୪୮ ବର୍ଷରେ ପାଦ ଥାପିଲେ ବଲିଉଡ୍‌ କୁଇନ୍‌

ମୁମ୍ବାଇ: ଆଜି ହେଉଛି ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ଜନ୍ମଦିନ। ୧୯୭୩ ମସିହା ନଭେମ୍ବର ୧ରେ ଜନ୍ମ ଗ୍ରହଣ କରିଥିବା ଐଶ୍ୱର୍ଯ୍ୟା ୧୯୯୪ରେ ମିସ୍‌ ଓ୍ବାଲର୍‌ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟୀ ହୋଇଥିଲେ। ୨୦୦୭ ମସିହାରେ ସେ ବିଗ୍‌-ବି ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକଙ୍କୁ ବିବାହ କରିଥିଲେ। ଐଶ୍‌ ଖାଲି ଜଣେ ଭଲ ଅଭିନେତ୍ରୀ ନୁହନ୍ତି, ଭଲ ସ୍ତ୍ରୀ, ଭଲ ବୋହୂ, ଭଲ ମା’ ଆଉ ଜଣେ ଭଲ ଭାଉଜ ମଧ୍ୟ। ବଚ୍ଚନ ପରିବାରର ବୋହୂ ହୋଇ ସେ ବେଶ୍‌ ହସଖୁସିରେ ତାଙ୍କ ସଂସାରକୁ ଆଗକୁ ବଢ଼ାଇ ଚାଲିଛନ୍ତି। ଶାଶୁଘରର ପ୍ରତ୍ୟେକ ସଦସ୍ୟ ଐଶ୍‌ଙ୍କୁ ବହୁତ ସ୍ନେହ ଆଦର କରନ୍ତି। ଐଶ୍ୱର୍ଯ୍ୟାଙ୍କର ମଧ୍ୟ ସମସ୍ତଙ୍କ ସହ ସୁ-ସମ୍ପର୍କ ରହିଛି।

ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଔର୍‌ ପ୍ୟାର୍‌ ହୋ ଗୟା’ । ଐଶ୍ୱର୍ଯ୍ୟା ଦୀର୍ଘ ୨୪ ବର୍ଷ ଧରି ବଲିଉଡ୍‌ରେ କାମ କରିଆସୁଛନ୍ତି। ତାଙ୍କର କଠିନ ପରିଶ୍ରମ ଯୋଗୁ ସେ ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି। ୨୦୦୯ରେ ତାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ ତେଲ୍‌ଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

Share