ଉତ୍କଳ ବିଶ୍ୱବିଦ୍ୟାଳୟରେ ୪୭% ପଦବୀ ଖାଲି

ଭୁବନେଶ୍ୱର,୬।୯ (ବ୍ୟୁରୋ):ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ମାନବସମ୍ବଳର ଘୋର ଅଭାବ ଦେଖାଦେଇଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ (୨୦୨୦) ବିରୋଧରେ ଏକାଧିକ ବ୍ୟକ୍ତି ବିଭିନ୍ନ କୋର୍ଟରେ ମାମଲା କରିବା ଯୋଗୁ ନିଯୁକ୍ତି ପ୍ରକ୍ରିୟାରେ ବାଧା ଉପୁଜିଛି। ଫଳରେ ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ନିକଟରେ ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଉତ୍କଳ ବିଶ୍ୱବିଦ୍ୟାଳୟରେ ୪୭ ପ୍ରତିଶତ ପ୍ରଫେସର, ସହଯୋଗୀ ପ୍ରଫେସର ଏବଂ ସହକାରୀ ପ୍ରଫେସରଙ୍କ ପଦବୀ ଖାଲି ପଡ଼ିଛି। ଏଠାରେ ଇତିହାସ, ପଦାର୍ଥ ବିଜ୍ଞାନ, ବାଣିଜ୍ୟ, ଗଣିତ ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ୨୫୭ ପଦବୀ ଥିବାବେଳେ ମାତ୍ର ୧୩୮ଜଣ କାର୍ଯ୍ୟରତ ଅଛନ୍ତି। ଅର୍ଥାତ୍‌ ୧୧୯ ପଦବୀ ବର୍ତ୍ତମାନ ଖାଲି ପଡ଼ିଛି। ତେବେ ୪୭ରୁ ୩୪ ଜଣ ପ୍ରଫେସର, ୭୬ରୁ ୪୦ ସହଯୋଗୀ ପ୍ରଫେସର ଏବଂ ୧୩୪ରୁ ୪୫ ସହକାରୀ ପ୍ରଫେସର କାର୍ଯ୍ୟରତ ଅଛନ୍ତି। କେବଳ ଶିକ୍ଷା ବିଭାଗରେ ନୁହେଁ, ଏପରିକି କର୍ମଚାରୀ କ୍ଷେତ୍ରରେ ମଧ୍ୟ ବହୁ ପଦବୀ ଖାଲି ପଡ଼ିଛି। ତେବେ ଗ୍ରୁପ-‘ଏ’ର ବିଭିନ୍ନ ବିଭାଗରେ ଥିବା ୧୩ଟି ପଦବୀରୁ ୯ଟି ସ୍ଥାନ ଖାଲି ପଡ଼ିଛି। ସେହିପରି ଗ୍ରୁପ୍‌ ‘ବି’ରେ ୧୧୩ ପଦବୀରୁ ୫୮, ଗ୍ରୁପ ‘ସି’ରେ ୪୧୫ ପଦବୀରୁ ୨୭୬ ଏବଂ ଗ୍ରୁପ ‘ଡି’ରେ ୪୩୯ ପଦବୀରୁ ୩୩୧ ସ୍ଥାନ ଖାଲି ପଡ଼ିଛି। ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ଆର୍‌ୟୁଏସ୍‌ଏ) ଯୋଜନାରେ ଉତ୍କଳ ବିଶ୍ୱବିଦ୍ୟାଳୟ ୨୦୧୯ରେ ୪୧ କୋଟିରୁ ଅଧିକ ଏବଂ ୨୦୨୧ରେ ୩୩ କୋଟିରୁ ଅଧିକ ଟଙ୍କା ଗ୍ରହଣ କରିଛି। ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ସବିତା ଆଚାର୍ଯ୍ୟ କହିଛନ୍ତି, ନିଯୁକ୍ତି କରିବାର କ୍ଷମତା ତାଙ୍କ ପାଖରେ ନାହିଁ। କୋର୍ଟର ମାମଲା ବିଚାର ପରେ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି) ଏହି ନିଯୁକ୍ତି ପରିଚାଳନା କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ୫ କିଲୋଗ୍ରାମ ସିଲିଣ୍ଡରର ଯୋଗାଣକୁ କଲେ ଦ୍ୱିଗୁଣିତ

ନୂଆଦିଲ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହାର ପ୍ରଭାବ ଏସୀୟ ଦେଶଗୁଡ଼ିକରେ ଏଲପିଜି ଏବଂ ପେଟ୍ରୋଲ-ଡିଜେଲର ଯୋଗାଣ ଉପରେ ଦେଖାଯାଉଛି। ତଥାପି,…

ଗୋ’ ମାଫିଆଙ୍କ ଘରେ ରେଡ୍‌: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର

ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା, ନୂଆ ଦଳ ଗଠନ କଲେ ସିଦ୍ଧୁ! ଦଳରୁ ଅଲଗା ହେବା ପରେ…

ଚଣ୍ଡିଗଡ଼,୭।୪: ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ, ରାଜ୍ୟର ରାଜନୈତିକ ଦୃଶ୍ୟପଟରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ଡକ୍ଟର ନବଜୋତ କୌର…

ମୋରଡାରୁ ପଶ୍ଚିମବଙ୍ଗ ହେଉଥିଲା ଗୋ ଚାଲାଣ, ୧୩ ଗୋରୁ ଜବତ କଲା ପୋଲିସ

ମୋରଡା,୭/୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବେଆଇନ ଭାବେ ଗୋ ଚାଲାଣ ବୃଦ୍ଧି ପାଉଥିବାର ଦେଖାଯାଇଛି । ଅନେକ ସ୍ଥାନରେ ପୋଲିସର ଚଢ଼ାଉ ଜାରି…

୨୦ହଜାର କୋଟି କ୍ଷତି, ଝୁଲୁଛି AI 171 ତଦନ୍ତର ଖଣ୍ଡା , ଏୟାର ଇଣ୍ଡିଆ ଛାଡିଲେ ସିଇଓ କ୍ୟାମ୍ପବେଲ ୱିଲସନ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପର ମାଲିକାନାରେ ଥିବା ଏୟାରଲାଇନ୍ସ ଏୟାର ଇଣ୍ଡିଆରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ), କ୍ୟାମ୍ପବେଲ ୱିଲସନ ତାଙ୍କ…

ଖୋଲିବ ହର୍ମୁଜ! ଇରାନ ରଖିଲା ଲମ୍ବା ସର୍ତ୍ତ, ରାଜି ହେଲେ ଟ୍ରମ୍ପ? ଜାଣନ୍ତୁ…

ତେହରାନ, ୭।୪: ଇରାନ ଏକ ଅସ୍ତ୍ରବିରତି ପ୍ରସ୍ତାବକୁ ଆନୁଷ୍ଠାନିକ ଭାବରେ ସୋମବାର ପ୍ରତ୍ୟାଖ୍ୟାନ କଲା ଏବଂ ଏହା ବଦଳରେ ଯୁଦ୍ଧ ଶେଷ କରିବା ପାଇଁ ଏକ ୧୦-ସୂତ୍ରୀ…

କୋମାରେ ଇରାନର ସୁପ୍ରିମ ଲିଡର? କାହିଁକି ବ୍ୟାପିଛି ଏଭଳି ଖବର? ଜାଣନ୍ତୁ ଏହା ପଛର କାରଣ

ତେହରାନ,୭।୪: ବ୍ରିଟିଶ ଖବରକାଗଜ ଦି ଟାଇମ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି। ରିପୋର୍ଟରେ କୁହାଯାଇଛି ଯେ ମୋଜତାବା ଖାମେନେଇ ଅଚେତ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କjର ଏହି…

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri