Categories: ବାଣିଜ୍ୟ

ଏଆଇୟୁବିପିଏଆର୍‌ଏଫ୍‌ର ୪ର୍ଥ ସାଧାରଣ ଅଧିବେଶନ

ଭୁବନେଶ୍ୱର,୨୮।୩: ନିଖିଳ ଭାରତ ୟୁନିୟନ୍‌ ବ୍ୟାଙ୍କ ପେନ୍‌ସନ୍‌ଭୋଗୀ ଅବସରପ୍ରାପ୍ତ ଫେଡେରେଶନ୍‌ର ୪ର୍ଥ ସାଧାରଣ ଅଧିବେଶନ ସ୍ଥାନୀୟ ଆର୍ଯ୍ୟ ପ୍ୟାଲେସ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି। ଅଲ୍‌ ଓଡ଼ିଶା ୟୁନିୟନ୍‌ ବ୍ୟାଙ୍କ ଅବସରପ୍ରାପ୍ତ ସଂଘର ଆତିଥ୍ୟରେ ଅନୁଷ୍ଠିତ ଉକ୍ତ ଅଧିବେଶନରେ ଦେଶର ସମସ୍ତ ରାଜ୍ୟର ସଭ୍ୟମାନେ ଅଂଶଗ୍ରହଣ କରିଥିଲେ। ନିଖିଳ ଭାରତ ୟୁନିୟନ୍‌ ବ୍ୟାଙ୍କ ପେନସନ ଭୋଗୀ ଓ ଅବସରପ୍ରାପ୍ତ ସଂଘର ସଭାପତି ନୀତୀନ୍‌ ଦେଶାଇଙ୍କ ପୌରୋହିତ୍ୟରେ ପରିଚାଳିତ ଉକ୍ତ ଅଧିବେଶନରେ ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଓଡ଼ିଶାର କ୍ଷେତ୍ର ମହାପ୍ରବନ୍ଧକ ସର୍ଭେଶ ରଞ୍ଜନ, ନିଖିଳ ଭାରତ ୟୁନିୟନ୍‌ ବ୍ୟାଙ୍କ ପେନସନ ଭୋଗୀ ଓ ଅବସରପ୍ରାପ୍ତ ମହାସଂଘର ସାଧାରଣ ସମ୍ପାଦକ ସୁପ୍ରିତୋ ସରକାର, ଉପଦେଷ୍ଟା ପ୍ରଦୀପ ସରକାର, ମହାସଂଘର ଓଡ଼ିଶା ଶାଖାର ସଭାପତି ଏ.କେ.ମୋତାୟଦ, ସାଧାରଣ ସମ୍ପାଦକ ନିରଞ୍ଜନ ଯୋଗାନିଆ, ସଂଘର ଚେୟାରମ୍ୟାନ ପି.ବି. ଥୋମାସ, ସାଧାରଣ ସମ୍ପାଦକ ଗୋବିନ୍ଦ ରାଜୁଲୁ, କାର୍ଯ୍ୟକାରୀ ସଭାପତି ସୂପର୍ଣ୍ଣା ବାଗଚି ତଥା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ ସଂଘ, ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଗଣେଶ ମିଶ୍ର ପ୍ରମୁଖ ଯୋଗ ଦେଇ ବ୍ୟାଙ୍କ ଓ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ସାମାଜିକ ଅଙ୍ଗୀକାରରବଦ୍ଧତା ଓ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଶେଷରେ ସାଧାରଣ ସମ୍ପାଦକ ଗୋବିନ୍ଦ ରାଜୁଲୁ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ଅଧିବେଶନରେ ଯୋଗଦେଇଥିବା ସମସ୍ତ ସଭ୍ୟ ଅଧିବେଶନର ସଫଳତା ଓ ସୁଚାରୁ ସମ୍ପାଦନା ପାଇଁ ମିହିର ପଟ୍ଟନାୟକ, ବ୍ରଜ କିଶୋର ବାଗ ଓ ସରୋଜ ମହାନ୍ତିଙ୍କ ନେତୃତ୍ୱରେ ପରିଚାଳିତ ଓଡିଶା ୟୁନିଟ୍‌ର ପ୍ରଶଂସା କରିଥିଲେ।

Share