Categories: ଜାତୀୟ

କରୋନା ରିପୋର୍ଟ ଆସିବାର ୪୮ଘଣ୍ଟା ମଧ୍ୟରେ ପହଞ୍ଚିବାକୁ ପଡ଼ିବ ମା’ଙ୍କ ମନ୍ଦିରରେ

ଜମ୍ମୁ,୨୪।୮: ଜମ୍ମୁର କଟରାରେ ଥିବା ମା’ ବୈଷ୍ଣୋଦେବୀଙ୍କ ଯାତ୍ରା ଅଗଷ୍ଟ ୧୬ରୁ ଆରମ୍ଭ ହୋଇଛି। କରୋନା କାଳରେ ଯାତ୍ରା କରୁଥିବା କେତେକ ଲୋକ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଏବେ ବୈଷ୍ଣୋଦେବୀ ମନ୍ଦିରର ବୋର୍ଡ ପକ୍ଷରୁ ଏକ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିବାର ୪୮ଘଣ୍ଟା ମଧ୍ୟରେ ସେମାନଙ୍କୁ ମା’ଙ୍କ ଭବନରେ ପହଞ୍ଚିବାକୁ ପଡ଼ିବ। ଯଦି ନିର୍ଦ୍ଧାରିତ ସମୟ ଅନୁସାରେ ଭକ୍ତମାନେ ପହଞ୍ଚି ନ ପାରିବେ ତେବେ ତାଙ୍କୁ ସେଠାରୁ ଫେରାଇ ଦିଆଯିବ। ସୋମବାର ବୋର୍ଡ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶ ଭକ୍ତଙ୍କ ସୁବିଧା ଏବଂ ଯାତ୍ରାକୁ ସୁରୁଖୁରରେ ଚଳାଇବା ପାଇଁ କରାଯାଇଛି। ଏଥିସହ ରାଜ୍ୟ ବାହାରୁ ଆସୁଥିବା ଲୋକମାନେ ନିଜର ରିପୋର୍ଟକୁ ନିଜ ସାଙ୍ଗରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share