ହିଜାବ ନ ପିନ୍ଧିଲେ ୪୯ ଲକ୍ଷ ଟଙ୍କା ଜୋରିମନା

ତେହରାନ,୨୯।୩: ଇରାନରେ ମହିଳାଙ୍କ ପାଇଁ ନିୟମ ଆହୁରି କଠୋର ହୋଇଛି। ଇରାନ ସଂସଦ ମହିଳାମାନଙ୍କ ଡ୍ରେସ କୋଡକୁ ନେଇ ଏକ ନୂତନ ନିୟମ କରିଛି। ଏହି ନିୟମ ଅନୁଯାୟୀ, ଯଦି ମହିଳାମାନେ ହିଜାବ ପିନ୍ଧିବେ ନାହିଁ, ତେବେ ସେମାନଙ୍କୁ ୪୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମନା ଦେବାକୁ ପଡିପାରେ। କେବଳ ଏତିକି ନୁହେଁ, ସେମାନଙ୍କ ପାସପୋର୍ଟ ମଧ୍ୟ ଜବତ କରାଯିବ। ଏହା ସହିତ ସେମାନଙ୍କର ଇଣ୍ଟରନେଟ ବ୍ୟବହାର ମଧ୍ୟ ନିଷେଧ ହେବ। ଇରାନର ସାଂସଦ ହୋସେନି ଜଲାଲୀ ନୂତନ ଆଇନ ବିଷୟରେ ଘୋଷଣା କରିଛନ୍ତି।
ଗତ ୬ ମାସ ଧରି ଇରାନରେ ହିଜାବ ବିରୋଧରେ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କ ପାଇଁ ଏହି ନୂତନ ନିୟମ ଏକ ବଡ଼ ଝଟକା। ୨୦୨୨ରେ ହିଜାବକୁ ବିରୋଧ କରି ବିରୋଧ କର ରାଜରାସ୍ତାକୁ ଓହ୍ଲାଇଥିଲେ। ଏହି ସମୟରେ ଅନେକ ମହିଳାଙ୍କୁ ପୋଲିସ ହତ୍ୟା କରିଥିଲା। ସମଗ୍ର ବିଶ୍ୱରେ ଏହି ଘଟଣାକୁ ନେଇ ଇରାନ ସରକାରଙ୍କୁ ନିନ୍ଦା କରାଯାଇଥିଲା।

Share