କୌଣସି ହୋଟେଲ୍‌ରେ ନୁହେଁ, ଘର ଛାତରେ ବିବାହ କରିଥିଲେ ଅଜୟ

ବଲିଉଡ୍‌ ଅଭିନେତା ଅଜୟ ଦେବ୍‌ଗନଙ୍କ ଆଜି ଜନ୍ମଦିନ। ବଲିଉଡର ସିଙ୍ଘମ କୁହାଯାଉଥିବା ଅଜୟ ୨ ଏପ୍ରିଲରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। ସେ ତାଙ୍କ କ୍ୟାରିୟର ମଧ୍ୟରେ ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ହେଲେ ଆକ୍ସନ ହିରୋ ଅଜୟ ତାଙ୍କ ବାସ୍ତବ ଜୀବନରେ ସରଳ ହେବାକୁ ପସନ୍ଦ କରନ୍ତି । ଏପରିକି ସେ ନିଜ ଜନ୍ମଦିନରେ କେକ୍‌ କାଟିବାକୁ କିମ୍ବା କୌଣସି ବଡ ସେଲିବ୍ରେଶନ କରିବାକୁ ପସନ୍ଦ କରନ୍ତି ନାହିଁ। ତେବେ ତାଙ୍କ ଜନ୍ମ ଦିନରେ ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ସମ୍ପର୍କିତ କିଛି କଥା। ଅଜୟ ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ତେବେ ଉଭୟଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରନ୍ତି। ଉଭୟ ଗୁଣ୍ଡାରାଜ ଶୁଟିଂ ସେଟ୍‌ରେ ପରସ୍ପରକୁ ଭେଟିଥିଲେ।
ଅଜୟ ସେତେବେଳେ କାହା ସହିତ ଅଧିକ କଥା ହେଉ ନ ଥିଲେ। ସେଠାରେ ଲୋକମାନେ ତାଙ୍କୁ ଅହଂକାରୀ ମନେ କରୁଥିଲେ। କିନ୍ତୁ ସେ କାଜଲଙ୍କ ସହ କଥା ହେବା ଆରମ୍ଭ କଲେ। ପରେ ଦୁହେଁ ପରସ୍ପରକୁ ଡେଟ୍‌ କରିଥିଲେ। ଏହା ପରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।
ଅଜୟ ଏକ ସାକ୍ଷାତକାରରେ କହଥିଲେ, ସେ ବିବାହ କରିବାକୁ କୌଣସି ହୋଟେଲ କିମ୍ବା ମଣ୍ଡପକୁ ଯାଇ ନ ଥିଲେ। ଘରର ଛାତ ଉପରେ ବିବାହ କରିଥିଲେ। ସେ ଶୋଇବା ଘରରୁ ଛାତକୁ ଯାଇଥିଲେ ସେଠାରେ ବିବାହ କରି ପୁନର୍ବାର ଶୋଇବା ଘରକୁ ଫେରିଥିଲେ।

Share