ପାଣିରେ ପଡ଼ିଲା ୪୮ କୋଟି

ଭୁବନେଶ୍ୱର, ୫।୧୧(ବ୍ୟୁରୋ): ଚାଷଜମିକୁ ପାଣି ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ଜିଲାରେ ନିର୍ମାଣ କରୁଛନ୍ତି ଜଳସେଚନ ପ୍ରକଳ୍ପ। କେନାଲ ସମ୍ପ୍ରସାରଣ, ମରାମତି, ଖନନ ମଧ୍ୟ ହେଉଛି। ଏଥିଲାଗି ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି ବହୁ କୋଟି ଟଙ୍କା। ହେଲେ ଜଳ ସମ୍ପଦ ବିଭାଗ ଯନ୍ତ୍ରୀଙ୍କ ଅପାରଦର୍ଶିତା ଯୋଗୁ ଯେଉଁ ଉଦ୍ଦେଶ୍ୟରେ ପ୍ରକଳ୍ପ ନିର୍ମାଣ କରାଯାଉଛି ତାହା କାମରେ ଆସୁନାହିଁ। ବର୍ଷାଦିନେ ବି ଡ୍ୟାମଗୁଡିକ ଖାଲି ପଡୁଛି। ଟିକସଦାତାଙ୍କ ଅର୍ଥରେ ତଳୁ ଉପରୁ ଯାଏ ଯନ୍ତ୍ରୀମାନେ ମାଲାମାଲ ହେଉଥିବାବେଳେ କୃଷିକାର୍ଯ୍ୟ ସମୟରେ ଚାଷୀଙ୍କୁ ପାଣି ଟୋପାଏ ମିଳୁନାହିଁ। କେବଳ ଏତିକି ନୁହେଁ, କେନାଲ ଶଯ୍ୟାକୁ ସିମେଣ୍ଟ କଂକ୍ରିଟ୍‌ (କେନାଲ ଲାଇନିଂ) କରିବାରେ ମଧ୍ୟ ବ୍ୟାପକ ହେରଫେର୍‌ ହେଉଛି। ଏସବୁ କାର୍ଯ୍ୟରେ ୨୦୧୦ରୁ ୨୦୧୮ ମଧ୍ୟରେ ପ୍ରାୟ ୪୮ କୋଟି ଟଙ୍କା ବରବାଦ ହୋଇଛି। କମ୍ପଟ୍ରୋଲର ଆଣ୍ଡ ଅଡିଟର୍ସ ଜେନେରାଲ (ସିଏଜି) ଏଭଳି ଏକ ବଡ଼ଧରଣର ଦୁର୍ନୀତିର ପର୍ଦ୍ଦାଫାଶ କରିଛନ୍ତି।
ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି, ଜଳସେଚନ ପ୍ରକଳ୍ପ ନିର୍ମାଣ କରିବା ପୂର୍ବରୁ କୌଣସି ସର୍ବେକ୍ଷଣ କରାଯାଉନାହିଁ। ପ୍ରକଳ୍ପ ନିର୍ମାଣ ପୂର୍ବରୁ ଏଥିରେ ପାଣି ରହିବ କି ନାହିଁ ସେକଥା ପ୍ରତି ଧ୍ୟାନ ଦିଆଯାଇନାହିଁ। ଏଥିରେ ସରକାରୀ ରାଜକୋଷରୁ ୩୩.୨୨ କୋଟି ଟଙ୍କା ବରବାଦ ହୋଇଛି। ଓଡ଼ିଶା ସମନ୍ବିତ ଜଳସେଚିତ ଏବଂ ଜଳ ପରିଚାଳନା ନିବେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ୮୧୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଗୋହିରା ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପ ଲାଗି ୭ଟି ପ୍ୟାକେଜ ମାଧ୍ୟମରେ ୨୦୧୦ ସେପ୍ଟେମ୍ବରରୁ ୨୦୧୨ ମଧ୍ୟରେ ୨୨.୬୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ପ୍ରକଳ୍ପ କାର୍ଯ୍ୟ ୨୦୧୨ରୁ ୨୦୧୪ ମାର୍ଚ୍ଚ ମଧ୍ୟରେ ଶେଷ କରାଯିବାକୁ ସ୍ଥିର ହୋଇଥିଲା। ହେଲେ ଏହି କାର୍ଯ୍ୟ ୨୦୧୨ରୁ ୨୦୧୫ ମଧ୍ୟରେ ଶେଷ ହୋଇଥିଲା। ଠିକାଦାରଙ୍କୁ ଏ ବାବଦରେ ୨୮.୦୬ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏହାଛଡା କମାଣ୍ଡ ଏରିଆକୁ ଜଳ ବିତରଣ ନିମନ୍ତେ ୧୨୦ ଜଳାଶୟରୁ ୭୧ଟି ନିର୍ମାଣ ପାଇଁ ୫.୧୬ କୋଟି ଟଙ୍କା ଦିଆଯାଇଥିଲା। ଏହି କାର୍ଯ୍ୟ ୨୦୧୨ରୁ ୨୦୧୪ ମଧ୍ୟରେ ସମ୍ପନ୍ନ ହୋଇଥିଲା।
ଓଡ଼ିଶା ଲୋକ ନିର୍ମାଣ ବିଭାଗ ସଂହିତା (ଓପିଡବ୍ଲ୍ୟୁଡି କୋଡ୍‌)ର ଧାରା ୩.୪.୧୯(କ) ଅନୁସାରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ଜଳର ଉତ୍ସ, ବର୍ଷର ବିଭିନ୍ନ ସମୟରେ ଜଳର ଉପଲବ୍ଧତା ଓ ବ୍ୟବହାରଯୋଗ୍ୟ ଜଳର ପରିମାଣ ବିଷୟରେ ଅନୁଧ୍ୟାନ କରିବା ବାଧ୍ୟତାମୂଳକ। ତେବେ ଏ ସବୁକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ଗୋହିରା ଜଳସେଚନ ପ୍ରକଳ୍ପକୁ ଅନୁଧ୍ୟାନ କରିବା ପରେ ସିଏଜି ଜାଣିବାକୁ ପାଇଛନ୍ତି ଯେ, ନିର୍ମାଣ କାର୍ଯ୍ୟର ଠିକ୍‌ ପୂର୍ବରୁ ଅର୍ଥାତ ରବି କୃଷି ଋତୁ ୨୦୦୯-୧୧ରେ କୌଣସି ଜଳ ଉପଲବ୍ଧ ନ ଥିଲା। ଏହଛଡ଼ା ୨୦୧୧-୧୫ ମଧ୍ୟରେ କମାଣ୍ଡ ଏରିଆକୁ ଜଳ ଯୋଗାଣ ପରିମାଣ ୫୫୦ରୁ ୪୩୦୯ ହେକ୍ଟର ମଧ୍ୟରେ ରହିଥିଲା। କେବଳ ସେତିକି ନୁହେଁ, ୨୦୧୬ରୁ ୨୦୧୮ ମଧ୍ୟରେ ଡ୍ୟାମଟି ଶୁଖିଲା ପଡ଼ିଥିଲା। ଏଥିଯୋଗୁ ସରକାରଙ୍କୁ ୩୩.୨୨ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି।
ଅନ୍ୟ ପକ୍ଷରେ କେନାଲ ଶଯ୍ୟାରେ କଂକ୍ରିଟ ମୋଟେଇ ବୃଦ୍ଧି କରାଯାଇ ସରକାରଙ୍କୁ ୧୪.୩୮ କୋଟି ଟଙ୍କାର ଚୂନ ଲଗାଯାଇଛି। ଭାରତୀୟ ମାନକ ସଂସ୍ଥା କେନାଲ ଶଯ୍ୟାରେ ସିମେଣ୍ଟ କଂକ୍ରିଟ ନିର୍ମାଣ କରିବା ପାଇଁ ଆଇଏସ୍‌ ୩୮୭୩:୧୯୯୩ରେ ପ୍ରସ୍ତାବ ଦେଇଥିଲେ। ସେହି ମାନକ ଅନୁଯାୟୀ ଲାଇନିଂର ମୋଟେଇ କେନାଲର ଜଳଧାରଣ କ୍ଷମତା ଉପରେ ନିର୍ଭର କରେ। ବ୍ରହ୍ମପୁର ଜଳସେଚନ ଡିଭିଜନର ନଥିପତ୍ର ଯାଞ୍ଚ କରିବା ପରେ ସିଏଜି ଜାଣିବାକୁ ପାଇଛନ୍ତି ଯେ, ୧୫ଟି କେନାଲର ଉନ୍ନତୀକରଣ କାର୍ଯ୍ୟ ପାଇଁ ମୁଖ୍ୟଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅଧୀକ୍ଷଣ ଯନ୍ତ୍ରୀ ଯାଏ ୫୧.୩ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ୨୦୧୪ ମେ’ରୁ ୨୦୧୭ ସେପ୍ଟେମ୍ବର ମଧ୍ୟରେ ୫୭.୬୯ କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା। ୨୦୧୫ରୁ ୨୦୧୮ ମଧ୍ୟରେ କାର୍ଯ୍ୟଗୁଡିକ ଶେଷ ହେବାର ଥିଲା। ମାତ୍ର ୨୦୧୮ ଯାଏ କାର୍ଯ୍ୟ ଚାଲୁ ରହିଥିଲା। ଇତିମଧ୍ୟରେ ଠିକାଦାରଙ୍କୁ ୪୭.୭୭ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟଗୁଡିକରେ ମୁଖ୍ୟତଃ ଏମ୍‌-୧୫ ଗ୍ରେଡ୍‌ ସିମେଣ୍ଟ କଂକ୍ରିଟ ଦ୍ୱାରା ଲାଇନିଂ ନିର୍ମାଣ ହେବାର ଥିଲା। କେନାଲ ପ୍ରଣାଳୀଗୁଡିକର ନିଷ୍କାସନ କ୍ଷମତା ୦.୦୬ରୁ ୧୦.୩୮ କ୍ୟୁସେକ୍‌ ମଧ୍ୟରେ ରହିଥିଲା। ଲାଇନିଂର ମୋଟେଇକୁ ଏମ୍‌-୧୫ ଗ୍ରେଡ୍‌ରୁ ୬୦/୭୫ ମି.ମି.ରେ ସୀମିତ ରଖିବା ପରିବର୍ତ୍ତେ ଏମ୍‌-୧୦/୧୫ ଗ୍ରେଡ୍‌ ୧୫୦ ମି.ମି. ମୋଟେଇ ବିଶିଷ୍ଟ କଂକ୍ରିଟ୍‌ ଲାଇନିଂ ବ୍ୟବସ୍ଥା ହୋଇଥିଲା। ଅତିରିକ୍ତ କଂକ୍ରିଟ ଲାଇନିଂର ବ୍ୟବସ୍ଥା ଭାରତୀୟ ମାନକକୁ ଉଲ୍ଲଂଘନ କରୁଥିଲା। ଫଳରେ ୧୫.୫୨ କୋଟି ଟଙ୍କା ଅଯଥା ବ୍ୟୟ ହୋଇଥିବା ସିଏଜିଙ୍କ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri