Categories: ଜାତୀୟ

ଗୋଟିଏ ବର୍ଷରେ ୪୭୮ ବିମାନର ଜରୁରୀ ଅବତରଣ, ଏୟାର ଇଣ୍ଡିଆ ସର୍ବାଧିକ ୧୮୪ ବିମାନରେ ତ୍ରୁଟି…

ନୂଆଦିଲ୍ଲୀ,୨୯।୧୦: ଏବେ ବିମାନ ଯାତ୍ରା ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଲଗାତାର ବିମାନଗୁଡ଼ିକର ଜରୁରୀକାଳୀନ ଅବତରଣ ବିମାନ ଯାତ୍ରାର ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିବାରେ ଲାଗିଛି। ଉଡ଼ାଣ ସମୟରେ ତ୍ରୁଟି ଏକ ଚନ୍ତାର ବିଷୟ ପାଲଟିଛି। ଗତ ବର୍ଷ ୧ ଜୁଲାଇ ୨୦୨୧ ରୁ ୩୦ ଜୁନ ୨୦୨୨ ପର୍ଯ୍ୟନ୍ତ ଦେଶ ରେ ୪୭୮ଟି ବିମାନର ଜରୁରୀ ଅବତରଣ ଘଟଣା ରିପୋର୍ଟ ହୋଇଛି। ଏଥିରେ ସ୍ପଷ୍ଟ ଭାବରେ ଦର୍ଶାଯାଉଛି ବିମାନରେ ତ୍ରୁଟି ଯୋଗୁ ବିମାନକୁ ଜରୁରୀକାଳୀନ ଅବତରଣ କରାଯିବା ପରେ କେତେକକୁ ବାତିଲ ମଧ୍ୟ କରିବାକୁ ପଡ଼ିଛି।

ଏୟାର ଇଣ୍ଡିଆର ସର୍ବାଧିକ ୧୮୪ ବିମାନ, ଇଣ୍ଡିଗୋର ୯୮, ସ୍ପାଇସଜେଟର ୭୭, ଫାଷ୍ଟ ଗୋ ୫୦, ଭିସ୍ତାରାର ୪୦,
ଏୟାର ଏସିଆ ଇଣ୍ଡିଆର ୧୪, ଆଲାଏନ୍ସ୍‌ ଏୟାରର ୫, ଏୟାର ଇଣ୍ଢିଆ ଏକ୍ସପ୍ରେସର ୧୦ ବିମାନରେ ତ୍ରୁଟି ଦେଖାଦେଇଥିଲା।
ସୁରକ୍ଷା ଘଟଣାର ଏଭଳି ରିପୋର୍ଟ ପରେ ଡିଜିସିଏ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।

Share