Posted inଜାତୀୟ

ଦେଶରେ ୪୭ ପ୍ରତିଶତ ଅଞ୍ଚଳରେ ନାହିଁ ମୌସୁମୀ ବର୍ଷା: ଚିନ୍ତାରେ ଚାଷୀ…

ନୂଆଦିଲ୍ଲୀ,୨୮।୬ : କେରଳରେ ପହଞ୍ଚିବାରେ ୭ ଦିନ ବିଳମ୍ବ ଏବଂ ଦକ୍ଷିଣ ଉପଦ୍ୱୀପ ଉପରେ ସପ୍ତାହେ ଧରି ଅଟକି ରହିଥିବା ସତ୍ତ୍ୱେତ୍ତେ୍‌ଦକ୍ଷିଣ-ପଶ୍ଚିମ ମୌସୁମୀ ଦେଶର ଅଧିକାଂଶ ଅଞ୍ଚଳରେ ବର୍ଷା କରିଛି। ଶକ୍ତିଶାଳୀ ଘୂର୍ଣ୍ଣିବଳୟ ବିପର୍ଯ୍ୟୟର ପ୍ରଭାବ ଶେଷ ହେବା ମାତ୍ରେ ମୌସୁମୀ ଗାଙ୍ଗେଟିକ ସମତଳ ଭୂମିରେ ପ୍ରବେଶ କରଛି। ଜୁନ ମାସର ଶେଷ ସପ୍ତାହରେ ପ୍ରବଳ ବର୍ଷା ଯୋଗୁ ଦେଶରେ ସାମଗ୍ରିକ ବୃଷ୍ଟିପାତର ଅଭାବ ପୂରଣ ହୋଇଛି। କିନ୍ତୁ ଦେଶର ୪୭ ଅଞ୍ଚଳରେ ମୌସୁମୀ ବର୍ଷା ହୋଇ ନାହିଁ। ବିହାର, ଝାଡଖଣ୍ଡ ଏବଂ ଗାଙ୍ଗେଟିକ ପଶ୍ଚିମବଙ୍ଗ ଭଳି ରାଜ୍ୟ ଏହି ତାଲିକାରେ ଅଛନ୍ତି। ଏସବୁ ରାଜ୍ୟରେ କୃଷକମାନେ ସେମାନଙ୍କର ଖରିଫ ଫସଲ ବୁଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ମୌସୁମୀର ଦେଖା ନାହିଁ। ଏନେଇ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ସମଗ୍ର ଦେଶରେ ଥିବା ୩୬ ଟି ଉପ-ବିଭାଗ ଅଞ୍ଚଳ ମଧ୍ୟରୁ ୨୦ ଟି ଅଞ୍ଚଳ ବର୍ଷା ଅଭାବର ସମ୍ମୁଖୀନ ହେଉଛନ୍ତି। ଏହି ଉପ-ବିଭାଗୀୟ ଅଞ୍ଚଳ ଭାରତର ପ୍ରାୟ ୪୭ ପ୍ରତିଶତ ଜମିକୁ ଅନ୍ତର୍ଭୁକ୍ତ କରିଛି ଯେଉଁଥିରେ ବିହାର, ମଧ୍ୟପ୍ରଦେଶ ମହାରାଷ୍ଟ୍ର, ମରାଠୱାଡା, ଗାଙ୍ଗେଟିକ ପଶ୍ଚିମବଙ୍ଗ, ଝାଡଖଣ୍ଡ, ପୂର୍ବ ଉତ୍ତରପ୍ରଦେଶ, ବିଦର୍ଭ, ତେଲେଙ୍ଗାନା, ରୟାଲସିମା ଏବଂ ଛତିଶଗଡ ରହିଛି। ବିହାର ଭଳି ଗୁରୁତ୍ୱପୂର୍ଣ୍ଣ ଚାଉଳ ଉତ୍ପାଦନକାରୀ ରାଜ୍ୟରେ ବର୍ଷାର ଅଭାବ ୭୮ ପ୍ରତିଶତ କମ୍‌ ହୋଇଥିବାବେଳେ ପୂର୍ବ ଉତ୍ତରପ୍ରଦେଶ, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଏହା ୫୦ ପ୍ରତିଶତ କମ୍‌ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଚୁକ୍ତି ପାଇଁ ଆମେରିକା-ଇରାନ ରାଜି, ଖୋଲିବ ହର୍ମୁଜ, ଅବରୋଧ ହଟାଇ…

ଓ୍ବାଶିଂଟନ,୧୫ା୬: ଐତିହାସିକ ଶାନ୍ତି ଚୁକ୍ତି ପାଇଁ ଆମେରିକା ଏବଂ ଇରାନ ସହମତି ପ୍ରକାଶ କରିଛନ୍ତି। ଶୁକ୍ରବାର ସ୍ବିଜରଲାଣ୍ଡ ଜେନେଭାରେ ଏହି ଐତିହାସିକ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହେବ।…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri