ଗିଦେଇଛନ୍ତି। ଅଲ୍‌ କାଏଦା ସ୍ବୀକୃତିପ୍ରାପ୍ତ ସଂଗଠନର ସଦସ୍ୟ ଥିବା ଦୁଇ ବାଂଲାଦେଶୀ ଉକ୍ତ ମଦ୍ରାସାକୁ ଆତଙ୍କବାଦୀ କାର୍ଯ୍ୟ ପାଇଁ ବ୍ୟବହାର କରୁଥିଲେ ବୋଲି ପୋଲିସ କହିଛି। ଅମିନୁଲ ଇସ୍‌ଲାମ ଏବଂ ଜାହାଙ୍ଗୀର ଆଲମ୍‌ ନାମକ ଦୁଇ ବାଂଲାଦେଶୀ ସେଠାରେ ୨୦୨୦ରୁ ଶିକ୍ଷାଦାନ କରିଆସୁଥିଲେ। ସେମାନେ ଫେରାର ହୋଇଯାଇଥିବାବେଳେ ପୋଲିସ ସେମାନଙ୍କୁ ଧରିବା ଲାଗି ତନାଘନା ଚଳାଇଛି। ମଦ୍ରାସା ଭଙ୍ଗାରୁଜାରେ ସରକାରୀ ଅଧିକାରୀ ସମ୍ପୃକ୍ତ ନ ଥିଲେ। ଏହାକୁ ମିଶାଇ ମାସକ ମଧ୍ୟରେ ୪ ମଦ୍ରାସା ଭଙ୍ଗାଗଲାଣି। ଆସାମ ଜିହାଦି କାର୍ଯ୍ୟକଳାପର ପେଣ୍ଠସ୍ଥଳ ପାଲଟିଥିବା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗତ ମାସରେ କହିଥିଲେ। ମସ୍‌ଜିଦ ଓ ମଦ୍ରାସାର ଧର୍ମଗୁରୁମାନେ ରାଜ୍ୟ ବାହାରୁ ଆସିଥିଲେ ନିଜକୁ ସରକାରୀ ପୋର୍ଟାଲରେ ପଞ୍ଜୀକୃତ କରାଇନେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Share