ବିଶ୍ୱସନୀୟ ସେବାରେ ୪୯ ବର୍ଷ

ଭୁବନେଶ୍ୱର,୨।୧୦ କରୋନା ମହାମାରୀ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ସଙ୍କଟ ମଧ୍ୟକୁ ଠେଲି ଦେଇଛି। ବର୍ତ୍ତମାନ ବଜାର ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି। ପାର୍ବଣ ଲାଗି ବ୍ୟବସାୟୀମାନେ ସଜବାଜ ହୋଇଛନ୍ତି। ପୂର୍ବ ବର୍ଷ ଅପେକ୍ଷା ଭଲ କାରବାର ଆଶା ରହିଛି। ବିଭିନ୍ନ ଅଫର ସାଙ୍ଗକୁ ଅନ୍ୟ ସୁବିଧା ଗ୍ରାହକଙ୍କୁ ପ୍ରଦାନ କରାଯାଉଛି। ଇଲେକ୍‌ଟ୍ରୋନିକ୍ସ ପ୍ରଡକ୍ଟ ଯୋଗାଣ କ୍ଷେତ୍ରରେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ଏକ ପରିଚିତ ନାମ ହୋଇପାରିଛି। ଚଳିତ ବର୍ଷ ପାର୍ବଣରେ ଏହା ଗ୍ରାହକଙ୍କ ଲାଗି ବିଭିନ୍ନ ଅଫର ନେଇ ଆସିଛି। ଅକ୍ଟୋବର ୨ରୁ ଏହାର ଅଫର ସବୁ ଗ୍ରାହକ ଲାଭ କରିପାରିବେ ବୋଲି ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ସ୍ବତ୍ୱାଧିକାରୀ ରାଜେଶ ଗୁପ୍ତା କହିଛନ୍ତି।
ଗୁପ୍ତା କହୁନ୍ତି, ଆମେ ଗତ ୪୯ବର୍ଷ ହେବ ଏ କ୍ଷେତ୍ରରେ କାମ କଲୁଣି। ବିଶ୍ୱସନୀୟ ସେବା ଯୋଗାଣ ଲାଗି ଗ୍ରାହକ ଆମ ସହ ଯୋଡ଼ି ହୋଇଛନ୍ତି। ସବୁବେଳେ ଗ୍ରାହକଙ୍କୁ ପ୍ରାଥମିକତା ଦେବାରେ ବିଶ୍ୱାସ ରଖିଥାଉ। ଚଳିତ ବର୍ଷ ପାର୍ବଣରେ ଭଲ ବିକ୍ରି ହେବା ନେଇ ଆଶା ରହିଛି। ଏହାକୁ ଧ୍ୟାନରେ ରଖି ଗ୍ରାହକଙ୍କ ଲାଗି ବିଭିନ୍ନ ଅଫର ଆଣିଛୁ। ଶନିବାରଠାରୁ ଗ୍ରାହକ ଏହି ଅଫର ସବୁ ଆମର ସାରା ରାଜ୍ୟରେ ଥିବା ୨୪ ଶୋ’ରୁମ୍‌ ଏବଂ ଭୁବନେଶ୍ୱରର ସାନ୍ତରାପୁରରେ ଚଳିତ ମାସ ଖୋଲିବାକୁ ଥିବା ନୂଆ ଶୋ’ରୁମ୍‌ରେ ଲାଭ କରିପାରିବେ। ଅଫରର ଲାଭ ନେବାକୁ ଗ୍ରାହକଙ୍କୁ ନିବେଦନ କରୁଛୁ।
ଗ୍ରାହକ ଆମ ଶୋ’ରୁମ୍‌ରୁ କିଣାକିଣି ଉପରେ ପ୍ରତି ପ୍ରଡକ୍ଟରେ ଡିସ୍‌କାଉଣ୍ଟ ଲାଭ କରିପାରିବେ। ସେହିଭଳି ପ୍ରତି କ୍ରୟରେ ନିଶ୍ଚିତ ଉପହାର ମିଳିବ। ଏଥିଲାଗି କ୍ରୟର କୌଣସି ସୀମା ରଖାଯାଇନାହିଁ। ଗ୍ରାହକଙ୍କୁ ୨୫% ଯାଏ କ୍ୟାଶ୍‌ବ୍ୟାକ ମଧ୍ୟ ଉପଲବ୍ଧ ହେଉଛି। ଶୋ’ରୁମ୍‌ ଅଫର ବାଦ୍‌ ଗ୍ରାହକ ବିଭିନ୍ନ କମ୍ପାନୀର ନିଜସ୍ବ ଅଫର ମଧ୍ୟ ଲାଭ କରିପାରିବେ। ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି। ଗ୍ରାହକଙ୍କୁ ସହଜ ଫାଇନାନ୍ସ, ନୋ କଷ୍ଟ ଇଏମ୍‌ଆଇ ଏବଂ ଗୋଟିଏ ଇଏମ୍‌ଆଇ ରିଫଣ୍ଡ ମିଳୁଛି। ନିର୍ଦ୍ଦିଷ୍ଟ ମୂଲ୍ୟ ପ୍ରଦାନ କରି ଗ୍ରାହକ ପ୍ରଡକ୍ଟର ଓ୍ବାରେଣ୍ଟି ସମୟ ବଢ଼ାଇପାରିବେ ବୋଲି ଗୁପ୍ତା ସ୍ପଷ୍ଟ କରିଛନ୍ତି। ସେ ପୁଣି କହିଛନ୍ତି, ବର୍ତ୍ତମାନର ଟ୍ରେଣ୍ଡକୁ ଆଧାରକରି ଗ୍ରାହକଙ୍କୁ ସିନେମା ଏକ୍ସପେରିଏନ୍ସ ଇନ୍‌ଷ୍ଟଲ କରିବାର ସୁବିଧା ପ୍ରଦାନ କରାଯାଉଛି। ଏହାଦ୍ୱାରା ଗ୍ରାହକ ଘରେ ମଧ୍ୟ ସିନେମା ଦେଖିବାର ମଜା ନେଇପାରିବେ। ଆମର ଶହୀଦନଗର ଏବଂ ଅନୁଗୋଳ ଶୋ’ରୁମ୍‌ରେ ଏ ନେଇ ଲାଇଭ ଡେମୋ ମଧ୍ୟ ଗ୍ରାହକଙ୍କ ପାଇଁ ରହିଛି। ଏହାବାଦ୍‌ ଡିଜିଟାଲ ପ୍ରଡକ୍ଟ ଉପରେ ନିଶ୍ଚିତ ଉପହାର ଏବଂ କ୍ୟାଶ୍‌ ବ୍ୟାକ ମଧ୍ୟ ପ୍ରଦାନ କରାଯାଉଛି। ଏହାଦ୍ୱାରା ଗ୍ରାହକ ମୋବାଇଲ ଫୋନ, ଲାପ୍‌ଟପ୍‌ ଭଳି ପ୍ରଡକ୍ଟ ଆକର୍ଷଣୀୟ ମୂଲ୍ୟରେ ଲାଭ କରିପାରିବେ।
ଗୁପ୍ତାର ୯ ଶୋ’ରୁମ୍‌ରେ ଗ୍ରାହକ ବିଭିନ୍ନ ବର୍ଗର ଫର୍ନିଚର କିଣିବାର ସୁଯୋଗ ପାଇବେ। କଟକର ସିଡିଏ, କଳାପଥର, ଜଗତ୍‌ସିଂହପୁର, ଅନୁଗୋଳ, ଚଣ୍ଡିଖୋଲ, ନିମାପଡ଼ା, ନୟାଗଡ଼, ବାଲୁଗାଁ ଏବଂ ଯାଜପୁର ଟାଉନ ଭଳି ସ୍ଥାନରେ ଗ୍ରାହକଙ୍କୁ ଏହି ସେବା ଉପଲବ୍ଧ ହେବ। ଫର୍ନିଚର ଉପରେ ଗ୍ରାହକଙ୍କୁ ୪୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ନୀଲକମଲ, କ୍ରିଷ୍ଟାଲ, ଏମ୍‌ଏସ୍‌ଆର୍‌, ପିଚ୍‌ଟ୍ରି, ସୌକିନ ଏବଂ କର୍ଲଅନ୍‌ ଭଳି କମ୍ପାନୀର ପ୍ରଡକ୍ଟ ଗ୍ରାହକ ପାଇପାରିବେ। ଗ୍ରାହକଙ୍କୁ ଗୁରୁତ୍ୱ ଦେଇ ବିକ୍ରି ପରବର୍ତ୍ତୀ ସେବାକୁ ଅଗ୍ରାଧିକାର ଦିଆଯାଉଥିବା ଗୁପ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri