ଟ୍ରକ ସହ ୪୮୦ କେଜି ଗଞ୍ଜେଇ ଜବତ, ୪ ଗିରଫ

ବ୍ରହ୍ମପୁର,୩୦।୬ (ସୁବାସ ଚନ୍ଦ୍ର ପାଢ଼ୀ): ଗଜପତିରୁ ହ୍ମପୁର ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ଅବକାରୀ ଗୁଇନ୍ଦା ନିକଟରେ ଖବର ପହଞ୍ଚିଥିଲା। ଡେପୁଟି ସୁପରଟେଣ୍ଡେଣ୍ଟ କୁବେର ସେଠୀଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା। ୪ ଘଣ୍ଟାର ଅପରେଶନରେ ଉକ୍ତ ଟିମ ପୃଥକ ସ୍ଥାନରୁ ୪ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ କାବୁ କରିଥିଲା। ଜାତୀୟ ରାଜପଥରୁ ଏକ ଟ୍ରକରୁ ୪୪୦ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଯୁବକଙ୍କଠାରୁ ୪୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଅଭିଯୁକ୍ତମାନଙ୍କ ମଧ୍ୟରେ ଟ୍ରାକ୍ଟର ଥିବା ଉତ୍ତରପ୍ରଦେଶ ଦେହତ ଥାନା ଅନ୍ତର୍ଗତ କୋଟବାଲି ଗ୍ରାମର ଭି. ରାମ ଗିରି(୩୭) ଓ ହରିୟାଣାର ବୁହାନା ଥାନା ଅଞ୍ଚଳର ସଂଜୀବ କୁମାର (୨୫)। ଉକ୍ତ ଟ୍ରକରୁ ୪୪୦ କେଜି ଗଞ୍ଜେଇ ଜବତ କରାଯାଇଛି। ସେହିପରି ବ୍ରହ୍ମପୁର ସହର ଭାବାନଗରରୁ ଗଜପତି ଜିଲା ଅଢ଼ବା ଥାନା ଅନ୍ତର୍ଗତ ଅନ୍ତରବା ଗ୍ରାମର ଲାଲ ମୋହନା ବିର(୩୨ )ଙ୍କ ଠାରୁ ୨୨ କେଜି ଓ ମୋହନା ଥାନା ଅନ୍ତର୍ଗତ କୁଟିଗୁଡ଼ା ଗ୍ରାମର ରାଜୀବ ପଳାଇବଙ୍କ ଠାରୁ ୧୮ କେଜି ଗଞ୍ଜେଇ ଜବତ କରାଯାଇଛି।