ପୁରୁଷୋତ୍ତମପୁର,୯ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତ ପରିସରରେ ତାଲୁକ ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ଜାତୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ସିନିୟର ସିଭିଲଜଜ୍ ସୁମିତା ଆଚାର୍ଯ୍ୟ ଓ ଜେଏମ୍ଏଫ୍ସି ବିଚାରପତି ଅନନ୍ୟା ଅପର୍ମିତା ୪୯ଟି ବିଭିନ୍ନ ମାମଲାର ବିଚାର କରି ସମାଧାନ କରିଥିଲେ। ଏ ବାବଦରେ ୩୦ ହଜାର ଟଙ୍କା ରଜସ୍ବ ଆଦାୟ କରାଯାଇଥିଲା। ଏହାସହ ପଡ଼ିରହିଥିବା ବିଭିନ୍ନ ମାମଲାର ମଧ୍ୟ ଫଇସଲା କରାଯାଇଛି। ଏହାକୁ କୋର୍ଟର କର୍ମଚାରୀମାନେ ପରିଚାଳନା କରିଥିବାବେଳେ ଓକିଲସଂଘ ସଭାପତି ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ସମ୍ପାଦକ ରବୀନ୍ଦ୍ର କୁମାର ସାହୁଙ୍କ ସମେତ ବହୁ ଓକିଲ ଉପସ୍ଥିତ ରହି ସହାୟତା କରିଥିଲେ।