CORONAVIRUS UPDATE: ରାଜ୍ୟରେ ୪୭,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧୫୨୮ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୦ା୮(ବ୍ୟୁରୋ) : ସୋମବାର ୨୯ ଜିଲାରୁ ୧୫୨୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତମାନଙ୍କ ମଧ୍ୟରୁ ୯୪୮ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୫୮୦ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ତେବେ ଆଜି ଗଞ୍ଜାମରୁ ସର୍ବାଧିକ ୨୩୩ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୧୮ ଏବଂ ସମ୍ବଲପୁରରୁ ୧୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୮, ବାଲେଶ୍ୱର ୪୩, ବରଗଡ଼ ୧୦, ଭଦ୍ରକ ୭୦, ବଲାଙ୍ଗୀର ୫୯, ବୌଦ୍ଧ ୭, କଟକ ୭୨, ଢେଙ୍କାନାଳ ୧୦୭, ଗଜପତି ୩୧, ଜଗତସିଂହପୁର ୨୨, ଯାଜପୁର ୩୩, ଝାରସୁଗୁଡ଼ା ୯, କଳାହାଣ୍ଡି ୩୧, କନ୍ଧମାଳ ୧୭, କେନ୍ଦ୍ରାପଡ଼ା ୧୭, କେନ୍ଦୁଝର ୫, କୋରାପୁଟ ୬୭, ମାଲକାନଗିରି ୩୮, ମୟୂରଭଞ୍ଜ ୨୨, ନବରଙ୍ଗପୁର ୨୩, ନୟାଗଡ଼ ୩୨, ନୂଆପଡ଼ା ୨, ପୁରୀ ୨୬, ରାୟଗଡ଼ା ୨୭, ସୋନପୁର ୫ ଏବଂ ସୁନ୍ଦରଗଡ଼ରୁ ୧୨୬ ଜଣ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫ରେ ପହଞ୍ଚିଥିବା ବେଳେ ୩୧,୭୮୪ ସୁସ୍ଥ ହୋଇଛନ୍ତି। ୧୫,୩୩୪ ଚିକିତ୍ସିତ ହେଉଛନ୍ତି।