Categories: ଜାତୀୟ

ଘନ କୁହୁଡ଼ି ଯୋଗୁ ୪୮୧ ଟ୍ରେନ୍‌ ବାତିଲ…

ନୂଆଦିଲ୍ଲୀ, ୨୪।୧ : ସାରା ଦେଶରେ ପ୍ରବଳ ଥଣ୍ଡା ଏବଂ ଘନ କୁହୁଡ଼ି ଯୋଗୁ ରେଲଓ୍ବେର ସମସ୍ୟା ବୃଦ୍ଧି ପାଇଛି। ଘନ କୁହୁଡ଼ି ଯୋଗୁ ୪୮୧ ଟ୍ରେନକୁ ବାତିଲ କରାଯାଇଛି। ଏହା ସହିତ ବହୁ ସ୍ଥାନରେ ଟ୍ରାକର ମରାମତି କାର୍ଯ୍ୟ ମଧ୍ୟ ଚାଲିଛି।

ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି କେତେକ ଟ୍ରେନକୁ ବାତିଲ କରାଯିବ ସହିତ କିଛି ଟ୍ରେନର ଗତିପଥକୁ ବଦଳାଇ ଦିଆଯାଇଛି। ନ୍ୟାଶନାଲ ଟ୍ରେନ ଇନକ୍ୱାରୀ ସିଷ୍ଟମର ଅଫିସିଆଲ ୱେବସାଇଟରେ ରେଲୱେ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।

ରେଳ ଅଧିକାରୀଙ୍କ ଅନୁଯାୟୀ, ଜାନୁଆରୀ ୨୮ ପର୍ଯ୍ୟନ୍ତ ଏହି ସମସ୍ତ ଟ୍ରେନ ବାତିଲ କରାଯାଇଛି ଏବଂ କିଛି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି। ଏହା ସହିତ କିଛି ଟ୍ରେନ୍‌ର ଗନ୍ତବ୍ୟ ସ୍ଥଳକୁ ସୀମିତ କରାଯାଇଛି।

Share