୪୯% ପରିବାର ପାଇଛନ୍ତି ଟ୍ୟାପ୍‌ ପାଣି

ଯାଜପୁର ଅଫିସ,୧୧ା୭: ରାଜ୍ୟବାସୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ବସୁଧା, ଜଳ ଜୀବନ ମିଶନ, ଓଏମ୍‌ବିଏଡିସି, ଡିଏମ୍‌ଏଫ୍‌, ଆର୍‌ଆଇଡିଏଫ୍‌ ଆଦି ଯୋଜନାରେ ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରତ୍ୟେକ ଘରକୁ ଟ୍ୟାପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ପଦକ୍ଷେପ ନିଆଯାଉଛି। ଏହିକ୍ରମରେ ଗତ ଜୁନ୍‌ ୩୦ ସୁଦ୍ଧା ୪୮.୮୫% ପରିବାରକୁ ଟ୍ୟାପ ସଂଯୋଗୀକରଣ ହୋଇଛି। ଗ୍ରାମାଞ୍ଚଳର ସମସ୍ତ ଜନସାଧାରଣଙ୍କୁ ୨୦୨୪ ସୁଦ୍ଧା ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ରହିଥିବା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି। ତେବେ କେତେକ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ନୈରାଶ୍ୟଜନକ ଏବଂ ଅତି ନିମ୍ନମାନର ଯୋଗୁ ଏହି ଲକ୍ଷ୍ୟ ପୂରଣ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ରାଜ୍ୟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ମେଗା ଜଳଯୋଗାଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ମନ୍ଥର ଏବଂ ନିମ୍ନମାନର ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିରେ ନିୟୋଜିତ କେତେକ ଅଣଓଡ଼ିଆ ଠିକାସଂସ୍ଥାର ମନମାନି ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେବା ସହ ଲୋକଙ୍କୁ ସ୍ବଚ୍ଛ ପାଣି ମିଳିବାରେ ବିଳମ୍ବ ଘଟିଚାଲିଛି। ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ୪ ପର୍ଯ୍ୟାୟରେ ୨୧୫ ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି। ଏଥିପାଇଁ ୩୫,୧୭୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହିସବୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ଏଲ୍‌ ଆଣ୍ଡ ଟି, ଜିଭିପିଆର, ଜେଏମ୍‌ସି ଆଣ୍ଡ୍‌ ଜେଭି, ଏନ୍‌ସିସି, ଏମ୍‌ଇଆଇଏଲ୍‌, ଭୋଲଟାସ୍‌, ଜୁବେରୀ, ଆଇଏଚ୍‌ପି, କେଇସି-କାବେରି, କେଇସି-ବିଆର୍‌ସିସିପିଏଲ୍‌, କେସିପିଏଲ୍‌-ୟୁଏମ୍‌ଏସ୍‌ଏଲ୍‌ ଆଦି ଅଣଓଡ଼ିଆ ଠିକାସଂସ୍ଥା ସହ ୨୦୧୬ରୁ ଚୁକ୍ତି ହୋଇଆସିଛି। ହେଲେ ଏଯାଏ ଗୋଟିଏ ବି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏଠାରେ ବୌଦ୍ଧ, ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଏବଂ ଢେଙ୍କାନାଳ ଜିଲାରେ ନିର୍ମାଣ ହେଉଥିବା ପ୍ରକଳ୍ପଗୁଡିକୁ ଉଦାହରଣ ଭାବେ ନିଆଯାଇପାରେ। ଖୋର୍ଦ୍ଧା ଜିଲାର ବୋଲଗଡ଼ ଓ ବେଗୁନିଆ ବ୍ଲକ ଅନ୍ତର୍ଗତ ୩୩୭ ଗ୍ରାମ ଏବଂ ଢେଙ୍କାନାଳ ଜିଲା ସଦର ବ୍ଲକର ୯ ଗ୍ରାମ ପଞ୍ଚାୟତ ପାଇଁ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେଉଛି। ଏହିସବୁ ପ୍ରକଳ୍ପର ଅଗ୍ରଗତି ଏବଂ କାର୍ଯ୍ୟର ମାନ ଆଦୌ ଉଲ୍ଲେଖନୀୟ ନୁହେଁ ବୋଲି ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଗତ ଜୁନ୍‌ ୨୮ରେ ଦର୍ଶାଇଛନ୍ତି। ଆଗକୁ ଉଲ୍ଲେଖନୀୟ ସଫଳତା ହାସଲ ନ କଲେ ପରବର୍ତ୍ତୀ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇପାରିବ ନାହିଁ ବୋଲି ଠିକାସଂସ୍ଥା ଜେଏମ୍‌ସି କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି।
ପୁରୀ ଜିଲାର କଣାସ ବ୍ଲକର ୧୨୬ ଗ୍ରାମ, ବ୍ରହ୍ମଗିରି ବ୍ଲକର ୧୮ ଗ୍ରାମ, ସତ୍ୟବାଦୀ ବ୍ଲକର ୧୪ ଏବଂ କୃଷ୍ଣପ୍ରସାଦ ବ୍ଲକର ୯୦ ଗ୍ରାମ ଓ ଗଞ୍ଜାମ ବ୍ଳକର ୪୫ ଗ୍ରାମ ପାଇଁ ନିର୍ମାଣ ହେଉଥିବା ମେଗା ଜଳଯୋଗାଣ ପ୍ରକଳ୍ପର ଅଗ୍ରଗତି ଉପରେ ବିଭାଗୀୟ ଇଞ୍ଜିନିୟର ଜିଭିପିଆର ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ଅନୁରୂପ ମନ୍ତବ୍ୟ ଦେଇଛନ୍ତି।
ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ୩୯୩ ଗ୍ରାମର ଲୋକଙ୍କ ପାଇଁ ତେଲନଦୀର ଲୁକାପଧାଠାରେ ଏଲ ଆଣ୍ଡ ଟି ପକ୍ଷରୁ ଏକ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେଉଛି। ଏଥିପାଇଁ ୨୨୭.୪୧ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହାର କାର୍ଯ୍ୟକାରିତା ପାଇଁ ୧ା୩ା୨୦୧୯ରେ ଏଲ ଆଣ୍ଡ ଟି ଠିକାସଂସ୍ଥା ସହ ଚୁକ୍ତି ହୋଇଛି। ହେଲେ ଅତି ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଛି। ଏହି ବ୍ଲକର ଖଇରମାଳ, ବନଗୁରା, ଖୁଣ୍ଟିଗୋରା, ଗୁଛାଗୋରା, ମସିନାଗୋରା, ଘଣ୍ଟାପଡା, ଆମ୍ବଗଁା, ଆଡେଲଗଁା ପ୍ରଭୃତି ଗ୍ରାମରେ ପାଇପ୍‌ ବିଛା କାର୍ଯ୍ୟ ଅତି ମନ୍ଥର ହେବା ସହ ଗାତ ଖୋଳାରେ ବ୍ୟାପକ ଅନିୟମିତତା ହେଉଥିବା କୁହାଯାଉଛି। ରାଜ୍ୟରେ ଥିବା ଠିକାସଂସ୍ଥାଗୁଡିକୁ ଅଯୋଗ୍ୟ ବିବେଚନା କରି ବାହାର ରାଜ୍ୟର ଠିକାସଂସ୍ଥାକୁ କାମ ଦେବା ଲାଗି ଜାଣିଶୁଣି ଜଟିଳ ସର୍ତ୍ତ ରଖାଯାଇଥିଲା। ତେଣୁ ରାଜ୍ୟର କେହି ଏହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ନ ଥିଲେ ବୋଲି ଜଣେ ଠିକାଦାର କହିଛନ୍ତି। ଏଭଳିସ୍ଥିତିରେ ଅଣଓଡ଼ିଆ ଠିକାସଂସ୍ଥା କର୍ତ୍ତୃପକ୍ଷ ଜନସାଧାରଣଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ଚିନ୍ତା କରିବା ପରିବର୍ତ୍ତେ ସିଂହଭାଗ ଅର୍ଥ ଚଳୁ କରିବାକୁ ମସୁଧା କରୁଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri